Posted inଖେଳ

ତୃତୀୟ ଟେଷ୍ଟ: ପ୍ରଥମ ମହିଳା ମ୍ୟାଚ ଅଫିସିଆଲ କ୍ଲେୟାର ପୋଲୋସାକ

ସିଡ୍‌ନୀ, ୭।୧(ପି.ଟି.): ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଏକ ନୂଆ କଥା ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ଏକ ପୁରୁଷ ମ୍ୟାଚରେ ଜଣେ ମହିଳା ମ୍ୟାଚ ଅଫିସିଆଲ ଦାୟିତ୍ୱରେ ରହିବେ। ସେ ହେଉଛନ୍ତି ଅଷ୍ଟ୍ରେଲିଆର କ୍ଲେୟାର ପୋଲୋସାକ। ସେ ସିଡ୍‌ନୀ ଟେଷ୍ଟରେ ଚତୁର୍ଥ ଅମ୍ପାୟରର ଦାୟିତ୍ୱ ନିର୍ବହା କରିବେ।
ନ୍ୟୁ ସାଉଥ୍‌ଓ୍ବେଲ୍ସର ୩୨ ବର୍ଷୀୟା କ୍ଲେୟାର ପୂର୍ବରୁ ପ୍ରଥମ ମହିଳା ଅନ୍‌ ଫିଲ୍ଡ ଅମ୍ପାୟର ଭାବ ପୁରୁଷ ଦିନିକିଆ ମ୍ୟାଚ ଆଇସିସିର ଡିଭିଜନ ୨ ଲିଗ୍‌ରେ ଦାୟିତ୍ୱ ନିର୍ବାହ କରିଛନ୍ତି। ୨୦୧୯ରେ ଓ୍ବିଣ୍ଡହୋକ୍‌ରେ ନାମ୍ବିଆ ଏବଂ ଓମାନ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ସେ ପରିଚାଳନା କରିଥିଲେ। ଭାରତ- ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଅନ୍‌ ଫିଲ୍ଡ ଅମ୍ପାୟର ଭାବେ ଦୁଇ ପୂର୍ବତନ ଦ୍ରୁତ ବୋଲର ପଲ ଓ୍ବିଲସନ ଓ ପଲ ରିଫିଲ ମ୍ୟାଚ ପରିଚାଳନା କରିବେ। ସେହିପରି ଟିଭି ଅମ୍ପାୟର ଭାବେ ବ୍ରୁସ୍‌ ଓକ୍ସେନଫୋର୍ଡ ଦାୟିତ୍ୱରେ ରହିବେ। ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ବୁନ୍‌ ମ୍ୟାଚ ରେଫରି ଭାବେ ଦାୟିତ୍ୱ ସମ୍ପାଦନ କରିବେ।
ଆଇସିସି ନିୟମ ଅନୁସାରେ ଘରୋଇ କ୍ରିକେଟ ବୋର୍ଡ ଚତୁର୍ଥ ଅମ୍ପାୟର ନିଯୁକ୍ତ କରିଥାନ୍ତି। କ୍ଲେୟାର ନ୍ୟୁ ସାଉଥ୍‌ ଓ୍ବେଲ୍ସର ଗୋଲବର୍ନ ସହରରେ ରହୁଛନ୍ତି। ସେ ମଧ୍ୟ ପ୍ରଥମ ମହିଳା ମ୍ୟାଚ ଅଫିସିଆଲ ଭାବେ ଅଷ୍ଟ୍ରେଲିଆରେ ଲିଷ୍ଟ ଏ ଗେମ୍‌ରେ ମ୍ୟାଚ ପରିଚାଳନା କରି ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲେ।
ଚତୁର୍ଥ ଅମ୍ପାୟରଙ୍କ ଦାୟିତ୍ୱ
ଅନ୍‌ଫିଲ୍ଡ ଅମ୍ପାୟରଙ୍କଠାରୁ ଚତୁର୍ଥ ଅମ୍ପାୟରଙ୍କ ଦାୟିତ୍ୱ ସମ୍ପୂର୍ଣ୍ଣ ଅଲଗା । ଚତୁର୍ଥ ଅମ୍ପାୟର ପଡିଆକୁ ନୂଆ ବଲ, ଫିଲ୍ଡ ଅମ୍ପାୟରଙ୍କ ପାଇଁ ପାନୀୟ ଆଣିଥାନ୍ତି। ସେ ଲାଇଟ୍‌ ମିଟରର ବ୍ୟାଟେରି ଚେକ୍‌ କରିଥାନ୍ତି। ଲଞ୍ଚ୍‌ ଓ ଚା’ ପାନ ବିରତି ଅବସରରେ ସେ ପିଚ୍‌ ନିରୀକ୍ଷଣ କରିବା ସହ ଖେଳ ଆରମ୍ଭ ହେବା ନେଇ ସବୁଜ ସଙ୍କେତ ଦେଇଥାନ୍ତି। ଏଥିସହିତ ନୂଆ ବେଲ୍‌ ମଧ୍ୟ ସେ ଆଣିଥାନ୍ତି। ଆବଶ୍ୟକ ପଡିଲେ ଚତୁର୍ଥ ଅମ୍ପାୟର ତୃତୀୟ ଅମ୍ପାୟରଙ୍କ ଦାୟିତ୍ୱ ନିର୍ବାହ କରିଥାନ୍ତି। ଅନ୍‌ଫିଲ୍ଡ ଅମ୍ପାୟର କିଛି ସମସ୍ୟାରେ ପଡିଲେ ତୃତୀୟ ଅମ୍ପାୟର ତାଙ୍କ ଦାୟିତ୍ୱ ନେଇଥାନ୍ତି। ଏପରି ସ୍ଥଳେ ଚତୁର୍ଥ ଅମ୍ପାୟର ତୃତୀୟ ଅମ୍ପାୟରଙ୍କ ଦାୟିତ୍ୱ ସମ୍ଭାଳିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri