Posted inଖେଳ

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ: ନଟରାଜନ, ଶାର୍ଦ୍ଦୁଳଙ୍କୁ ସୁଯୋଗ

ମେଲବୋର୍ନ, ୨।୧(ପି.ଟି.)-
ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଅବଶିଷ୍ଟ ୨ଟି ମ୍ୟାଚ ପାଇଁ ୟର୍କର ସ୍ପେଶାଲିଷ୍ଟ ଥଙ୍ଗାରାସୁ ନଟରାଜନ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ମିଳିଛି। ଆହତ ଉମେଶ ଯାଦବଙ୍କ ସ୍ଥାନ ନେଇଛନ୍ତି ନଟରାଜନ। ସେହିପରି ମହମ୍ମଦ ଶାମିଙ୍କ ସ୍ଥାନରେ ଶାର୍ଦ୍ଦୁଳଙ୍କୁ ସାମିଲ କରାଯାଇଛି। ମେଲବୋର୍ନରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟର ୩ୟ ଦିବସରେ ଉମେଶଙ୍କ ଗୋଡ଼ ପୁଟିଆ ମାଂସପେଶୀ ଟାଣି ଧରିଥିଲା। ଆଗାମୀ ୨ ଟେଷ୍ଟ ଅବଧି ମଧ୍ୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସମ୍ଭାବନା କମ୍‌ ରହିଛି। ତେଣୁ ସେ ସିରିଜରୁ ଓହରି ଯାଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ତେଣୁ ଜାତୀୟ ସିନିୟର ଚୟନ କମିଟି ତାଙ୍କ ବଦଳ ଖେଳାଳିଭାବେ ନଟରାଜନଙ୍କୁ ବାଛିଛନ୍ତି। ସେହିପରି ଡାହାଣ ହାତ ଭାଙ୍ଗିଥିବାରୁ ଶାମି ଓହରି ଯାଇଥିବାରୁ ତାଙ୍କ ସ୍ଥାନରେ ଶାର୍ଦ୍ଦୁଳଙ୍କୁ ନିଆଯାଇଛି ବୋଲି ସେ କହିଛନ୍ତି। ଆହତ ଅବସ୍ଥାରୁ ମୁକୁଳିବାପାଇଁ ଉଭୟ ଉମେଶ ଓ ଶାମି ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେବେ।
୨୯ ବର୍ଷୀୟ ନଟରାଜନ ଜଣେ ନେଟ୍‌ ବୋଲରଭାବେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ପରେ ସେ ଦିନିକିଆ ଓ ଟି୨୦ ଦଳରେ ସାମିଲ ହେବାର ପରିସ୍ଥିତି ସୃଷ୍ଟି ହୋଇଥିଲା। ୨ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚରେ ସେ ପ୍ରଭାବୀ ପ୍ରଦର୍ଶନ କରି ୮ଟି ଉଇକେଟ ନେଇଥିଲେ। ତାମିଲନାଡ଼ୁ ପକ୍ଷରୁ ୨୦ଟି ପ୍ରଥମଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଥିବା ନଟରାଜନ ଏବେ ଟେଷ୍ଟ ଦଳରେ ସାମିଲ ହେବାର ସୌଭାଗ୍ୟ ପାଇଛନ୍ତି। ରୋହିତ ଶର୍ମା କ୍ୱାରାଣ୍ଟାଇନ୍‌ ଅବଧି ଶେଷ କରିବାପରେ ଦଳରେ ଯୋଗ ଦେଇଛନ୍ତି। ସିରିଜ ୧-୧ ସ୍ଥିତିରେ ଥିବାବେଳେ ତୃତୀୟ ଟେଷ୍ଟ ଚଳିତମାସ ୭ ତାରିଖରେ ସିଡ୍‌ନୀରେ ଆରମ୍ଭ ହେବ।
ଭାରତୀୟ ଦଳ: ଅଜିଙ୍କ୍ୟ ରାହାନେ (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ’, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଶୁବମନ ଗିଲ୍‌, ରିଦ୍ଧିମାନ ଶାହା, ରିଷଭ ପନ୍ତ, ଯଶପ୍ରୀତ୍‌ ବୁମ୍‌ରା, ନଭଦୀପ ସଇନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଟି. ନଟରାଜନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri