ଫସିିଛନ୍ତି ପଶ୍ଚିମ ଓଡ଼ିଶାର ୩୦ ଡାକ୍ତରୀ ଛାତ୍ରୀଛାତ୍ର

ସମ୍ବଲପୁର(ବ୍ୟୁରୋ)/ରାଉରକେଲା ଅଫିସ/ ଝାରସୁଗୁଡ଼ା ଅଫିସ/ଟିଟିଲାଗଡ଼, ୨୪ା୨(ଡି.ଏନ.ଏ.): ରୁଷିଆ ଓ ୟୁକ୍ରେନ ଭିତରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କ ପାଇଁ ବଢିଛି ଚିନ୍ତା। ଏହିକ୍ରମରେ ପଶ୍ଚିମ ଓଡିଶାର ସମ୍ବଲପୁର, ରାଉରକେଲା, ଝାରସୁଗୁଡା ଓ ବଲାଙ୍ଗୀର ଜିଲାର ୩୦ରୁ ଊର୍ଦ୍ଧ୍ୱ ଡାକ୍ତରୀ ଛାତ୍ରୀଛାତ୍ର ସେଠାରେ ଫସି ରହିଛନ୍ତି। ଏନେଇ ପରିବାର ଲୋକେ ଚିନ୍ତିତ ହୋଇପଡିଛନ୍ତି।

ସମ୍ବଲପୁର ସେନ୍‌ପାର୍କର ମେଡିକାଲ ଛାତ୍ର ମହମ୍ମଦ ଜାକିଙ୍କୁ ଫେରାଇଆଣିବା ଲାଗି ତାଙ୍କ ବାପା ମହମ୍ମଦ ଅଜିମ ଅଜୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ପୁଅ ସହ ବାରମ୍ବାର କଥା ହେଉଛୁ। ସବୁଆଡେ ଭୟର ବାତାବରଣ ରହିଥିବା ପୁଅ ସୂଚନା ଦେଉଛି। ଗୁରୁବାର ସକାଳେ ସେ ୟୁକ୍ରେନରୁ ଦୁବାଇ ଦେଇ ଭୁବନେଶ୍ୱର ଆସିବାର ଥିଲା। ତେଣୁ ସେ ୟୁକ୍ରେନସ୍ଥିତ କ୍ୱିଭ୍‌ ଏୟାରପୋର୍ଟକୁ ଆସିଥିଲା। ହେଲେ ସକାଳେ ରୁଷିଆ ଯୁଦ୍ଧ ଘୋଷଣା କରି ଏୟାରପୋର୍ଟକୁ ନିଜ ଦଖଲକୁ ନେଇଯାଇଥିଲା। ତେଣୁ ପୁଅ ଫେରିପାରି ନ ଥିଲା। ଏବେ ସେମାନେ ଏୟାରପୋର୍ଟରୁ ଫେରିଯାଇ ବାହାରେ ଏକ ହଷ୍ଟେଲରେ ରହୁଛନ୍ତି।
ୟୁକ୍ରେନ୍‌ ସ୍ଥିତ ଭିଏନ୍‌ ଖାର୍କିଭ୍‌ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟିରେ ଡାକ୍ତରୀ ପଢୁଥିବା ଶେଷବର୍ଷ ଛାତ୍ରୀ ରାଉରକେଲା ଜଗଦା ଅଞ୍ଚଳର ସୁଶ୍ରୀ ଶ୍ରୀପତି ଜଣାଇଛନ୍ତି, ବର୍ତ୍ତମାନ ସୁଦ୍ଧା ଆମେ ୩ଥର ବୋମାମାଡ ଶବ୍ଦ ଶୁଣିସାରିଲୁଣି। ୟୁକ୍ରେନ୍‌ ସରକାର ମେଡିକାଲ କଲେଜ କ୍ୟାମ୍ପସ ଭିତରୁ ନ ବାହାରିବା ପାଇଁ ଆମ୍ଭମାନଙ୍କୁ ଅପିଲ କରିଛନ୍ତି। ସୁଶ୍ରୀ ୨୦୧୬ରେ ଡାକ୍ତରୀ ପାଠ ପଢ଼ିବା ପାଇଁ ୟୁକ୍ରେନ୍‌ ଯାଇଥିବା ତାଙ୍କ ବାପା ଚନ୍ଦ୍ରଶେଖର ପତି କହିଛନ୍ତି। ସେହିପରି ସେକ୍ଟର-୪ ଅଞ୍ଚଳର ପ୍ରତିଭା ଜେନାଙ୍କ ଝିଅ ସାଲେନି ଜେନା ୟୁକ୍ରେନ କାରିଭ ମେଡିକାଲ କଲେଜର ପଞ୍ଚମ ବର୍ଷ ଛାତ୍ରୀ । ସେ ମଧ୍ୟ ୨୦୧୮ରେ ଡାକ୍ତରୀ ପଢ଼ିବା ପାଇଁ ସେଠାରେ ନାମ ଲେଖାଇଥିଲେ।
ସେହିପରି ଟେନସା ଅଞ୍ଚଳର କୈଳାସ ଚନ୍ଦ୍ର ପଣ୍ଡାଙ୍କ ଝିଅ ପ୍ରିୟଙ୍କା ପଣ୍ଡା ୨୦୨୧ ଡିସେମ୍ବର ୪ରେ ଡାକ୍ତରୀପାଠ ପଢ଼ିବା ପାଇଁ ୟୁକ୍ରେନ୍‌ ଯାଇଥିଲେ। ପ୍ରିୟଙ୍କା ପ୍ରଥମ ବର୍ଷର ମେଡିକାଲ ଛାତ୍ରୀ ଭାବେ ୟୁକ୍ରେନ ଭିଏନ କାରିଭ ଜାତୀୟ ବିଶ୍ୱବିଦ୍ୟାଳୟରେ ପାଠ ପଢୁଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ଓ କେନ୍ଦ୍ର ସରକାର ଆମ ପିଲାମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ଆଣିବା ପାଇଁ କୈଳାସ ନିବେଦନ କରିଛନ୍ତି। ଫର୍ଟିଲାଇଜରର ସୋହନ ପାଣି ୟୁକ୍ରେନ୍‌ରେ ଦି୍ବତୀୟ ବର୍ଷ ଛାତ୍ର ଭାବେ ଡାକ୍ତରୀ ପାଠ ପଢୁଛନ୍ତି। ସୋହନଙ୍କ କହିବା ଅନୁଯାୟୀ, ଯୁଦ୍ଧ ଆଶଙ୍କା ଥିବାରୁ ଏକ ସପ୍ତାହ ତଳେ ସମସ୍ତ ଆବଶ୍ୟକ ସାମଗ୍ରୀ କିଣି ନେବା ପାଇଁ ସେଠାକାର ସରକାରଙ୍କ ପକ୍ଷରୁ ପ୍ରଚାର କରାଯାଇଥିଲା। ପ୍ରତି ମୁହୂର୍ତ୍ତରେ ଆମ ଘର ଲୋକେ ଫୋନ କରୁଥିବାରୁ ଆମେ ଚିନ୍ତିତ ଅଛୁ। ସେହିପରି ରାଉରକେଲା ଛେଣ୍ଡ୍‌ କଲୋନୀ, କୋଏଲନଗର, ବାସନ୍ତୀ କଲୋନୀ, ଫଟଲାଇଜର ଟାଉନଶିପ୍‌, ସେକ୍ଟର-୨୦ ଅଞ୍ଚଳରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ମେଡିକାଲ ଛାତ୍ରୀଛାତ୍ର ୟୁକ୍ରେନ୍‌ରେ ଫସି ରହିଥିବା ସେମାନଙ୍କ ଅଭିଭାବକମାନେ ସୂଚନା ଦେଇଛନ୍ତି।
ଝାରସୁଗୁଡ଼ା ଜିଲାବନ୍ଧବାହାଲ ଅଞ୍ଚଳର ୮ଛାତ୍ରୀଛାତ୍ର ୟୁକ୍ରେନ୍‌ର ଭିଏନ୍‌ କାରଜିନ୍‌ ଖାର୍କିଭ୍‌ ୟୁନିଭର୍ସିଟିରେ ମେଡିକାଲ ପାଠ ପଢୁଛନ୍ତି। ଏମାନେ ହେଲେ ସୋନାଲି ତ୍ରିପାଠୀ, ଦେବୀ ପ୍ରସାଦ ସାହୁ, ଅକ୍ଷୟ ସିଂହଦେଓ, ସ୍ମୃତିଶିକ୍ତା ବେହେରା, ନେଲଶନ ସାହୁ, ହରପ୍ରଭା ସାହୁ, ରଞ୍ଜିତା ପ୍ରଧାନ ଓ ସୁଶ୍ରୀ ସ୍ବାଗତିକା ନାୟକ। ୨ଦିନ ତଳେ ସେଠାରେ ବୋମା ବିସ୍ଫୋରଣ ହେବା ଫଳରେ ଛାତ୍ରୀଛାତ୍ର ଭୟଭୀତ ହୋଇ ଘରେ ରହିଛନ୍ତି। ବାହାରକୁ ଆସିଲେ ମାର୍କେଟ୍‌ରେ ଠିକ୍‌ ଭାବେ ସାମଗ୍ରୀ ମିଳୁନାହିଁ। ଖାଦ୍ୟାଭାବ ସ୍ଥିତି ଦେଖାଦେଇଛି ବୋଲି ଫସି ରହିଥିବା ଛାତ୍ରୀଛାତ୍ର ନିଜ ଅଭିଭାବକଙ୍କ ସହ କଥାବାର୍ତ୍ତାରୁ ଜଣାପଡିଛି। ବଲାଙ୍ଗୀର ଜିଲା ଟିଟିଲାଗଡ ସହର ହାଟପଦାପଡାର ପାଣ୍ଡବ କୁମାର ତ୍ରିପାଠୀଙ୍କ ପୁଅ ସାଇସ୍ବରୂପ ତ୍ରିପାଠୀ। ସେ ସେଠାକାର ଖାର୍କିଭ୍‌ ନ୍ୟାଶନାଲ ମେଡିକାଲ ୟୁନିଭର୍ସିଟିରେ ଏମ୍‌ବିବିଏସ୍‌ ଶେଷ ବର୍ଷର ଛାତ୍ର। ଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ଏବେ ସାଇସ୍ବରୂପଙ୍କ ପରିବାରର ଚିନ୍ତା ବଢିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ବ୍ଲକ୍‌ରେ ଘରେ ଘରେ ତ୍ରିରଙ୍ଗା ପଦଯାତ୍ରା; ୧୦୦ ଫୁଟ୍‌ର ତ୍ରିରଙ୍ଗା ପାଲଟିଲା ମୁଖ୍ୟ ଆକର୍ଷଣ

ଥୁଆମୂଳ ରାମପୁର,୧୩।୮(ଦୁର୍ଗା କୀର୍ତ୍ତି): ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ପକ୍ଷରୁ ଗୁରୁବାର ‘ଘରେ ଘରେ ତ୍ରିରଙ୍ଗା’…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri