୧୩ ଚେକ୍‌ଡ୍ୟାମ୍‌ ଅଚଳ

କେସିଙ୍ଗା,୧୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ ତଥା ଓଡ଼ିଶା ସରକାର ଜଳସମ୍ପଦ ବିଭାଗ ଦ୍ୱାରା ୨୦୧୭-୧୮ରେ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନାରେ ଚେକଡ୍ୟାମ ନିର୍ମାଣ କାର୍ଯ୍ୟ ହୋଇଥିଲା। ବ୍ଲକର ସେକ୍ସନ- ୧ରେ ୪୯ଟି ଚେକଡ୍ୟାମ ଏବଂ କର୍ଲାମୁଣ୍ଡା ସେକ୍ସନ ଅଧୀନ ବ୍ଲକର ତୁଣ୍ଡଲା, ହାତୀଖୋଜ, ବେଲଖଣ୍ଡି, ଅମାଠ ଅଞ୍ଚଳରେ ୬ଟି ମୋଟ ୫୫ଟି ଚେକଡ୍ୟାମ ନିର୍ମାଣ ହୋଇଛି। କେସିଙ୍ଗା ସେକ୍ସନରେ ନିର୍ମାଣ ୪୯ଟି ଚେକଡ୍ୟାମ ମଧ୍ୟରୁ ୧୩ଟି ଚେକଡ୍ୟାମ ନିମ୍ନମାନର କାମ ଓ ଲଘୁଚାପଜନିତ ବନ୍ୟାରେ ଭାଙ୍ଗି ଯାଇଛି। ୩୬ଟି ଚେକଡ୍ୟାମ ଗାର୍ଡୱାଲ, ସ୍ଲାପ, ଟ୍ରଙ୍କର ଭାଙ୍ଗି ଯାଇ ନଷ୍ଟ ହୋଇଛି। ଫଳରେ ବର୍ଷା ଜଳ ଗଚ୍ଛିତ ହୋଇ ନ ରହୁଥିବାରୁ ଚାଷୀମାନେ ଚାଷ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକରେ ୪୯ଟି ଚେକଡ୍ୟାମର ହାରାହାରି ୨୮ଲକ୍ଷ ହିସାବରେ ୧୩ କୋଟି ୭୨ଲକ୍ଷ ଟଙ୍କା ନଷ୍ଟ ହୋଇଛି। ଚେକଡ୍ୟାମ ନିମ୍ନମାନର କାମ କରିଥିବାରୁ ଗୋଟିଏ ବର୍ଷ ମଧ୍ୟରେ ବର୍ଷାରେ ଭାଙ୍ଗି ନଷ୍ଟ ହେଉଛି। ବ୍ଲକର କଛାରପଦର, ମହୁଲପଡା, ଅମଠା, ଉତ୍କେଲା ଆଦି ଅଞ୍ଚଳରେ ନିମ୍ନମାନର ଚେକଡ୍ୟାମ ନିର୍ମାଣ କରାଯାଇ ଥିବାରୁ ରାଜ୍ୟ ଜଳ ସମ୍ପଦ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗ କୋଟି କୋଟି ଟଙ୍କା ନଷ୍ଟ ହୋଇଛି। ଚାଷୀମାନେ ସ୍ବଳ୍ପବର୍ଷାରେ ଚେକଡ୍ୟାମରୁ ଜଳସେଚନର ସୁବିଧା ପାଇବା ପାଇଁ ଆଶା ରଖିଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରି କାମରେ ସର୍ବନାଶ ହେଉଛି। ଚାଷୀମାନେ ବହୁବାର ବିଭାଗୀୟ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର, ଜେଇଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଚାଷୀମାନେ ଜଳସେଚନ ସୁବିଧା ନ ଥିବାରୁ ଧାନ ଚାଷ କିମ୍ବା ଅନ୍ୟାନ୍ୟ ଚାଷରେ ଘୋର ସମସ୍ୟା ସମ୍ମୁଖୀନ ହେଉଛନ୍ତି। ରାଜ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ଚିଫ ଇଞ୍ଜିନିୟର ଏଥିପ୍ରତି ଦୃଷ୍ଟି ଦେଇ ଭାଙ୍ଗିଯାଇଥିବା ଚେକଡ୍ୟାମ ପୁନଃ ନିର୍ମାଣ ପାଇଁ ଚାଷୀମାନେ ଦାବି କରିଛନ୍ତି। ବ୍ଲକର ବିଭିନ୍ନ ଗ୍ରାମର ଚାଷୀମାନେ କେସିଙ୍ଗାସ୍ଥିତ ବିଭାଗୀୟ ଯନ୍ତ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ପାରି ନାହିଁ। ତୁରନ୍ତ ଭଗ୍ନ ଚେକଡ୍ୟାମର ପୁନଃ ନିର୍ମାଣ ନ ଗଲେ କ୍ଷୁଦ୍ର ଜଳସେଚନ ଅନୁ ବିଭାଜନ କେସିଙ୍ଗା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ନାଏକଙ୍କୁ ପଚାରିବାରୁ ଆମ ବିଭାଗ ଚିଫ ଇଞ୍ଜିନିୟରଙ୍କୁ ସର୍ଭେ କରି ପ୍ରସ୍ତାବ ଦିଆଯାଇଛି। ଟଙ୍କା ମଞ୍ଜୁର କଲେ ଡିସେମ୍ବର ସୁଦ୍ଧା ଭାଙ୍ଗି ଥିବା ଚେକଡ୍ୟାମ ମରାମତି କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri