ପୋଲିସ ଘରେ କଳାକନା ବୁଲାଇଲେ ଚୋର, ଲୁଟିନେଲେ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା

ପାରଳାଖେମୁଣ୍ଡି,୧୪ା୩(ଗିରିଧାରୀ ପରିଚ୍ଛା): ଲୋକଙ୍କ ଭିତରେ ଏବେ କୋକୁଆ ଭୟ। ସହରରେ ଚୋରି ଘଟଣାରେ ରୋକ୍‌ ଲଗାଇ ପାରୁନି ପୋଲିସ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦ରୁ ଊଦ୍ଧର୍‌ବ ଚୋରି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। କିଛି ଚୋରି ଘଟଣାର ଫର୍ଦ୍ଦାଫାଶ କରିଛି ପୋଲିସ। କାଲି ପୁଣି ଥରେ ଶ୍ରୀଧର ନଗର ସେକେଣ୍ଡ୍‌ ଲେନ୍‌ରେ ଜଣେ ପୋଲିସ କର୍ମଚାରୀଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଛି। ଘରେ କେହି ନଥିବା ସୁଯୋଗ ନେଇ ଘରୁ ତାଲା କାଟି କଳାକନା ବୁଲାଇଛନ୍ତି ଚୋର। ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଓ ଟଙ୍କା ମୂଲ୍ୟବାନ ଆସବାବପତ୍ର ଚୋରି ହୋଇଥିବା ପ୍ରାଥମିକ ସ୍ତରରୁ ଜଣାପଡ଼ିଛି। ଉକ୍ତ ସାହିରେ ରହୁଥିବା ପୋଲିସ କର୍ମଚାରୀ ପୁଷ୍ପଲତା ମାଝୀଙ୍କ ଘରୁ ତିନି ଭରି ସୁନା ସହ ମୂଲ୍ୟବାନ ଆସବାବପତ୍ର ଚୋରି ହୋଇଥିବା ଜଣାପଡ଼ିଛ। ଘରେ ଉଭୟ ସ୍ବାମୀ ସ୍ତ୍ରୀ ପୋଲିସ ବିଭାଗରେ କର୍ମରତ ଥିବା ବେଳେ ଅଧିକାଂଶ ସମୟରେ କେବଳ ଘରେ ତାଲା ଯାହାର ସୁଯୋଗ ନେଇ ଚୋର ଘରେ ପଶିଥିବା ଅନୁମାନ କରାଯାଉଛି। ଚୋରି ନେଇ ଥାନାରେ ଲିଖିତ ଅଭିଯୋଗ ପରେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଏଠାକୁ ମାତ୍ର କିଛି ମିଟର ଦୂର ଦାମୋଦର ବିହାର ସାହିରେ ଗତ ଶିବରାତ୍ରି ସମୟରେ ଲୋକେ ଘରେ ତାଲା ଦେଇ ବିଭିନ୍ନ ସ୍ଥାନକୁ ଯାଇଥିବା ସୁଯୋଗ ନେଇ ଏକାଥରକେ ଚାରୋଟି ଘରୁ ଲକ୍ଷାଧିକ ମୂଲ୍ୟର ସୁନାଗହଣା ଓ ଟଙ୍କା ଚୋରି କରି ଖସି ପଳାଇବାରେ ସକ୍ଷମ ହୋଇଛି ଚୋର। ତେବେ ମାତ୍ର କିଛି ଦିନ ବ୍ୟବଧାନରେ ଏହି ଅଞ୍ଚଳରୁ ପୁଣି ଚୋରି ହୋଇଥିବା ଜଣାପଡ଼ିଛି। ତେବେ ଏକ ବଡ଼ଧରଣର ଚୋରି ଗ୍ୟାଙ୍ଗ ଏଭଳି କାଣ୍ଡ ଭିଆଉ ଥିବା ଅନୁମାନ କରାଯାଉଛି। ଜିଲାରେ ବିଭିନ୍ନ ସ୍ଥାନରୁ କ୍ରମାଗତ ଭାବେ ଚୋରି ହେଉଥିବା ବେଳେ ଏକ ଚୋର ଗ୍ୟାଙ୍ଗ ସୁଚିନ୍ତିତ ଭାବେ ଚୋରି କରି ଫେରାଇ ହେବାରେ ସଫଳ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri