ଭବାନୀପାଟଣା,୯ା୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଡ଼ିଦର ପଞ୍ଚାୟତ ତେନ୍ତୁଳିପଡ଼ାରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୧୩ ଜଣ ଅସୁସ୍ଥ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବର୍ତ୍ତମାନ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଶିଶୁ ରହିଛନ୍ତି। ଶନିବାର ରାତିରେ ବଗିଚାର ବାଉଁଶ ଗଛରେ ଫୁଟିଥିବା ବାଞ୍ଜି ଛତୁ ସମସ୍ତେ ଖାଇଥିଲେ। କିଛି ସମୟ ପରେ ରାତିରେ ସମସ୍ତଙ୍କ ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା। ପରେ ଗୁରୁତର ଅବସ୍ଥାରେ ସମସ୍ତେ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।


