ସବୁଜ ଚିନ୍ତା

ୟୁକ୍ରେନ୍‌ରେ ୨୦୨୨ ପ୍ରଥମାଦ୍ଧର୍ର୍ରୁ ଯୁଦ୍ଧ ଲାଗି ରହିଛି। ଅନ୍ୟପଟେ ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ସୀମା ମଧ୍ୟରେ ହମାସ୍‌ର ବର୍ବର ଆକ୍ରମଣ ପରେ ଗାଜାରେ ସଂଘର୍ଷ ଜାରି ରହିଛି। ଏହି ଦୁଇଟି ଯୁଦ୍ଧ ସ୍ଥିତି ବିଶ୍ୱରେ ବାର୍ବନ ନିର୍ଗମନ ହ୍ରାସ, ୨୦୨୫ ସୁଦ୍ଧା ସମ୍ମିଳିତ ଭାବେ କାର୍ବନ ଶୂନସ୍ତର ହାସଲ, ଜୈବବିବିଧତା ସଂରକ୍ଷଣ ଏବଂ ଦାରିଦ୍ର୍ୟ ଓ ଅସମାନତା ବିରୋଧୀ ଲଢ଼େଇର ଲକ୍ଷ୍ୟ ଭଳି ପ୍ରାଥମିକତାରୁ ଆମେ ପଥଚ୍ୟୁତ ହେବା ଉଚିତ ନୁହେଁ। ଏହି ସିଦ୍ଧାନ୍ତକୁ ପ୍ୟାରିସ୍‌ ପ୍ୟାକ୍ଟ ଫର୍‌ ପିପୁଲ୍‌ ଏବଂ ଦି’ ପ୍ଲାନେଟ୍‌ ଆଣ୍ଡ୍‌ ଓ୍ବାନ ପ୍ଲାନେଟ୍‌ ସମିଟି ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ଫ୍ରାନ୍ସ କାର୍ଯ୍ୟକାରୀ କରୁଛି। ଆମ ରଣନୀତିର ଆଧାରଶିଳା ପରିସଂସ୍ଥାଗତ ପରିବର୍ତ୍ତନ ଓ ଦାରିଦ୍ର୍ୟ ବିରୋଧୀ ଲଢ଼େଇକୁ ଗତିଶୀଳ କରିବା ଦରକାର। ଶିଳ୍ପ ବିପ୍ଳବ ପରଠାରୁ କାର୍ବନ ନିର୍ଗମନକାରୀ ପ୍ରମୁଖ ଧନୀ ତଥା ସବୁଠୁ ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକ ପ୍ରଥମେ ଜୀବାଶ୍ମ ଇନ୍ଧନଠାରୁ ଦୂରେଇ ଯିବା ଉଚିତ। ଯଦି ପ୍ୟାରିସ୍‌ ଜଳବାୟୁ ଚୁକ୍ତିର ଲକ୍ଷ୍ୟ ହାସଲ କରିବାକୁ ଆମେ ଚାହୁଁଛେ, ତେବେ ଏହା ଉପରେ ବୁଝମଣା କରାଯିବା ଦରକାର। ବିଜ୍ଞାନ ଆମକୁ ପଥ ଦେଖାଇଛି। ଏହି ଧାରାରେ ଆମକୁ ୨୦୩୦ ସୁଦ୍ଧା କୋଇଲା ଏବଂ ୨୦୪୫ ସୁଦ୍ଧା ଜୀବାଶ୍ମ ତୈଳ ବ୍ୟବହାର ବନ୍ଦ କରିବାକୁ ହେବ। ଏକ୍ଷେତ୍ରରେ ଜି୭ ଦେଶଗୁଡ଼ିକ ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ପ୍ରକାଶ କରିବା ଆବଶ୍ୟକ।
କୋଇଲାରୁ ସୃଷ୍ଟି ହେଉଥିବା ବିପଦକୁ ପ୍ରଥମେ ସମାଧାନ କରିବା ଉଚିତ। ଏବେ ସ୍ଥାପନ କରାଯାଉଥିବା ୨,୦୦୦ ଗିଗାଓ୍ବାଟ ଉତ୍ପାଦନକାରୀ କୋଇଲାଚାଳିତ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଏତେ କାର୍ବନ ନିର୍ଗମନ କରୁଛି ଯେ, ବିଶ୍ୱତାପନ ୧.୫ ଡିଗ୍ରୀ ସେଲ୍‌ସିୟସ ଟପିବାକୁ ଆମକୁ ବେଶି ସମୟ ଲାଗିବନି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ପ୍ରତିବର୍ଷ ୯୨ ଗିଗାଓ୍ବାଟ ହ୍ରାସ କରିବାକୁ ଅନ୍ତର୍ଜାତୀୟ ଶକ୍ତି ସଂଗଠନ (ଆଇଇଏ) ସୁପାରିସ କରିଥିବାବେଳେ ଅତିରିକ୍ତ ୫୦୦ ଗିଗାଓ୍ବାଟ ଉତ୍ପାଦନ ପାଇଁ ଯୋଜନା କରାଯାଇ ସାରିଲାଣି। ୨୦୩୦ ସୁଦ୍ଧା କୋଇଲା ବ୍ୟବହାରଠାରୁ ଦୂରେଇଯିବା ଜି୭ର ଦାୟିତ୍ୱ ହୋଇଥିବାବେଳେ (କିନ୍ତୁ ଜି୭ ଦେଶ ଫ୍ରାନ୍ସ ୨୦୨୭ ସୁଦ୍ଧା ଏହା କରିବ) ବିକଶିତ ଦେଶଗୁଡ଼ିକ ଏବେ ସବୁଠୁ ଅଧିକ କୋଇଲା ବ୍ୟବହାର କରୁଛନ୍ତି। ଏହିସବୁ ଦେଶରେ ଆମକୁ ଅକ୍ଷୟଶକ୍ତି ଓ ଆଣବିକ ଶକ୍ତି ଉପରେ ଅଧିକ ପୁଞ୍ଜି ନିବେଶ କରିବାକୁ ହେବ। କାରଣ କାର୍ବନ ନିର୍ଗମନ ହ୍ରାସ କରିବାରେ ଏହିସବୁ ଶକ୍ତି ପ୍ରମୁଖ ଭୂମିକା ନେବ। ପ୍ୟାରିସ୍‌ ଚୁକ୍ତି ଅନୁସାରେ ଘରୋଇ ପୁଞ୍ଜି ଓ ବାଣିଜ୍ୟକୁ କାମରେ ଲଗାଇବା ଦରକାର। ଜୀବାଶ୍ମ ଇନ୍ଧନ କ୍ଷେତ୍ରରେ କମ୍ପାନୀ କିମ୍ବା ସଂସ୍ଥାଗୁଡ଼ିକ ପାଇଁ ନିବେଶ ମୂଲ୍ୟ ଅଧିକ ହେବା ଉଚିତ। ସେହିପରି ବାଣିଜ୍ୟ ଚୁକ୍ତିରେ ଆମକୁ ଏକ ଜଳବାୟୁ ବିଷୟ ସ୍ଥାନିତ କରିବା ଆବଶ୍ୟକ। ଜଳବାୟୁ ପରିବର୍ତ୍ତନ ପ୍ରଭାବ ହ୍ରାସ କରିବା ଲାଗି ପଦକ୍ଷେପ ଗ୍ରହଣ କରିବା ଏବଂ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ସକାଶେ ସବୁଜ ଓ ନୂଆ ଜ୍ଞାନକୌଶଳ ପାଇବାରେ ଅର୍ଥ ଯୋଗାଇବାକୁ ସବୁଠୁ ଅଧିକ ବିପଦରେ ଥିବା ଦେଶଗୁଡ଼ିକ କିଭଳି ସକ୍ଷମ ହେବେ ସେଥିପାଇଁ ଏକ ସର୍ତ୍ତ ରଖିବାକୁ ହେବ। ଏଥିରୁ ବୁଝାପଡ଼ୁଛି ଯେ, ପାରମ୍ପରିକ ବିକାଶ ସହାୟତାଠାରୁ ଆଗକୁ ଯିବାକୁ ପଡ଼ିବ ଏବଂ କୋଭିଡ୍‌-୧୯ ସମୟରେ ଧନୀ ଦେଶଗୁଡ଼ିକ ସେମାନଙ୍କ ପାଇଁ ଯେଭଳି ଏକ ଅଣପରମ୍ପରାଗତ ବିତ୍ତୀୟ ଓ ଆର୍ଥିକ ନୀତି ଆପଣାଇଥିଲେ ବିକାଶଶୀଳ ଦେଶଗୁଡ଼ିକ ପାଇଁ ତାହା କରିବାକୁ ପଡ଼ିବ। ୨୦୨୧ରେ ପ୍ୟାରିସ୍‌ଠାରେ ଆମେ ନେଇଥିବା ପଦକ୍ଷେପ ପରେ ମାତ୍ର ଦୁଇ ବର୍ଷ ମଧ୍ୟରେ ପରିଣାମ ସାମ୍ନାକୁ ଆସିସାରିଲାଣି। ବିପଦରେ ଥିବା ଦେଶଗୁଡ଼ିକୁ ସ୍ପେସିଆଲ ଡ୍ରଇଂ ରାଇଟ୍ସ (ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ରିଜର୍ଭ ଆସେଟ)ରେ ୧୦୦ ବିଲିୟନ ଡଲାର ଦେଇସାରିଛୁ। କାର୍ଯ୍ୟରେ ନ ଲାଗି ପଡ଼ିରହିଥିବା ଅର୍ଥକୁ ଜଳବାୟୁ ପଦକ୍ଷେପ ଓ ଗରିବ ଦେଶଗୁଡ଼ିକରେ ମହାମାରୀ ମୁକାବିଲା ସକାଶେ ପାଖାପାଖି ଶୂନ ସୁଧ ହାରରେ ୨୦ ବର୍ଷିଆ ଋଣ ପ୍ରଦାନ କରୁଛୁ। ଏହିଭଳି ଦେଶଗୁଡ଼ିକୁ ପାଣ୍ଠି ପ୍ରଦାନ କରିବା ପାଇଁ ଋଣ ନିୟମରେ ପରିବର୍ତ୍ତନ କରିବା ଆରମ୍ଭ କରିଛୁ। ଆମେ ମଧ୍ୟ ବିଶ୍ୱ ବ୍ୟାଙ୍କ ଭଳି ଅନ୍ୟ ବହୁଦେଶୀୟ ବିକାଶ ବ୍ୟାଙ୍କଗୁଡ଼ିକର ଓପଚାରିକ ନିୟମକୁ ପରିବର୍ତ୍ତନ କରିଛୁ, ଯଦ୍ଦ୍ବାରା ସେମାନେ ଦାୟିତ୍ୱ ନେବେ ଓ ଘରୋଇ ଅର୍ଥକୁ ଅଧିକ ସଞ୍ଚାଳନ କରିବେ।
ଜଳବାୟୁ ବିପଦକୁ ଦୃଷ୍ଟିରେ ରଖି ନୂଆ ଘରୋଇ ଇନ୍‌ସ୍ୟୁରାନ୍ସ ପଦ୍ଧତିଗୁଡ଼ିକୁ ଗତିଶୀଳ କରିବା ଲାଗି ନୂଆ ଲସ୍‌ ଆଣ୍ଡ୍‌ ଡ୍ୟାମେଜ୍‌ ଫଣ୍ଡର ଢାଞ୍ଚା ମାଧ୍ୟମରେ କାମ କରୁଛୁ। ସବୁଠୁ ଅଧିକ କ୍ଷତିଗ୍ରସ୍ତ ଦେଶଗୁଡ଼ିକର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଲକ୍ଷ୍ୟ କରି ଆମେ କାମ କରିବୁ। ୨୦୨୪ର ପ୍ରଥମାର୍ଦ୍ଧରେ ଫ୍ରାନ୍ସ ଓ ବାଂଲାଦେଶ ଜଳବାୟୁ ମୁକାବିଲା ଏବଂ ଲସ୍‌ ଆଣ୍ଡ ଡ୍ୟାମେଜ୍‌କୁ ପାଣ୍ଠି ଯୋଗାଇବା ପାଇଁ ୧.୧ ବିଲିୟନ ଡଲାର ଯୋଗାଇ ଦେଉଥିବା ଫ୍ରେଞ୍ଚ୍‌ ଡେଭେଲପ୍‌ମେଣ୍ଟ ଏଜେନ୍ସି ଓ ନୂଆ ଋଣରେ ୧ ବିଲିୟନ ଡଲାରର ଏସ୍‌ଡିଆର୍‌ଏସ୍‌ ଯାଏ ଯୋଗଦାନ ଥିବା ଆଇଏମ୍‌ଏଫ୍‌ ସହ ଏକ ଚୁକ୍ତି ସ୍ବାକ୍ଷର କରିବେ। ଏହା ସୂଚିତ କରେ ଯେ, ଆଗାମୀ ବର୍ଷଗୁଡ଼ିକରେ ସମ୍ମୁଖୀନ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ପାଇଁ ଶାସନ ପଦ୍ଧତି ଓ ବୈଶ୍ୱିକ ମାନକ ସ୍ଥିର କରିବାକୁ ହେବ। ଆହ୍ବାନଗୁଡ଼ିକ ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜଳ ଉପଲବ୍ଧତା। ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୦୨୪ରେ ଜାତିସଂଘ ସାଧାରଣ ସଭା ଅବସରରେ ଫ୍ରାନ୍ସ ଓ କାଜାକ୍‌ସ୍ଥାନ ଓ୍ବାନ ଓ୍ବାଟର ସମିଟି ଆୟୋଜନ କରିବେ।
ତେବେ ପ୍ରକୃତିଦତ୍ତ ସେବାଗୁଡ଼ିକ ପାଇଁ ଅର୍ଥ ଯୋଗାଇ ଦେବାକୁ ଏକ ଜୈବ ଅର୍ଥ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ପଡ଼ିବ। ବିଶେଷକରି ୩ଟି ଟ୍ରପିକାଲ ଫରେଷ୍ଟ ଅବବାହିକାରେ କାର୍ବନକୁ ଶୋଷଣ କରୁଥିବା ଓ ଜୈବବିବଧତା ସଂରକ୍ଷଣ କରୁଥିବା ଦେଶଗୁଡ଼ିକ ଅଧିକ ସଂସାଧନ ପାଇବା ଉଚିତ। କପ୍‌ ୨୮ରେ ଫ୍ରାନ୍ସ ଏହିି ପ୍ରକାର ୩ଟି ଚୁକ୍ତି ଅଲଗା ଭାବେ ପପୁଆ ନ୍ୟୁଗିନି, ରିପବ୍ଲିକ ଅଫ୍‌ କଙ୍ଗୋ ଏବଂ ଡେମୋକ୍ରାଟିକ ରିପବ୍ଲିକ ଅଫ୍‌ କଙ୍ଗୋ ସହ କରିସାରିଛି। କିନ୍ତୁ ସ୍ବେଚ୍ଛାକୃତ କାର୍ବନ ମାର୍କେଟ ସଂସ୍କାରର ଆବଶ୍ୟକତା ରହିଛି। ଏକ ଅନ୍ତର୍ଜାତୀୟ କାର୍ବନ ଆଣ୍ଡ୍‌ ବାୟୋଡାଇଭର୍ସିଟି ଏକ୍ସଚେଞ୍ଜ ଆରମ୍ଭ କରିବାକୁ ପଡ଼ିବ, ଯାହା ସରକାରୀ ଓ ଘରୋଇ ସଂସ୍ଥାଗୁଡ଼ିକୁ କାର୍ବନ କ୍ରେଡିଟ୍‌ ଅର୍ଥ ବିନିମୟକୁ ଅନୁମତି ଦେବ। ସବୁଜ କ୍ଷୟ ରୋକିବା ଓ ସ୍ଥାନୀୟ ଲୋକଙ୍କୁ ପାରିଶ୍ରମିକ ଦେବା ଲାଗି ପର୍ଯ୍ୟାପ୍ତ ମହତ୍ତ୍ୱାକାଂକ୍ଷୀ ମାନଦଣ୍ଡ ଆଧାରରେ କାର୍ବନ କ୍ରେଡିଟ୍‌ ଦେବାକୁ ହେବ।
ମହାସାଗରର କାର୍ବନ ଶୋଷିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଆମେ ଏହାର ସୁରକ୍ଷା କରିବା ଦରକାର। ଜୁନ୍‌ ୨୦୨୫ରେ ଫ୍ରାନ୍ସ ଏବଂ କୋଷ୍ଟାରିକା ତୃତୀୟ ଜାତିସଂଘ ମହାସାଗର ସମ୍ମିଳନୀ ଆୟୋଜନ କରିବେ। ପ୍ଲାଷ୍ଟିକ ପ୍ରଦୂଷଣ ନିଷେଧ ଏବଂ ଗଭୀର ତଥା ସମୁଦ୍ର ଉପର ଭାଗର ସୁରକ୍ଷା ପାଇଁ ଅନ୍ତଃରାଷ୍ଟ୍ରୀୟ ଆଇନର ନବୀକରଣ କରାଯିବା ଲକ୍ଷ୍ୟରେ ଏହା କରାଯିବ। ଏଭଳି ସଂସ୍କାର ସମୁଦ୍ରର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆର୍ଥିକ ଜୋନ୍‌ ଥିବା ଦେଶଗୁଡ଼ିକୁ ଜାତୀୟ ରଣନୀତି ବିକାଶ କରିବାକୁ ସକ୍ଷମ କରିବ। ଶେଷରେ ବିଶ୍ୱବ୍ୟାଙ୍କ ଓ ଆଇଏମ୍‌ଏଫ୍‌କୁ ପୁନର୍ଗଠନ ନ କଲେ ଆମେ ସଫଳ ହୋଇପାରିବା ନାହିଁ। କାରଣ ବିଶ୍ୱସ୍ତରରେ ଏହିସବୁ ବ୍ୟାଙ୍କ ସବୁଜ ପରିବର୍ତ୍ତନ ପାଇଁ ନୀତି ନିର୍ଦ୍ଧାରଣ ଓ ପାଣ୍ଠି ଯୋଗାଣରେ ମୁଖ୍ୟ ଭୂମିକା ନେଉଛନ୍ତି। ସେଗୁଡ଼ିକ ଗଠନ ହେବାର ୮୦ ବର୍ଷ ପରେ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଓ ଜନସଂଖ୍ୟାର ଆକାରକୁ ଦେଖିଲେ ସେମାନଙ୍କ ନିକଟରେ ପାଣ୍ଠିର ଅଭାବ ରହିଛି। ଏହା ସହ ଧନୀ ଓ ବିକାଶଶୀଳ ଦେଶସବୁ ସେଗୁଡ଼ିକର ପରିଚାଳନାରୁ ଦୂରେଇ ରହିଆସିଛନ୍ତି। କିନ୍ତୁ ଏକ ସମାନତା ଆଧାରରେ ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ଦେଶ ବୁଝାମଣା ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆମେ ଲକ୍ଷ୍ୟ ଓ ଅର୍ଥ ଯୋଗାଣରେ ସହମତ ହୋଇପାରିବୁ ନାହିଁ। ଶେଷରେ ଆର୍ଥିକ ପରିଚାଳନାରେ ବ୍ରିଟେନ ଉଡ୍ସ ପଦ୍ଧତିକୁ ସମୀକ୍ଷା କରିବା ସହ ବିଶ୍ୱସ୍ତରରେ ସାର୍ବଜନୀନ ହିତ ଲାଗି ପାଣ୍ଠି ପ୍ରଦାନରେ ଧନୀ ଦେଶଗୁଡ଼ିକୁ ସେମାନଙ୍କ ଭାଗୀଦାରିର ଉତ୍ତରଦାୟିତ୍ୱ ଗ୍ରହଣ କରିବାକୁ କହିବା ଦରକାର।

  • ଏମାନୁଏଲ ମାକ୍‌ରଁ
    ରାଷ୍ଟ୍ରପତି, ଫ୍ରାନ୍ସ

Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri