ଥାନାରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ

ମାଲକାନଗିରି,୧୬ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନାରେ ୪ ଜଣ ନାବାଳକଙ୍କୁ ଚୋରି ଅଭିଯୋଗରେ ଆଣି ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ପୋଲିସ ନାବାଳକଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ନିର୍ଯାତନା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ୩ ଦିନ ତଳେ ପୋଲିସ ୪ଜଣ ନାବାଳକମାନଙ୍କୁ ଘରୁ ଉଠାଇ ଆଣିଥିଲା। ସେମାନଙ୍କୁ ଥାନା ହାଜତରେ ରଖାଯାଇଥିବା ବେଳେ ଜୁଭେନାଇଲ କୋର୍ଟରେ ହାଜର କରାଯାଇନାହିଁ। ଫଳରେ ପୋଲିସର କାର୍ଯ୍ୟ ପ୍ରତି ସନ୍ଦେହ ପ୍ରକାଶ ପାଇଛି। ଏହି ସମ୍ପର୍କରେ ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ଘଟଣାକୁ ଖଣ୍ଡନ କରିଛନ୍ତି ।