ପ୍ରେମିକା ରାଗିଥିଲେ ଭୁଲରେ ବି କୁହନ୍ତୁ ନାହିଁ ଏହି ୫ କଥା, ନହେଲେ ହୋଇଯିବ ବ୍ରେକ୍‌ଅପ୍‌!

ଯେଉଁ ସମ୍ପର୍କରେ ଝଗଡ଼ା, ବାଦ ବିବାଦ ନ ଥାଏ, ତାହା ହୃଦୟରୁ ନୁହେଁ କେବଳ ମନରୁ ବୋଲି କହିପାରିବା। ହେଲେ ଅନେକ ସମୟରେ ପ୍ରେମିକଙ୍କ କିଛି କଥାକୁ ନେଇ ପ୍ରେମିକା ଅତ୍ୟଧିକ ରାଗି ଯାଇଥାନ୍ତି। ଏହାପରେ ପ୍ରେମିକ ତାଙ୍କୁ ବୁଝାଇବାରେ ଲାଗି ପଡ଼ନ୍ତି। ହେଲେ ସେହି ସମୟରେ ନିଜର କଥା ଉପରେ ସଂଯମତା ଲୋଡ଼ା। ନହେଲେ ସମ୍ପର୍କ ତୁଟି ଯିବା ତଥା ବ୍ରେକ୍‌ଅପ୍‌ର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଆସନ୍ତୁ ଜାଣିବା ରାଗିଥିବା ପ୍ରେମିକାଙ୍କୁ କ’ଣ କହିବା ଅନୁଚିତ।

-ସବୁ ବେଳେ ଏମିତି ନାଟକ:
କିଛି ସମ୍ପର୍କରେ ଛୋଟ ଛୋଟ କଥାରେ ଝଗଡ଼ା ହୋଇଯାଏ। ସେହିଭଳି ଶୀଘ୍ର ସେମାନଙ୍କର ମନୋମାଳିନ୍ୟ ଦୂର ମଧ୍ୟ ହୋଇଯାଇଥାଏ। ଏଣୁ ଝଗଡ଼ା ସମୟରେ କେବେହେଲେ ପ୍ରେମିକାଙ୍କୁ ‘ସବୁୁବେଳେ ତୁମର ଏମିତି ନାଟକ’ ବୋଲି କୁହନ୍ତୁ ନାହିଁ। ଏହା ବେଶ ପ୍ରଭାବ ପକାଇବ।

-ତୁମେ ଭଲପାଇବାର ଯୋଗ୍ୟ ନୁହଁ:
ପ୍ରେମିକାଙ୍କ ସହ ଝଗଡ଼ା ବେଳେ ‘ତୁମକୁ ଛୋଟ ଛୋଟ କଥାରେ ଝଗଡ଼ା କରିବାକୁ ଭଲ ଲାଗେ। ତୁମେ ଭଲପାଇବାର ଯୋଗ୍ୟ ନୁହେଁ ବୋଲି ପ୍ରେମିକ କହିଥାନ୍ତି। ହେଲେ କଦାପି ଏଭଳି କଥା ନିଜ ସାଥୀଙ୍କୁ କହିବା ଉଚିତ ନୁହେଁ।

-ରାଗି ଥାଅ, ଯେତେବେଳେ ମନ ହେବ କଥା ହେବ:
ଅନେକ ସମୟରେ ଝଗଡ଼ା ବେଳେ ପ୍ରେମିକା ତାଙ୍କୁ ପ୍ରେମିକ ବୁଝନ୍ତି ବୋଲି ଚାହିଥାନ୍ତି। ଏମିତିରେ ରାଗି ଥାଅ, ଯେତେବେଳେ ମନ ହେବ କଥା ହେବ ବୋଲି କହିବା ଭୁଲ।

-ମୁଁ ତୁମକୁ ପ୍ରେମ କରି ଭୁଲ କରିଦେଲି:
ଏଭଳି କଥା ପ୍ରେମିକାଙ୍କୁ କେବେହେଲେ କହିବା ଉଚିତ ନୁହେଁ। କାରଣ ପ୍ରେମିକାଙ୍କୁ ଏଭଳି କଥା ଆଘାତ ଦେବ।

-ତୁମଠାରୁ ଭଲ ମୋ ପୂର୍ବତନ ପ୍ରେମିକା ଥିଲା:
ଯଦି ପ୍ରେମିକା ରାଗିଥାନ୍ତି କେବେହେଲେ ‘ତୁମଠାରୁ ଭଲ ମୋ ପୂର୍ବତନ ପ୍ରେମିକା ଥିଲା’ ବୋଲି କୁହନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ଏକାଠି ହେଲେ ଟ୍ରମ୍ପ୍‌-ପୁଟିନ୍‌-ଜିନ୍‌ପିଙ୍ଗ, ବୈଠକ ଉପରେ ବିଶ୍ବର ନଜର

ବେଜିଂ, ୧୮ା୧୧: ଚାଇନା ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚାଇନାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପ୍ରୋଟୋକଲ ଭାଙ୍ଗି ଚୀନ…

ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ…

ଡାକ୍ତରଙ୍କ ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ଦାବିରେ ଧାରଣା

ନୂଆପଡ଼ା,୧୮।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ…

ସରକାରଙ୍କ ବଡ଼ ନିଷ୍ପତ୍ତି; ଘୁଞ୍ଚିଲା ପଞ୍ଚାୟତ ନିର୍ବାଚନ, ବିଧାନସଭା ପରେ….

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ପଞ୍ଚାୟତ ନିର୍ବାଚନ କରାଇବାର ସମୟସୀମାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି…

ରେଡ୍ ଜୋନ୍‌ରେ ଗଞ୍ଜାମ: ଅଫିସରଙ୍କ ହଜିଗଲାଣି ନିଦ, ଚିନ୍ତାରେ ଲୋକେ; ନିୟୋଜିତ ହେଲେ ୪୦ ଉଦ୍ଧାରକାରୀ ଦଳ…

ଭଞ୍ଜନଗର, ୧୮।୧୧ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ନେଇ ଗଞ୍ଜାମ ଜିଲାରେ ଆଶଙ୍କା ବଢ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।…

ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ନମିଳିବାକୁ ରାଗିଗଲେ ଖେଳାଳି, କହିଲେ ମୋର ଆତ୍ମସମ୍ମାନ….

ନୂଆଦିଲ୍ଲୀ, ୧୮।୧୧: ଦୋହାରେ ନଭେମ୍ବର ୧୯ରୁ ଆରମ୍ଭ ହେବ ୨୦୨୬ ପୁରୁଷ ଇମର୍ଜିଂ ଏସିଆ କପ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ ପକ୍ଷରୁ ଖେଳିବେ ଭାରତୀୟ ଅଲରାଉଣ୍ଡର…

Litton Das: ପ୍ରଥମେ ଶତକ, ଏବେ ଉଇକେଟକିପିଂରେ ରଚିଲେ ଇତିହାସ, ଭାଙ୍ଗିଲେ ୪୭ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ଢାକା/ଜୋହାନ୍ସବର୍ଗ,୧୮।୧୧: ଟେଷ୍ଟ କ୍ରିକେଟରେ ବାଂଲାଦେଶର ଖେଳାଳିମାନେ କ୍ରମାଗତ ଭାବେ ନିଜର ଦକ୍ଷତା ପ୍ରମାଣିତ କରୁଛନ୍ତି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭୂମିରେ ଚମତ୍କାର ପ୍ରଦର୍ଶନ ଜାରି…

ବାତ୍ୟା ଅକ୍ବାନ; ଉପକୂଳ ଅଞ୍ଚଳରେ ଆଲର୍ଟ ପ୍ରଶାସନ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଜାରି

ମହାକାଳପଡ଼ା,୧୮ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ବଙ୍ଗୋସାଗର ସୃଷ୍ଟି ବାତ୍ୟା ଅକ୍ବାନ ଓଡିଶା ମୁହାଁ ହେଉଛି । ଏହା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?