Posted inଜାତୀୟ

ଧୂମପାନଜନିତ କ୍ୟାନ୍‌ସରରେ ବର୍ଷକୁ ୧୩ ଲକ୍ଷ ଜୀବନ ଯାଉଛି

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଭାରତ ସମେତ ୭ ଦେଶରେ ଧୂମପାନଜନିତ କ୍ୟାନ୍‌ସରରେ ବର୍ଷକୁ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଲାନ୍‌ସେଟ୍‌ର ଇ-କ୍ଲିନିକାଲ ମେଡିସିନ୍‌ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି। ଅନ୍ୟ ଦେଶଗୁଡ଼ିକ ହେଲେ ଚାଇନା, ବ୍ରିଟେନ୍‌, ବ୍ରାଜିଲ, ରୁଷିଆ, ଆମେରିକା ଏବଂ ଦକ୍ଷିଣ ଆଫ୍ରିକା। ବିଶ୍ୱରେ ପ୍ରତିବର୍ଷ କ୍ୟାନ୍‌ସରରେ ଯେତିକି ମୃତ୍ୟୁ ଘଟୁଛି, ତାହାର ଅଧାରୁ ଅଧିକ ଉପରୋକ୍ତ ୭ ଦେଶରେ ହେଉଛି। ଧୂମପାନ ସହିତ ମଦ୍ୟପାନ, ମେଦବହୁଳତା, ହ୍ୟୁମାନ୍‌ ପାପିଲୋମା ଭାଇରସ୍‌(ଏଚ୍‌ପିଭି) ସଂକ୍ରମଣ ଯୋଗୁ ମୋଟ ୨୦ ଲକ୍ଷ ଲୋକ ପ୍ରତିବର୍ଷ ପ୍ରାଣ ହରାଉଛନ୍ତି। ଅନ୍ତର୍ଜାତୀୟ କ୍ୟାନ୍‌ସର ଗବେଷଣା ସଂସ୍ଥା (ଆଇଏଆର୍‌ସି), ଲଣ୍ଡନର କୁଇନ୍‌ ମେରି ବିଶ୍ୱବିଦ୍ୟାଳୟ ଏବଂ କିଙ୍ଗସ୍‌ କଲେଜ ଲଣ୍ଡନର ଗବେଷକମାନେ ଏହି ଅଧ୍ୟୟନ କରିଛନ୍ତି। କର୍କଟ ରୋଗ ଯୋଗୁ ଆୟୁଷ କମୁଥିବା ଉପରେ ମଧ୍ୟ ସେମାନେ ଅଧ୍ୟୟନ କରିଥିଲେ। ଉପରୋକ୍ତ ୪ଟି ପ୍ରତିକାରାତ୍ମକ ରିସ୍କ ଫ୍ୟାକ୍ଟର ଯୋଗୁ ପ୍ରତିବର୍ଷ ୩୦ ନିୟୁତରୁ ଊର୍ଦ୍ଧ୍ୱ ବର୍ଷ ବୟସ କ୍ଷୟ ହେଉଛି। ଆୟୁଷ ହ୍ରାସ ପାଇବାରେ ସବୁଠୁ ବଡ଼ ପ୍ରଭାବ ଧୂମପାନର ରହିଛି। ଏଥିପାଇଁ ଜୀବନର ୨୦.୮ ନିୟୁତ ବର୍ଷ ହ୍ରାସ ପାଉଥିବା ଗବେଷଣାରେ କୁହାଯାଇଛି।
ସାରା ବିଶ୍ୱରେ ପ୍ରତି ୨ ମିନିଟ୍‌ରେ ସର୍ଭିକାଲ କ୍ୟାନ୍‌ସରରେ ଜଣେ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ଏହି ମୃତ୍ୟୁର ପ୍ରାୟ ୯୦ ପ୍ରତିଶତ ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶରେ ଘଟୁଛି। ବିସ୍ତୃତ ଯାଞ୍ଚ ଏବଂ ଏଚ୍‌ପିଭି ଟିକାକରଣ କାର୍ଯ୍ୟକ୍ରମ ଦ୍ୱାରା ଏହାକୁ ଯଥେଷ୍ଟ କମାଇ ଦିଆଯାଇପାରିବ ବୋଲି କୁଇନ୍‌ ମେରି ୟୁନିଭର୍ସିଟିର ବରିଷ୍ଠ ଅଧ୍ୟାପକ ଜୁଡ଼ିଥ୍‌ ଅଫ୍‌ମାନ କହିଛନ୍ତି। ଭାରତରେ ମସ୍ତିଷ୍କ ଓ ଗଳା କର୍କଟ ଯୋଗୁ ସମୟ ପୂର୍ବରୁ ଅଧିକ ପୁରୁଷଙ୍କ ମୃତ୍ୟୁ ହେଉଥିଲାବେଳେ ଜିନାକୋଲୋଜିକାଲ କ୍ୟାନ୍‌ସରରେ ଅଧିକ ମହିଳା କମ୍‌ ବୟସରେ ପ୍ରାଣ ହରାଉଛନ୍ତି। ଧୂମପାନ ଯୋଗୁ ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ଜୀବନର ଅଧିକାଂଶ ବୟସ ହରାଇବାକୁ ପଡ଼ୁଛି। ସାଧାରଣତଃ ଧୂମପାନ ଓ ମଦ୍ୟପାନ ଜନିତ କ୍ୟାନ୍‌ସରରେ ଅଧିକ ସଂଖ୍ୟାରେ ପୁରୁଷଙ୍କର ଆୟୁଷ ପୂର୍ବରୁ ମୃତ୍ୟୁ ଘଟୁଛି। ଭାରତ, ଚାଇନା, ରୁଷିଆରେ ଏଭଳି ସମୟ ପୂର୍ବରୁ ମୃତ୍ୟୁ ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ କ୍ଷେତ୍ରରେ ୯ ଗୁଣ ଅଧିକ। ଅନ୍ୟପକ୍ଷରେ ମେଦବହୁଳତା ଓ ଏଚ୍‌ପିଭି ସଂକ୍ରମଣଜନିତ କ୍ୟାନ୍‌ସରରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳାଙ୍କ ମୃତ୍ୟୁ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri