ଘରୋଇ କଲେଜରୁ ଚିହ୍ନଟ ହେଲେ ୩୨ ଆକ୍ରାନ୍ତ

ଭବାନୀପାଟଣା,୨୯।୩: କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଏକ ଘରୋଇ କଲେଜରୁ ୩୨ଜଣ ଛାତ୍ରୀଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଜିଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଅନ୍ୟପକ୍ଷେ କଳାହାଣ୍ଡି ଜିଲାରୁ ସୋମବାର ୫୦ ଚିହ୍ନଟ ହୋଇଛନ୍ତି। କେସିଙ୍ଗାରୁ ୩, ନର୍ଲାରୁ ୩, ପରଲାରୁ ୨, ଧର୍ମଗଡରୁ ୩, ଜୁନାଗଡରୁ ୩, ଭବାନୀପାଟଣାରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ଘରୋଇ କଲେଜରୁ ୩୨ଜଣ ଛାତ୍ରୀଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ରହିଛି।