ଜଙ୍ଗଲରେ ବନ୍ଦୀ ୩୦ ହଜାର ଗ୍ରାମବାସୀ

ଢେଙ୍କାନାଳ ଅଫିସ୍‌/ଗଁଦିଆ, ୧୭ା୧୨: ଅଭୟାରଣ୍ୟ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ଦ୍ୱାହି ଦେଇ ବନ ବିଭାଗ ବନ୍ଦ କରିଦେଇଛି ସବୁଦିନିଆ ଜଙ୍ଗଲ ରାସ୍ତା। ଫଳରେ ଜଙ୍ଗଲ ତଳି ଅଞ୍ଚଳରେ ବାସ କରୁଥିବା ୩୦ ଗ୍ରାମର ୨୫ ହଜାର ବାସିନ୍ଦା ଏକପ୍ରକାର ବନ୍ଦୀ ହୋଇପଡ଼ିଛନ୍ତି। ଯାତାୟାତରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଥିବାବେଳେ ଗରିବ ଜନଜାତି ପରିବାରର ଜୀବନଜୀବିକା ପ୍ରଭାବିତ ହୋଇଛି। ଏହାର ପ୍ରତିବାଦରେ ଢେଙ୍କାନାଳ ସ୍ବାଭିମାନ ସୁରକ୍ଷା ମଞ୍ଚର ଆବାହକ ତଥା ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ନେତୃତ୍ୱରେ ଅଞ୍ଚଳବାସୀ ବନ ବିଭାଗ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି। ଷଡ଼ଙ୍ଗୀ ରେଞ୍ଜ୍‌ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ସେମାନେ ଅନଶନରେ ବସିବା ସହିତ ବିଭାଗୀୟ ଅଧିକାରୀଙ୍କ ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ତୀବ୍ର ବିରୋଧ କରିଥିଲେ।
ଅଭିଯୋଗ ଅନୁଯାୟୀ, ଅଭୟାରଣ୍ୟ ଅଞ୍ଚଳରେ ଗଁଦିଆ ବ୍ଲକର ୩୦ ଗ୍ରାମ ରହିଛି। ଫୁଲଝର, ପିମ୍ପିରିଆ, ଗହ୍ମାରିଆ, ନେହେଙ୍ଗେରା, ଗୋଠତଳ, ବାଲିକିଆରୀ, ଜମ୍ବୁ, ଦରସାହି ପ୍ରମୁଖ ଆଦିବାସୀ ଗ୍ରାମ ଜଙ୍ଗଲ ଆଭ୍ୟନ୍ତରରେ ଅଛି। ଆଦିବାସୀ ଗ୍ରାମର ବାସିନ୍ଦା ସରକାରଙ୍କ ଜଙ୍ଗଲ ଆଇନରେ ଘରଡିହ ପଟ୍ଟା, ଚାଷଜମି ପାଇଛନ୍ତି। ସମ୍ପୃକ୍ତ ଅଞ୍ଚଳର ଜଙ୍ଗଲ ସୁରକ୍ଷା କମିଟି କପିଳାସ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ଗଁଦିଆ ବ୍ଲକ ମୁଖ୍ୟାଳୟ, ଚିକିତ୍ସାଳୟ ଏବଂ କୋର୍ଟକୁ ଯିବା ଲାଗି ଏହା ପ୍ରମୁଖ ରାସ୍ତା। ଏହା ଉପରେ ବେଗା, ଲାଉଲଇ, ଖଙ୍କିରା, ରତନପୁର, ଲେଥକା ପଞ୍ଚାୟତର ୨୫ହଜାର ଜନସାଧାରଣ ନିର୍ଭର କରିଥାଆନ୍ତି। ବନ ବିଭାଗ ଦ୍ୱାରା ରାସ୍ତାକୁ ବନ୍ଦ କରିଦେବା ଫଳରେ ସେମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଏ ସଂକ୍ରାନ୍ତରେ ପୂର୍ବତନ ବିଧାୟକ ନନ୍ଦ କୁହନ୍ତି, ଧନିଆନାଳୀ-ଛୋଟତେନ୍ତୁଳି-ଖଙ୍କିରା ରାସ୍ତା ୧୯୪୬ରେ ନିର୍ମାଣ ହୋଇଥିଲା। କେନ୍ଦ୍ର ସରକାରଙ୍କ କପିଳାସ ଅଭୟାରଣ୍ୟ ଆଇନ-୨୦୧୪ ନୋଟିଫିକେଶନ ଉଲ୍ଲଂଘନ କରି ବନ ବିଭାଗ ମନଇଚ୍ଛା ରାସ୍ତା ବନ୍ଦ କରିଛି। ଏହାଦ୍ୱାରା ରାଜ୍ୟ ସରକାରଙ୍କ ଜଙ୍ଗଲ ଆଇନ-୨୦୦୬ ମଧ୍ୟ ଉଲ୍ଲଂଘନ ହୋଇଛି। ଏ ସଂକ୍ରାନ୍ତରେ ଡିଏଫ୍‌ଓଙ୍କ ନାମରେ ନିଲହପ୍ରସାଦ ଥାନାରେ ମାମଲା ରୁଜୁ କରାଯାଇଛି। ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଗତ ୧୪ ତାରିଖରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ସମସ୍ୟା ସମାଧାନ କରିବାକୁ ୧୫ଦିନ ତଳେ ଲିଖିତ ଭାବେ ଅବଗତ କରାଯାଇଥିଲା। ତଥାପି ବିଭାଗୀୟ ଅଧିକାରୀ ଏହାକୁ ହାଲୁକା ଭାବେ ନେଉଥିବା ସେ କହିଛନ୍ତି। ଲାଉଲଇ ସମିତିସଭ୍ୟ ଟଙ୍କଧର ବାରିକଙ୍କ ପରିଚାଳନାରେ ଆୟୋଜିତ ଏହି ଅନଶନରେ ମଙ୍ଗରାଜ ବାରିକ, ରବିନାରାୟଣ ସେଠୀ, ଚିନ୍ତାମଣି ତ୍ରିପାଠୀ, ମହେନ୍ଦ୍ର ପିଙ୍ଗୁଆ, ତୋଫାନ ଦାସ, ଲକ୍ଷ୍ମୀଧର ମହନ୍ତ, ଭୀମସେନ ହେମ୍ବ୍ରମ, ତୁଟୁ ପତି, ଗୋବର୍ଦ୍ଧନ ନାୟକ ପ୍ରମୁଖ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ। ଏ ସଂକ୍ରାନ୍ତରେ ସହକାରୀ ବନ ସଂରକ୍ଷକ ରଶ୍ମିରଞ୍ଜନ ସ୍ବାଇଁ କୁହନ୍ତି, ଏସ୍‌ଡିପିଓ ବିକାଶ ବେଉରା, ଥାନାଧିକାରୀ ବିଷ୍ଣୁଚରଣ ବାରିକଙ୍କ ଉପସ୍ଥିତିରେ ବୁଝାଶୁଝା ପରେ ଅନଶନ ପ୍ରତ୍ୟାହୃତ ହୋଇଛି। ଜିଲା ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri