Posted inଜାତୀୟ

ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟଙ୍କୁ SIR ନୋଟିସ୍, ଦେଲେ ଏପରି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୧।୧: ଭାରତୀୟ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ଅରୁଣ ପ୍ରକାଶଙ୍କୁ SIR ନୋଟିସ୍ ପଠାଇଛନ୍ତି ନିର୍ବାଚନ କମିଶନ। ଯାହାକୁ ନେଇ ବିବାଦ ଦେଖା ଦେଇଛି। ଦେଶର ସୁରକ୍ଷା ପାଇଁ ଅନେକ ବର୍ଷ ସେବା କରିବା ପରେ ଏବେ ତାଙ୍କୁ ନିଜର ନାଗରିକତ୍ବ ପ୍ରମାଣ ଦେବାକୁ ନୋଟିସ୍ ମିଳିଛି।

ନୋଟିସ୍ ଆଡମିରାଲ ଅରୁଣ ନିର୍ବାଚନ କମିଶନଙ୍କ ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ (SIR) ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଭୋଟର ତାଲିକା ସଂଶୋଧନ ପାଇଁ ଜାରି ହୋଇଥିବା ଫର୍ମରେ ତ୍ରୁଟି ଥିବା ଦର୍ଶାଇ ସେ ଏଥିରେ ସୁଧାର ଆଣିବାକୁ ପରାମର୍ଶ ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ ନିର୍ବାଚନ କମିଶନ ଆଡମିରାଲ ପ୍ରକାଶଙ୍କୁ ନିଜର ପରିଚୟ ପ୍ରମାଣ କରିବା ପାଇଁ ଏକ ବୈଠକରେ ହାଜର ହେବାକୁ ନୋଟିସ୍ ଦେଇଥିଲେ। ନୋଟିସ ପାଇବା ପରେ ଆଡମିରାଲ ସୋସିଆଲ ମିଡିଆ ମାଧ୍ୟମରେ ସେ କହିଛନ୍ତି ଯେ, ଯଦି SIR ଫର୍ମ ଜନସାଧାରଣଙ୍କ ସୂଚନା ସଠିକ ଭାବେ ଗ୍ରହଣ କରିପାରୁନାହିଁ, ତେବେ ଏହାର ପୁନର୍ବିଚାର ହେବା ଉଚିତ।

୮୨ ବର୍ଷୀୟ ଆଡମିରାଲ ଓ ତାଙ୍କ ୭୮ ବର୍ଷୀୟା ପତ୍ନୀଙ୍କୁ ଦୁଇଟି ଅଲଗା ତାରିଖରେ ନିଜ ଘରଠାରୁ ୧୮ କିଲୋମିଟର ଦୂରକୁ ଆସିବାକୁ କୁହାଯାଇଥିଲା। ଏହା ସତ୍ତ୍ୱେ ଯେ ବୁଥ୍ ସ୍ତରୀୟ ଅଧିକାରୀ (BLO) ପୂର୍ବରୁ ତିନିଥର ତାଙ୍କ ଘର ପରିଦର୍ଶନ କରିସାରିଛନ୍ତି।

ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ନିର୍ବାଚନ କମିଶନଙ୍କ ଏଭଳି ପଦକ୍ଷେପକୁ ସମାଲୋଚନା କରିଥିଲେ। କେହି କେହି ଅଧିକାରୀଙ୍କୁ ତାଙ୍କ ଘରକୁ ପଠାଇବାକୁ ପରାମର୍ଶ ଦେଇଥିବା ବେଳେ ଆଡମିରାଲ ପ୍ରକାଶ ନମ୍ରତାର ସହ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଛନ୍ତି ଯେ ସେ କୌଣସି “ସ୍ୱତନ୍ତ୍ର ସୁବିଧା” ଚାହାଁନ୍ତି ନାହିଁ ଏବଂ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ସମସ୍ତ ନୋଟିସର ପାଳନ କରିବେ।

ଭୋଟର ତାଲିକାରେ ଯୋଗ୍ୟ ନାଗରିକଙ୍କ ନାମ ଯୋଡ଼ିବା ଏବଂ ମୃତ ବା ଅଯୋଗ୍ୟ ଭୋଟରଙ୍କ ନାମ ହଟାଇବା ପାଇଁ ଜୁନ୍ ୨୦୨୫ରୁ ଏହି ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ଆରମ୍ଭ ହୋଇଛି। ଦ୍ରୁତ ନଗରୀକରଣ ଏବଂ ସ୍ଥାନାନ୍ତରଣ ଯୋଗୁଁ ଭୋଟର ତାଲିକାରେ ଦେଖାଦେଉଥିବା ତ୍ରୁଟିକୁ ସୁଧାରିବା ଏହାର ମୂଳ ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୧୮ଜଣଙ୍କ ଜୀବନ, ୬ଜଣ ଗୁରୁତର

ଭେଟ୍‌ଲାପାଲେମ୍‌,୨୮ା୨: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରେ ଥିବା ଏକ ବାଣ କାରଖାନାରେ ଶନିବାର ଭୟଙ୍କର ବିସ୍ପୋରଣ ଘଟିଛି। ବିସ୍ପୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିବା ସହ ୬ଜଣ ଗୁରୁତର…

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଭାରତର ବଡ଼ କ୍ଷତି! ଏବେ କ’ଣ କରିବେ ମୋଦି?

ନୂଆଦିଲ୍ଲୀ,୨୮।୨: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଇରାନ ସାମରିକ ଘାଟି ଉପରେ ସମ୍ପ୍ରତି ଆକ୍ରମଣ…

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି, ଦୁବଇ, ଦୋହା, ରିୟାଦ…, ମିଡଲ ଇଷ୍ଟର ସମସ୍ତ ବିମାନ ରଦ୍ଦ

ନୂଆଦିଲ୍ଲୀ,୨୮।୨: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛି। ଇସ୍ରାଏଲ ଇରାନ ବିରୁଦ୍ଧରେ ଅପରେଶନ ରୋରିଂ ଲାୟନ ଆରମ୍ଭ କରିଛି ଏବଂ ଆମେରିକା ସହିତ ମିଶି ଆକ୍ରମଣ…

ଖାମନେଇ ନା ଡୋନାଲ୍ଡ ଟ୍ରମ୍ପ, କାହାର ଟ୍ରେଜେରୀରେ ଅଛି ଅଧିକ ଟଙ୍କା?

ନୂଆଦିଲ୍ଲୀ,୨୮।୨:ଆମେରିକା ଏବଂ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରେ, ଇରାନ ଏକ ପ୍ରତିଆକ୍ରମଣ ଆରମ୍ଭ କରିଛି। ଇରାନ ଏକକାଳୀନ ଇସ୍ରାଏଲ ଏବଂ ଅନ୍ୟ ସାତଟି ଦେଶ ଉପରେ…

Iran Israel War: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କୁ ଆଲର୍ଟ, ଦୂତାବାସ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ,୨୮।୨: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଇରାନର ରାଜଧାନୀ ତେହେରାନ ସମେତ ଅନେକ ସ୍ଥାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri