ଦ୍ୱିତୀୟ ଦିନରେ ୧୩ ମୃତଦେହ ହସ୍ତାନ୍ତର

ଭୁବନେଶ୍ୱର,୨।୭(ଅଭିଜିତ ଦାସ୍‌)ଜୁନ୍‌ ୨ ବାଲେଶ୍ୱର ବାହନଗା ଷ୍ଟେଶନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାକୁ ଶନିବାର ଏକ ମାସ ପୂରିଛି। ହେଲେ ଏଯାଏ ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ସରୁନାହିଁ। ଇତିମଧ୍ୟରେ ଏମ୍‌ସରେ ରଖାଯାଇଥିବା ୮୧ ମୃତଦେହ ମଧ୍ୟରୁ ୨୯ଟିର ଡିଏନ୍‌ଏ ରିପୋର୍ଟ ଆସିବା ପରେ ଶୁକ୍ରବାର ୬ଟି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଶନିବାର ଦ୍ୱିତୀୟ ଦିନରେ ଆଉ ୧୩ଟି ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବାବେଳେ ବାକି ୧୦ଟିକୁ ନେବାକୁ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସିବିଆଇ ଏହି ଦୁର୍ଘଟଣାର ତଦନ୍ତ କରୁଥିବାରୁ ମୃତଦେହ ହସ୍ତାନ୍ତର ସମୟରେ ଅଧିକାରୀମାନେ ଉପସ୍ଥିତ ରହି କାଗଜପତ୍ର ଯାଞ୍ଚ କରୁଛନ୍ତି। ଶନିବାର ରାତି ସୁଦ୍ଧା ୪ଟି ମୃତଦେହ ବିହାର, ୮ଟି ପଶ୍ଚିମବଙ୍ଗ ଓ ଗୋଟିଏ ଝାଡଖଣ୍ଡ ପଠାଯାଇଥିବା ଏମ୍‌ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆହୁରି ୫୨ ମୃତଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବାବେଳେ ପରିବାର ଲୋକେ ଦ୍ୱିତୀୟ ପର୍ଯ୍ୟାୟ ଡିଏନ୍‌ଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି।
ପୁଅର ମୃତଦେହ ଖୋଜୁଛି ବାପା
ହୃଦୟରେ ଅନେକ ଯନ୍ତ୍ରଣା, ହେଲେ ପୁଅର ମୃତଦେହ ନେବାକୁ ମନରେ ଉତ୍କଣ୍ଠା। ବହୁ କଷ୍ଟରେ ବିହାରରୁ ଭୁବନେଶ୍ୱର ପହଞ୍ଚତ୍ଛନ୍ତି ବାପା ସୁରେଶ ରାୟ। ଛୋଟା ଗୋଡ଼ରେ ଚାଲି ଚାଲି ୩୦ ଦିନ ହେବ ଦୁଇ ପୁଅର ମୃତଦେହ ଖୋଜିବାରେ ଲାଗିଛନ୍ତି। ତେବେ ବଡପୁଅ ୩୫ ବର୍ଷୀୟ ମନୋଜଙ୍କ ମୃତଦେହ ପାଇଥିବାବେଳେ ସାନପୁଅ ୨୫ ବର୍ଷୀୟ ରଞ୍ଜିତଙ୍କୁ ଏପର୍ଯ୍ୟନ୍ତ ପାଇପାରୁନାହାନ୍ତି। ତାଙ୍କ କହିବାନୁସାରେ, ଦୁଇ ଭାଇ ମନୋଜ ଓ ରଞ୍ଜିତ ଘରର ଆର୍ଥିକ ବୋଝକୁ ଦୂର କରିବା ଲାଗି କରମଣ୍ଡଳ ଏକ୍ସପ୍ରେସରେ ଚେନ୍ନାଇ ଯାଉଥିଲେ। ଦୁର୍ଘଟଣାର କିଛି ସମୟ ପୂର୍ବରୁ ବାପା ସୁରେଶ ଦୁଇ ପୁଅ ସହ କଥା ହେବା ପରେ ଜାଣି ନ ଥିଲେ କି ଏହା ତାଙ୍କର ଶେଷ କଥାବାର୍ତ୍ତା। ଦୁର୍ଘଟଣା ଖବର ପାଇବା ପରେ ବାପା ୨ ପୁଅଙ୍କୁ ଫୋନ ଲଗାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଶେଷରେ ଓଡ଼ିଶା ଆସି ଦୁଇ କୁଳନନ୍ଦନକୁ ଖୋଜାଖୋଜି ଭିତରେ ଏମ୍‌ସରେ ବଡ଼ପୁଅଙ୍କୁ ଚିହ୍ନଟ କରିଥିଲେ। ଏଥିପାଇଁ ଡିଏନ୍‌ଏ ଟେଷ୍ଟ ଲାଗି ନମୁନା ଦେଇଥିଲେ। ତେବେ ରିପୋର୍ଟ ଆସିବା ପରେ ଶନିବାର ବିଳମ୍ବିତ ରାତିରେ ବଡପୁଅର ମୃତଦେହକୁ ନେଇ ବିହାର ଫେରିଯାଇଛନ୍ତି।
ମୋ ପୁଅର ମୃତ ଶରୀର ଫେରାଇଦିଅ
ପଶ୍ଚିମବଙ୍ଗ କୁଛ୍‌ ବିହାର ଅଞ୍ଚଳର ୨୨ ବର୍ଷୀୟ ବିପୁଲ୍‌ ରୟଙ୍କ ମୃତଦେହ ଖୋଜି ଖୋଜି ନୟାନ୍ତ ହେଲେଣି ବାପା ଶିବକାନ୍ତ ରୟ। ତାଙ୍କ ସୂଚନା ଅନୁଯାୟୀ, ଟ୍ରେନ୍‌ ଦୁର୍ଘଟଣାରେ ବିପୁଲ୍‌ ପ୍ରାଣ ହରାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ତାଙ୍କ ମୃତଦେହକୁ ଅନ୍ୟ ଏକ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବାପା ଶିବକାନ୍ତ ରୟ ରେଲ୍‌ଓ୍ବେ ଓ ଏମ୍‌ସ କର୍ତ୍ତୃପକ୍ଷଙ୍କୁ ଗୁହାରି କରିବା ସହ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ୩୦ ଦିନ ହୋଇଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ଶିବକାନ୍ତ ରୟଙ୍କୁ ସାନ୍ତ୍ୱନା ଦେବାଲାଗି କର୍ତ୍ତୃପକ୍ଷ ଶିବକାନ୍ତ ରୟଙ୍କ ଡିଏନ୍‌ଏ ନମୁନା ପରୀକ୍ଷଣ ଲାଗି ସଂଗ୍ରହ କରିଥିଲେ ମଧ୍ୟ ତାଙ୍କ ମନ ମାନୁନି।
ନୁରୁଲ ପାଇଁ ବାପାର ମେରୁଦଣ୍ଡ ଭାଙ୍ଗିଗଲା
ପଶ୍ଚିମବଙ୍ଗ ମାଲଦା ଜିଲାର ୧୬ ବର୍ଷୀୟ ନୁରୁଲ ଇସଲାମ ଘରର ଆର୍ଥିକ ବୋଝକୁ ଦୂର କରିବା ଲାଗି ଚେନ୍ନାଇ ଯାଉଥିଲେ। ଭଲ ରୋଜଗାର କରିବା ସହ ମନରେ ଆଶା ରଖିଥିଲେ ନୂଆ ଘର କରିବେ ଓ ଘର ଫ୍ଲୋରରେ ଟାଇଲ ପକାଇବେ। ଅଳ୍ପ ବୟସରେ ପୁଅର ରୋଜଗାର ଓ ସ୍ବପ୍ନକୁ ନେଇ ବାପା ମା ବି ବହୁତ ଖୁସି ଥିଲେ। କିନ୍ତୁ ବାହାନଗା ରେଳ ଦୁର୍ଘଟଣାରେ ନୁରୁଲଙ୍କ ମୃତ୍ୟୁ ହେବା ପରେ ଏବେ ବାପା ଆହ୍ଲାଉଦ୍ଦିନ୍‌ଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ପୁଅ ସହ ସବୁ ସ୍ବପ୍ନ ମାଟିରେ ମିଶିଯାଇଛି। ଏବେ ଡିଏନଏ ରିପୋର୍ଟ ମ୍ୟାଚ ହେବା ପରେ ପୁଅର ମୃତଦେହକୁ ନେବା ଲାଗି ବଡ ପୁଅ ସହ ଏମ୍‌ସ ଆସିଥିବାବେଳେ ପୂରା ଭାଙ୍ଗିପଡିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri