ଭୁବନେଶ୍ୱର,୨।୭(ଅଭିଜିତ ଦାସ୍)ଜୁନ୍ ୨ ବାଲେଶ୍ୱର ବାହନଗା ଷ୍ଟେଶନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାକୁ ଶନିବାର ଏକ ମାସ ପୂରିଛି। ହେଲେ ଏଯାଏ ମୃତଦେହ ଚିହ୍ନଟ ଓ ହସ୍ତାନ୍ତର ପ୍ରକ୍ରିୟା ସରୁନାହିଁ। ଇତିମଧ୍ୟରେ ଏମ୍ସରେ ରଖାଯାଇଥିବା ୮୧ ମୃତଦେହ ମଧ୍ୟରୁ ୨୯ଟିର ଡିଏନ୍ଏ ରିପୋର୍ଟ ଆସିବା ପରେ ଶୁକ୍ରବାର ୬ଟି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଶନିବାର ଦ୍ୱିତୀୟ ଦିନରେ ଆଉ ୧୩ଟି ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବାବେଳେ ବାକି ୧୦ଟିକୁ ନେବାକୁ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସିବିଆଇ ଏହି ଦୁର୍ଘଟଣାର ତଦନ୍ତ କରୁଥିବାରୁ ମୃତଦେହ ହସ୍ତାନ୍ତର ସମୟରେ ଅଧିକାରୀମାନେ ଉପସ୍ଥିତ ରହି କାଗଜପତ୍ର ଯାଞ୍ଚ କରୁଛନ୍ତି। ଶନିବାର ରାତି ସୁଦ୍ଧା ୪ଟି ମୃତଦେହ ବିହାର, ୮ଟି ପଶ୍ଚିମବଙ୍ଗ ଓ ଗୋଟିଏ ଝାଡଖଣ୍ଡ ପଠାଯାଇଥିବା ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆହୁରି ୫୨ ମୃତଦେହର ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବାବେଳେ ପରିବାର ଲୋକେ ଦ୍ୱିତୀୟ ପର୍ଯ୍ୟାୟ ଡିଏନ୍ଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି।
ପୁଅର ମୃତଦେହ ଖୋଜୁଛି ବାପା
ହୃଦୟରେ ଅନେକ ଯନ୍ତ୍ରଣା, ହେଲେ ପୁଅର ମୃତଦେହ ନେବାକୁ ମନରେ ଉତ୍କଣ୍ଠା। ବହୁ କଷ୍ଟରେ ବିହାରରୁ ଭୁବନେଶ୍ୱର ପହଞ୍ଚତ୍ଛନ୍ତି ବାପା ସୁରେଶ ରାୟ। ଛୋଟା ଗୋଡ଼ରେ ଚାଲି ଚାଲି ୩୦ ଦିନ ହେବ ଦୁଇ ପୁଅର ମୃତଦେହ ଖୋଜିବାରେ ଲାଗିଛନ୍ତି। ତେବେ ବଡପୁଅ ୩୫ ବର୍ଷୀୟ ମନୋଜଙ୍କ ମୃତଦେହ ପାଇଥିବାବେଳେ ସାନପୁଅ ୨୫ ବର୍ଷୀୟ ରଞ୍ଜିତଙ୍କୁ ଏପର୍ଯ୍ୟନ୍ତ ପାଇପାରୁନାହାନ୍ତି। ତାଙ୍କ କହିବାନୁସାରେ, ଦୁଇ ଭାଇ ମନୋଜ ଓ ରଞ୍ଜିତ ଘରର ଆର୍ଥିକ ବୋଝକୁ ଦୂର କରିବା ଲାଗି କରମଣ୍ଡଳ ଏକ୍ସପ୍ରେସରେ ଚେନ୍ନାଇ ଯାଉଥିଲେ। ଦୁର୍ଘଟଣାର କିଛି ସମୟ ପୂର୍ବରୁ ବାପା ସୁରେଶ ଦୁଇ ପୁଅ ସହ କଥା ହେବା ପରେ ଜାଣି ନ ଥିଲେ କି ଏହା ତାଙ୍କର ଶେଷ କଥାବାର୍ତ୍ତା। ଦୁର୍ଘଟଣା ଖବର ପାଇବା ପରେ ବାପା ୨ ପୁଅଙ୍କୁ ଫୋନ ଲଗାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ଶେଷରେ ଓଡ଼ିଶା ଆସି ଦୁଇ କୁଳନନ୍ଦନକୁ ଖୋଜାଖୋଜି ଭିତରେ ଏମ୍ସରେ ବଡ଼ପୁଅଙ୍କୁ ଚିହ୍ନଟ କରିଥିଲେ। ଏଥିପାଇଁ ଡିଏନ୍ଏ ଟେଷ୍ଟ ଲାଗି ନମୁନା ଦେଇଥିଲେ। ତେବେ ରିପୋର୍ଟ ଆସିବା ପରେ ଶନିବାର ବିଳମ୍ବିତ ରାତିରେ ବଡପୁଅର ମୃତଦେହକୁ ନେଇ ବିହାର ଫେରିଯାଇଛନ୍ତି।
ମୋ ପୁଅର ମୃତ ଶରୀର ଫେରାଇଦିଅ
ପଶ୍ଚିମବଙ୍ଗ କୁଛ୍ ବିହାର ଅଞ୍ଚଳର ୨୨ ବର୍ଷୀୟ ବିପୁଲ୍ ରୟଙ୍କ ମୃତଦେହ ଖୋଜି ଖୋଜି ନୟାନ୍ତ ହେଲେଣି ବାପା ଶିବକାନ୍ତ ରୟ। ତାଙ୍କ ସୂଚନା ଅନୁଯାୟୀ, ଟ୍ରେନ୍ ଦୁର୍ଘଟଣାରେ ବିପୁଲ୍ ପ୍ରାଣ ହରାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ତାଙ୍କ ମୃତଦେହକୁ ଅନ୍ୟ ଏକ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବାପା ଶିବକାନ୍ତ ରୟ ରେଲ୍ଓ୍ବେ ଓ ଏମ୍ସ କର୍ତ୍ତୃପକ୍ଷଙ୍କୁ ଗୁହାରି କରିବା ସହ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ୩୦ ଦିନ ହୋଇଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ଶିବକାନ୍ତ ରୟଙ୍କୁ ସାନ୍ତ୍ୱନା ଦେବାଲାଗି କର୍ତ୍ତୃପକ୍ଷ ଶିବକାନ୍ତ ରୟଙ୍କ ଡିଏନ୍ଏ ନମୁନା ପରୀକ୍ଷଣ ଲାଗି ସଂଗ୍ରହ କରିଥିଲେ ମଧ୍ୟ ତାଙ୍କ ମନ ମାନୁନି।
ନୁରୁଲ ପାଇଁ ବାପାର ମେରୁଦଣ୍ଡ ଭାଙ୍ଗିଗଲା
ପଶ୍ଚିମବଙ୍ଗ ମାଲଦା ଜିଲାର ୧୬ ବର୍ଷୀୟ ନୁରୁଲ ଇସଲାମ ଘରର ଆର୍ଥିକ ବୋଝକୁ ଦୂର କରିବା ଲାଗି ଚେନ୍ନାଇ ଯାଉଥିଲେ। ଭଲ ରୋଜଗାର କରିବା ସହ ମନରେ ଆଶା ରଖିଥିଲେ ନୂଆ ଘର କରିବେ ଓ ଘର ଫ୍ଲୋରରେ ଟାଇଲ ପକାଇବେ। ଅଳ୍ପ ବୟସରେ ପୁଅର ରୋଜଗାର ଓ ସ୍ବପ୍ନକୁ ନେଇ ବାପା ମା ବି ବହୁତ ଖୁସି ଥିଲେ। କିନ୍ତୁ ବାହାନଗା ରେଳ ଦୁର୍ଘଟଣାରେ ନୁରୁଲଙ୍କ ମୃତ୍ୟୁ ହେବା ପରେ ଏବେ ବାପା ଆହ୍ଲାଉଦ୍ଦିନ୍ଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ପୁଅ ସହ ସବୁ ସ୍ବପ୍ନ ମାଟିରେ ମିଶିଯାଇଛି। ଏବେ ଡିଏନଏ ରିପୋର୍ଟ ମ୍ୟାଚ ହେବା ପରେ ପୁଅର ମୃତଦେହକୁ ନେବା ଲାଗି ବଡ ପୁଅ ସହ ଏମ୍ସ ଆସିଥିବାବେଳେ ପୂରା ଭାଙ୍ଗିପଡିଥିବା ଦେଖିବାକୁ ମିଳିଥିଲା।
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ
ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...
ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ
ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...
ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...
ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...
ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...
ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି
ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...
ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ
ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...
ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ
ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...
Archives


