Posted inଖେଳ

ତୃତୀୟ ଟେଷ୍ଟ: ପ୍ରଥମ ମହିଳା ମ୍ୟାଚ ଅଫିସିଆଲ କ୍ଲେୟାର ପୋଲୋସାକ

ସିଡ୍‌ନୀ, ୭।୧(ପି.ଟି.): ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଏକ ନୂଆ କଥା ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ଏକ ପୁରୁଷ ମ୍ୟାଚରେ ଜଣେ ମହିଳା ମ୍ୟାଚ ଅଫିସିଆଲ ଦାୟିତ୍ୱରେ ରହିବେ। ସେ ହେଉଛନ୍ତି ଅଷ୍ଟ୍ରେଲିଆର କ୍ଲେୟାର ପୋଲୋସାକ। ସେ ସିଡ୍‌ନୀ ଟେଷ୍ଟରେ ଚତୁର୍ଥ ଅମ୍ପାୟରର ଦାୟିତ୍ୱ ନିର୍ବହା କରିବେ।
ନ୍ୟୁ ସାଉଥ୍‌ଓ୍ବେଲ୍ସର ୩୨ ବର୍ଷୀୟା କ୍ଲେୟାର ପୂର୍ବରୁ ପ୍ରଥମ ମହିଳା ଅନ୍‌ ଫିଲ୍ଡ ଅମ୍ପାୟର ଭାବ ପୁରୁଷ ଦିନିକିଆ ମ୍ୟାଚ ଆଇସିସିର ଡିଭିଜନ ୨ ଲିଗ୍‌ରେ ଦାୟିତ୍ୱ ନିର୍ବାହ କରିଛନ୍ତି। ୨୦୧୯ରେ ଓ୍ବିଣ୍ଡହୋକ୍‌ରେ ନାମ୍ବିଆ ଏବଂ ଓମାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ସେ ପରିଚାଳନା କରିଥିଲେ। ଭାରତ- ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଅନ୍‌ ଫିଲ୍ଡ ଅମ୍ପାୟର ଭାବେ ଦୁଇ ପୂର୍ବତନ ଦ୍ରୁତ ବୋଲର ପଲ ଓ୍ବିଲସନ ଓ ପଲ ରିଫିଲ ମ୍ୟାଚ ପରିଚାଳନା କରିବେ। ସେହିପରି ଟିଭି ଅମ୍ପାୟର ଭାବେ ବ୍ରୁସ୍‌ ଓକ୍ସେନଫୋର୍ଡ ଦାୟିତ୍ୱରେ ରହିବେ। ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ବୁନ୍‌ ମ୍ୟାଚ ରେଫରି ଭାବେ ଦାୟିତ୍ୱ ସମ୍ପାଦନ କରିବେ।
ଆଇସିସି ନିୟମ ଅନୁସାରେ ଘରୋଇ କ୍ରିକେଟ ବୋର୍ଡ ଚତୁର୍ଥ ଅମ୍ପାୟର ନିଯୁକ୍ତ କରିଥାନ୍ତି। କ୍ଲେୟାର ନ୍ୟୁ ସାଉଥ୍‌ ଓ୍ବେଲ୍ସର ଗୋଲବର୍ନ ସହରରେ ରହୁଛନ୍ତି। ସେ ମଧ୍ୟ ପ୍ରଥମ ମହିଳା ମ୍ୟାଚ ଅଫିସିଆଲ ଭାବେ ଅଷ୍ଟ୍ରେଲିଆରେ ଲିଷ୍ଟ ଏ ଗେମ୍‌ରେ ମ୍ୟାଚ ପରିଚାଳନା କରି ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲେ।
ଚତୁର୍ଥ ଅମ୍ପାୟରଙ୍କ ଦାୟିତ୍ୱ
ଅନ୍‌ଫିଲ୍ଡ ଅମ୍ପାୟରଙ୍କଠାରୁ ଚତୁର୍ଥ ଅମ୍ପାୟରଙ୍କ ଦାୟିତ୍ୱ ସମ୍ପୂର୍ଣ୍ଣ ଅଲଗା । ଚତୁର୍ଥ ଅମ୍ପାୟର ପଡିଆକୁ ନୂଆ ବଲ, ଫିଲ୍ଡ ଅମ୍ପାୟରଙ୍କ ପାଇଁ ପାନୀୟ ଆଣିଥାନ୍ତି। ସେ ଲାଇଟ୍‌ ମିଟରର ବ୍ୟାଟେରି ଚେକ୍‌ କରିଥାନ୍ତି। ଲଞ୍ଚ୍‌ ଓ ଚା’ ପାନ ବିରତି ଅବସରରେ ସେ ପିଚ୍‌ ନିରୀକ୍ଷଣ କରିବା ସହ ଖେଳ ଆରମ୍ଭ ହେବା ନେଇ ସବୁଜ ସଙ୍କେତ ଦେଇଥାନ୍ତି। ଏଥିସହିତ ନୂଆ ବେଲ୍‌ ମଧ୍ୟ ସେ ଆଣିଥାନ୍ତି। ଆବଶ୍ୟକ ପଡିଲେ ଚତୁର୍ଥ ଅମ୍ପାୟର ତୃତୀୟ ଅମ୍ପାୟରଙ୍କ ଦାୟିତ୍ୱ ନିର୍ବାହ କରିଥାନ୍ତି। ଅନ୍‌ଫିଲ୍ଡ ଅମ୍ପାୟର କିଛି ସମସ୍ୟାରେ ପଡିଲେ ତୃତୀୟ ଅମ୍ପାୟର ତାଙ୍କ ଦାୟିତ୍ୱ ନେଇଥାନ୍ତି। ଏପରି ସ୍ଥଳେ ଚତୁର୍ଥ ଅମ୍ପାୟର ତୃତୀୟ ଅମ୍ପାୟରଙ୍କ ଦାୟିତ୍ୱ ସମ୍ଭାଳିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri