Posted inଜାତୀୟ

ବିଶ୍ୱର ସବୁଠୁ ପ୍ରଦୂଷିତ ୨୦ ସହର ମଧ୍ୟରୁ ଭାରତରେ ୧୩

ନୂଆଦିଲ୍ଲୀ,୧୨ା୩(ପି.ଟି.):ବିଶ୍ୱରେ ସବୁଠାରୁ ପ୍ରଦୂଷିତ ୨୦ ସହର ମଧ୍ୟରୁ ଭାରତର ୧୩ ସହର ରହିଛି। ସୁଇସ୍‌ ଏୟାର କ୍ୱାଲିଟି ଟେକ୍ନୋଲୋଜି କମ୍ପାନୀ ‘ଆଇକ୍ୟୁ ଏୟାର’ ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ‘ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୪’ ଅନୁଯାୟୀ, ମେଘାଳୟର ବର୍ନିହାଟ ହେଉଛି ବିଶ୍ୱର ସବୁଠୁ ପ୍ରଦୂଷିତ ସହର। ସେହିପରି ଭାରତର ରାଜଧାନୀ ଦିଲ୍ଲୀ ମଧ୍ୟ ସବୁଠାରୁ ପ୍ରଦୂଷିତ ରାଜଧାନୀ ହୋଇଥିବା ନେଇ ‘ଆଇକ୍ୟୁ ଏୟାର’ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ୨୦୨୪ରେ ଭାରତ ବିଶ୍ୱର ପଞ୍ଚମ ସବୁଠାରୁ ପ୍ରଦୂଷିତ ଦେଶ ହୋଇଥିବା ଏହି ରିପୋର୍ଟ କହିଛି। ୨୦୨୩ରେ ଭାରତ ଏହି ତାଲିକାର ତୃତୀୟ ସ୍ଥାନରେ ଥିଲା।
୨୦୨୩ଠାରୁ ୨୦୨୪ରେ ଭାରତର ପିଏମ୍‌ ୨.୫ ସାନ୍ଧ୍ରତାରେ ୭% ହ୍ରାସ ଲକ୍ଷ୍ୟ କରାଯାଇଛି। ୨୦୨୩ରେ ଭାରତର ବାର୍ଷିକ ହାରାହାରି ପିଏମ୍‌ ୨.୫ ସାନ୍ଧ୍ରତା ୫୪.୪ ମାଇକ୍ରୋଗ୍ରାମ/କ୍ୟୁବିକ୍‌ ମିଟର ଥିବାବେଳେ ୨୦୨୪ରେ ଏହି ସଂଖ୍ୟା ସାମାନ୍ୟ ଖସି ୫୦.୬ ମାଇକ୍ରୋଗ୍ରାମ/କ୍ୟୁବିକ୍‌ ମିଟରରେ ପହଞ୍ଚିଛି। ବିଶ୍ୱର ସବୁଠାରୁ ୧୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୬ ସହର ଥିବା ଏହି ରିପୋର୍ଟ କହିଛି। ଦିଲ୍ଲୀରେ ଲଗାତର ଭାବେ ଉଚ୍ଚ ପ୍ରଦୂଷଣ ସ୍ତର ରେକର୍ଡ ହୋଇଛି। ଏହାର ବାର୍ଷିକ ହାରାହାରି ପିଏମ୍‌ ୨.୫ ସାନ୍ଧ୍ରତା ୧୦.୮.୩ ମାଇକ୍ରୋଗ୍ରାମ/କ୍ୟୁବିକ୍‌ ମିଟର ରହିଛି, ଯାହା ଗତବର୍ଷ ୧୦୨.୪ ମାଇକ୍ରୋଗ୍ରାମ/କ୍ୟୁବିକ୍‌ ମିଟର ରହିଥିଲା। ବିଶ୍ୱର ୨୦ ପ୍ରଦୂଷିତ ସହର ମଧ୍ୟରେ ଥିବା ୧୩ ଭାରତୀୟ ସହର ହେଉଛି ବର୍ନିହାଟ, ଦିଲ୍ଲୀ, ନୂଆଦିଲ୍ଲୀ, ପଞ୍ଜାବର ମୁଲ୍ଲାନପୁର, ହରିୟାଣାର ଫରିଦାବାଦ, ଗୁରୁଗ୍ରାମ, ଉତ୍ତରପ୍ରଦେଶର ଲୋନି, ଗ୍ରେଟରନୋଏଡା, ନୋଏଡା, ମୁଜାଫରନଗର, ରାଜସ୍ଥାନର ଗଙ୍ଗାନଗର, ଭିଓ୍ବାଡ଼ି, ହନୁମାନଗଡ଼। ୩୫% ଭାରତୀୟ ସହରର ପ୍ରଦୂଷଣ ସ୍ତର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ୟୁଏଚ୍‌ଓ) ପକ୍ଷରୁ ଜାରି କରାଯାଇଥିବା ସୀମା ୫ ମାଇକ୍ରୋଗ୍ରାମ/କ୍ୟୁବିକ୍‌ ମିଟରଠାରୁ ଅତିକମ୍‌ରେ ୧୦ ଗୁଣା ଅଧିକ ରହିଥିବା ନେଇ ଏହି ଅଧ୍ୟୟନ କହିଛି। ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ୨୦ ପ୍ରଦୂଷିତ ସହର ମଧ୍ୟରେ ପାକିସ୍ତାନର ୪ ଏବଂ ଚାଇନାର ଗୋଟିଏ ସହର ରହିଛି। ଆଫ୍ରିକୀୟ ଦେଶ ଚାଡ୍‌ ବିଶ୍ୱର ସବୁଠାରୁ ପ୍ରଦୂଷିତ ହୋଇଥିବାବେଳେ ବାଂଲାଦେଶ ଏବଂ ପାକିସ୍ତାନ ଯଥାକ୍ରମେ ବିଶ୍ୱର ଦ୍ୱିତୀୟ ଏବଂ ତୃତୀୟ ସବୁଠୁ ପ୍ରଦୂଷିତ ଦେଶ ହୋଇଥିବା ଏହି ରିପୋର୍ଟ କହିଛି। ସବୁଠାରୁ ପ୍ରଦୂଷିତ ଦେଶ ତାଲିକାର ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଯଥାକ୍ରମେ ଡେମୋକ୍ରାଟିକ୍‌ ରିପବ୍ଲିକ ଅଫ୍‌ କଙ୍ଗୋ ଏବଂ ଭାରତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri