ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ ଫାଣ୍ଡିର ସବୁ ପୋଲିସଙ୍କ ବଦଳି ନିର୍ଦ୍ଦେଶ ଦିଆଯାଇଛି । ୩ଜଣଙ୍କୁ ନିଲମ୍ବନ କଲେ ଦକ୍ଷିଣାଞ୍ଚଳ IG । IPS ନିତୀଶ ମିଶ୍ରାଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ସେହିପରି SI ସମୀର ରାଉତ, ASI ବୈକୁଣ୍ଠନାଥ ଜେନା ଏବଂ କନେଷ୍ଟବଳ ସୁମନ ସାହୁଙ୍କୁ ସସପେଣ୍ଡ କରାଯାଇଛି । ଅନ୍ୟପଟେ ଡ୍ରାଇଭର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ।
କହିରଖୁଛୁ କି, ଥାନା ଭିତରେ ସୁଶାନ୍ତ ସାହୁଙ୍କୁ ନିର୍ଯାତନା ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଥାନାରେ ନିର୍ଯାତନା ଓ ନିର୍ଧୁମ ମାଡ଼ ମାରିବା ସହ ଗରମ ପାଣି ଢାଳି ଲଙ୍କାଗୁଣ୍ଡ ପକାଇଦେଇଥିବା ନେଇ ଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି ।