Posted inଜାତୀୟ

ବିଶ୍ୱର ସବୁଠୁ ପ୍ରଦୂଷିତ ୨୦ ସହର ମଧ୍ୟରୁ ଭାରତରେ ୧୩

ନୂଆଦିଲ୍ଲୀ,୧୨ା୩(ପି.ଟି.):ବିଶ୍ୱରେ ସବୁଠାରୁ ପ୍ରଦୂଷିତ ୨୦ ସହର ମଧ୍ୟରୁ ଭାରତର ୧୩ ସହର ରହିଛି। ସୁଇସ୍‌ ଏୟାର କ୍ୱାଲିଟି ଟେକ୍ନୋଲୋଜି କମ୍ପାନୀ ‘ଆଇକ୍ୟୁ ଏୟାର’ ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ‘ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୪’ ଅନୁଯାୟୀ, ମେଘାଳୟର ବର୍ନିହାଟ ହେଉଛି ବିଶ୍ୱର ସବୁଠୁ ପ୍ରଦୂଷିତ ସହର। ସେହିପରି ଭାରତର ରାଜଧାନୀ ଦିଲ୍ଲୀ ମଧ୍ୟ ସବୁଠାରୁ ପ୍ରଦୂଷିତ ରାଜଧାନୀ ହୋଇଥିବା ନେଇ ‘ଆଇକ୍ୟୁ ଏୟାର’ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ୨୦୨୪ରେ ଭାରତ ବିଶ୍ୱର ପଞ୍ଚମ ସବୁଠାରୁ ପ୍ରଦୂଷିତ ଦେଶ ହୋଇଥିବା ଏହି ରିପୋର୍ଟ କହିଛି। ୨୦୨୩ରେ ଭାରତ ଏହି ତାଲିକାର ତୃତୀୟ ସ୍ଥାନରେ ଥିଲା।
୨୦୨୩ଠାରୁ ୨୦୨୪ରେ ଭାରତର ପିଏମ୍‌ ୨.୫ ସାନ୍ଧ୍ରତାରେ ୭% ହ୍ରାସ ଲକ୍ଷ୍ୟ କରାଯାଇଛି। ୨୦୨୩ରେ ଭାରତର ବାର୍ଷିକ ହାରାହାରି ପିଏମ୍‌ ୨.୫ ସାନ୍ଧ୍ରତା ୫୪.୪ ମାଇକ୍ରୋଗ୍ରାମ/କ୍ୟୁବିକ୍‌ ମିଟର ଥିବାବେଳେ ୨୦୨୪ରେ ଏହି ସଂଖ୍ୟା ସାମାନ୍ୟ ଖସି ୫୦.୬ ମାଇକ୍ରୋଗ୍ରାମ/କ୍ୟୁବିକ୍‌ ମିଟରରେ ପହଞ୍ଚିଛି। ବିଶ୍ୱର ସବୁଠାରୁ ୧୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୬ ସହର ଥିବା ଏହି ରିପୋର୍ଟ କହିଛି। ଦିଲ୍ଲୀରେ ଲଗାତର ଭାବେ ଉଚ୍ଚ ପ୍ରଦୂଷଣ ସ୍ତର ରେକର୍ଡ ହୋଇଛି। ଏହାର ବାର୍ଷିକ ହାରାହାରି ପିଏମ୍‌ ୨.୫ ସାନ୍ଧ୍ରତା ୧୦.୮.୩ ମାଇକ୍ରୋଗ୍ରାମ/କ୍ୟୁବିକ୍‌ ମିଟର ରହିଛି, ଯାହା ଗତବର୍ଷ ୧୦୨.୪ ମାଇକ୍ରୋଗ୍ରାମ/କ୍ୟୁବିକ୍‌ ମିଟର ରହିଥିଲା। ବିଶ୍ୱର ୨୦ ପ୍ରଦୂଷିତ ସହର ମଧ୍ୟରେ ଥିବା ୧୩ ଭାରତୀୟ ସହର ହେଉଛି ବର୍ନିହାଟ, ଦିଲ୍ଲୀ, ନୂଆଦିଲ୍ଲୀ, ପଞ୍ଜାବର ମୁଲ୍ଲାନପୁର, ହରିୟାଣାର ଫରିଦାବାଦ, ଗୁରୁଗ୍ରାମ, ଉତ୍ତରପ୍ରଦେଶର ଲୋନି, ଗ୍ରେଟରନୋଏଡା, ନୋଏଡା, ମୁଜାଫରନଗର, ରାଜସ୍ଥାନର ଗଙ୍ଗାନଗର, ଭିଓ୍ବାଡ଼ି, ହନୁମାନଗଡ଼। ୩୫% ଭାରତୀୟ ସହରର ପ୍ରଦୂଷଣ ସ୍ତର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ୟୁଏଚ୍‌ଓ) ପକ୍ଷରୁ ଜାରି କରାଯାଇଥିବା ସୀମା ୫ ମାଇକ୍ରୋଗ୍ରାମ/କ୍ୟୁବିକ୍‌ ମିଟରଠାରୁ ଅତିକମ୍‌ରେ ୧୦ ଗୁଣା ଅଧିକ ରହିଥିବା ନେଇ ଏହି ଅଧ୍ୟୟନ କହିଛି। ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ୨୦ ପ୍ରଦୂଷିତ ସହର ମଧ୍ୟରେ ପାକିସ୍ତାନର ୪ ଏବଂ ଚାଇନାର ଗୋଟିଏ ସହର ରହିଛି। ଆଫ୍ରିକୀୟ ଦେଶ ଚାଡ୍‌ ବିଶ୍ୱର ସବୁଠାରୁ ପ୍ରଦୂଷିତ ହୋଇଥିବାବେଳେ ବାଂଲାଦେଶ ଏବଂ ପାକିସ୍ତାନ ଯଥାକ୍ରମେ ବିଶ୍ୱର ଦ୍ୱିତୀୟ ଏବଂ ତୃତୀୟ ସବୁଠୁ ପ୍ରଦୂଷିତ ଦେଶ ହୋଇଥିବା ଏହି ରିପୋର୍ଟ କହିଛି। ସବୁଠାରୁ ପ୍ରଦୂଷିତ ଦେଶ ତାଲିକାର ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଯଥାକ୍ରମେ ଡେମୋକ୍ରାଟିକ୍‌ ରିପବ୍ଲିକ ଅଫ୍‌ କଙ୍ଗୋ ଏବଂ ଭାରତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୧ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?