ଆଜି ଓଡ଼ିଶାରେ ଗଡିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌:ଜାଣନ୍ତୁ କେଉଁଠୁ ଚାଲିବ

ଭୁବନେଶ୍ୱର,୧୨।୩:(ଅନୁରାଧା ମହାରଣା):ରେଲଓ୍ବେ ଭିତ୍ତିଭୂମିର ଅଭିବୃଦ୍ଧି ଏବଂ ଭାରତୀୟ ରେଳ ସଂଯୋଗୀକରଣ ପ୍ରକ୍ରିୟାର ବୃଦ୍ଧି ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୮୫ହଜାର କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ରେଳ ଷ୍ଟେଶନରେ ଏକସଙ୍ଗେ ୧୦ ହଜାର ଲାଇଭ ସ୍କ୍ରିନ ମାଧ୍ୟମରେ ଭାରତର ୭୬୪ଟି ସ୍ଥାନରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସୋମବାର ପୂର୍ବତଟ ରେଳପଥ ମୁଖ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା ଏନେଇ ସୂଚନା ଦେଇଛନ୍ତି। ଅତିରିକ୍ତ ମହାପ୍ରବନ୍ଧକ ବେହେରା କହିଛନ୍ତି, ମୋଟ ୬ହଜାରଟି ପ୍ରକଳ୍ପ ମଧ୍ୟରୁ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୨୭୪ ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ। ଏହି ପ୍ରକଳ୍ପଗୁଡିକରେ ୧୬୨ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମ, ୪୧ ‘ୱାନ ଷ୍ଟେଶନ ୱାନ ପ୍ରଡକ୍ଟ’ ଷ୍ଟଲ୍‌, ୫୦ ସୋଲାର୍‌ ପାୱାର୍‌ ଷ୍ଟେଶନ, ୫ ଗୁଡ୍‌ସ ଶେଡ୍‌, ୯ଟି ନୂଆ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରୋଜେକ୍ଟ, ୪ ଅଟୋ ସିଗ୍‌ନାଲ ସିଷ୍ଟମ, ଗୋଟିଏ ଗତି ଶକ୍ତି ଟର୍ମିନାଲ, ଗୋଟିଏ ଜନଔଷଧି କେନ୍ଦ୍ର ଏବଂ ଗୋଟିଏ ରେଳ କୋଚ୍‌ ରେଷ୍ଟୁରାଣ୍ଟ ରହିଛି। ପ୍ରଧାନମନ୍ତ୍ରୀ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଓଡ଼ିିଶାବାସୀଙ୍କ ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଚାଲିବ। ଏହି ଟ୍ରେନ ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ ଏବଂ ବିଜ଼ୟନଗରମ୍‌ଠାରେ ରହିବ ଏବଂ ଶନିବାର ବ୍ୟତୀତ ସପ୍ତାହରେ ୬ଦିନ ଚାଲିବ। ପ୍ରଧାନମନ୍ତ୍ରୀ ୯ଟି ନୂତନ ଲାଇନ, ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରକଳ୍ପ ଉତ୍ସର୍ଗ କରିବେ।
ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୨୩୪ କୋଟିର ହରିଦାସପୁର-ବଇରି (୧୬.୮କିମି) ସେକ୍ସନ, କୋରାପୁଟ-ରାୟଗଡା ରେଳଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୧୩୧ କୋଟିର ଦାମନଯୋଡ଼ି-ବାଇଗୁଡ଼ା (୧୪.୬ କିମି) ସେକ୍ସନ, ବିଜୟନଗରମ-ଟିଟିଲାଗଡ ତୃତୀୟ ଲାଇନ ପ୍ରକଳ୍ପ ଅନ୍ତର୍ଗତ ୧୬୭ କୋଟିର ସିଙ୍ଗାପୁର ରୋଡ-ରାୟଗଡା (୯.୨କିମି) ସେକ୍ସନ, କୋଟଭାଲସା-କୋରାପୁଟ ଦୋହରୀକରଣ ରେଳଲାଇନ ପ୍ରକଳ୍ପ ଅନ୍ତର୍ଗତ ୧୨୩ କୋଟିର ସିମିଳିଗୁଡ଼ା-ଆରକୁ-ଗୋରାପୁର (୨୧.୬କିମି) ସେକ୍ସନ, କୋଟଭାଲସା-କୋରାପୁଟ ଦୋହରୀକରଣ ରେଳଲାଇନ ପ୍ରକଳ୍ପ ଅନ୍ତର୍ଗତ ୪୭ କୋଟିର କୋଟା-ବୋଡାବରା ରେଳ ସେକ୍ସନ, ବିଳାସପୁର-ଝାରସୁଗୁଡା ୪ର୍ଥ ଲାଇନ ରେଳପ୍ରକଳ୍ପ ଅନ୍ତର୍ଗତ ୫୫୦ କୋଟିର ଝାରସୁଗୁଡା-ଜାମାଗା (୫୩ କିମି) ସେକ୍ସନ, ବଣ୍ଡମୁଣ୍ଡା-ରାଞ୍ଚତ୍ ରେଳଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୬୧.୭୩ କୋଟିର ଲିଙ୍କ ବି-ଲିଙ୍କ ସି ବଣ୍ଡମୁଣ୍ଡା ସେକ୍ସନ, ରାଞ୍ଚତ୍-ବଣ୍ଡମୁଣ୍ଡା ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଅନ୍ତର୍ଗତ ୧୨୯.୯୫ କୋଟିର ନବଗାଓଁ-ଓରଗା (୬.୮ କିମି) ସେକ୍ସନ, ନାରାୟଣଗଡ଼-ଭଦ୍ରକ ୪ର୍ଥ ଲାଇନ ରେଳ ପ୍ରକଳ୍ପ ଅନ୍ତର୍ଗତ ୩୬.୧୨ କୋଟିର ରାଣୀତାଲ-ରାଣୀତାଲ ୪ର୍ଥ ଲାଇନ (୩ କିମି) ସେକ୍ସନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri