ମୂକ, ବଧିର ବେଶରେ ବୁଲୁଛନ୍ତି ତାମିଲନାଡୁର ଚୋର

ଭୁବନେଶ୍ୱର,୨୮।୪(ବ୍ୟୁରୋ): ସାବଧାନ! ସହରରେ ମୂକ, ବଧିର ବେଶରେ ବୁଲୁଛନ୍ତି ତାମିଲନାଡୁର ଚୋର। ଦେଖାଉଛନ୍ତି ଦିବ୍ୟାଙ୍ଗ ପ୍ରମାଣପତ୍ର। ଭିକ୍ଷା ମାଗିବା ଆଳରେ ଘରକୁ ଘର, ହଷ୍ଟେଲ, ମେସ୍‌ ବୁଲି ଚୋରି କରୁଛନ୍ତି। ଏଭଳି ଏକ ଗ୍ୟାଙ୍ଗ୍‌କୁ କମିଶନରେଟ ସ୍ପେଶାଲ ସ୍କ୍ବାଡ୍‌ ଧରିଛି। ବୁଧବାର ଗ୍ୟାଙ୍ଗ୍‌ର ୨ ସଦସ୍ୟଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ୨୭ ମୋବାଇଲ ଫୋନ, ଗୋଟିଏ ଲାପଟପ, ଡିଏସ୍‌ଏଲ୍‌ଆର୍‌ କ୍ୟାମେରା ଆଦି ଜବତ କରିଛି। ଏଥିସହ ଜାଲ ମୂକ ଓ ବଧିର ପ୍ରମାଣ ପତ୍ର ଜବତ ମଧ୍ୟ ଜବତ କରାଯାଇଛି। ବଡଗଡ, ଖଣ୍ଡଗିରି ଓ ଶହୀଦନଗର ଥାନାଞ୍ଚଳରେ ହୋଇଥିବା ଚୋରି ଘଟଣାରେ ଏମାନେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତଦ୍ୱୟଙ୍କୁ ଗୁରୁବାର କୋର୍ଟଚାଲାଣ କରାଯିବ ଓ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲକମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି ଗ୍ୟାଙ୍ଗ୍‌ ବିଶେଷକରି ସକାଳ ସମୟରେ ବେଶ୍‌ ସକ୍ରିୟ ରହିଥାନ୍ତି। ହଷ୍ଟେଲରେ ଶୋଇଥିବା ଛାତ୍ରୀଛାତ୍ର ଓ ପ୍ରାତଃଭ୍ରମଣରେ ଯାଉଥିବା ପରିବାର ଉପରେ ନଜର ରଖିଥାନ୍ତି। କବାଟ ଖୋଲା ଥିବାବେଳେ ସେମାନେ ଘର ଭିତରକୁ ପଶି ମୋବାଇଲ, ଲାପଟପ, କ୍ୟାମେରା ଓ ଅନ୍ୟ ସାମଗ୍ରୀ ଚୋରି କରି ଚମ୍ପଟ ମାରିଥାନ୍ତି। ଧରାପଡ଼ିଗଲେ ସେମାନେ ନିଜକୁ ମୂକ ଓ ବଧିର କହିବା ସହ ପାଖରେ ରଖିଥିବା ପ୍ରମାଣପତ୍ରକୁ ଦେଖାଇ ଖସି ଯାଇଥାନ୍ତି। ୫ଦିନ ତଳେ କଳିଙ୍ଗନଗରରେ ରହୁଥିବା ଏକ ମେସରୁ ମଧ୍ୟ ଏମାନେ ଚୋରି କରୁଥିଲେ। ଏମାନଙ୍କୁ ଧରିବାକୁ ସ୍ପେଶାଲ ସ୍କ୍ବାଡ୍‌ ତତ୍ତ୍ୱାବଧାନରେ ଏକ ଟିମ୍‌ ଗଠନ କରାଯାଇଥିଲା। ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଅଭିଯୁକ୍ତଦ୍ୱୟଙ୍କୁ ଚିହ୍ନଟ କରାଯାଇଥିଲା। ଖଣ୍ଡଗିରି ଥାନା ଅଞ୍ଚଳରେ ବୁଧବାର ସକାଳେ ଉଭୟଙ୍କୁ ପୋଲିସ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri