Categories: ଖେଳ

ଅଷ୍ଟ୍ରେଲିଆ-ପାକିସ୍ତାନ ମ୍ୟାଚ୍‌ରେ କଳା ପୋଷାକ ପରିଧାନ ଉପରେ ହୋଇଥିଲା କଟକଣା: ଜାଣନ୍ତୁ କ’ଣ ପାଇଁ

ବେଙ୍ଗାଲୁରୁ, ୨୧ା୧୦ ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ବିଶୃଙ୍ଖଳା କାରଣରୁ ଯେପରି ଅଷ୍ଟ୍ରେଲିଆ ବନାମ ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌ରେ ବାଧା ସୃଷ୍ଟି ନ ହୁଏ ସେଥିଲାଗି ସ୍ଥାନୀୟ ପୋଲିସ ତରଫରୁ କେତେକ ପ୍ରତିଶେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କଳା ପୋଷାକ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ, ଉତ୍ତେଜକ ସ୍ଲୋଗାନ କିମ୍ବା ପ୍ଲାକାର୍ଡ ପ୍ରଦର୍ଶନ ମନା ଥିଲା। ଷ୍ଟାଡିୟମ ପ୍ରବେଶ ପଥରେ ପ୍ରଶଂସକଙ୍କ ପ୍ଲାକାର୍ଡ ଏବଂ ବ୍ୟାନରକୁ ଯାଞ୍ଚର ବ୍ୟବସ୍ଥା କରାଯାଇଥିଲା। ଇସ୍ରାଏଲ୍‌ ସହିତ ଚାଲିଥିବା ଯୁଦ୍ଧକୁ ନେଇ ପାଲେଷ୍ଟାନକୁ ସମର୍ଥନ କରି ସହରରେ ଦୁଇ ଥର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିବା ପରେ ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ସିଟି ପୋଲିସ କମିଶନର ବି. ଦୟାନନ୍ଦ ପ୍ରକାଶ କରିଛନ୍ତି। ଷ୍ଟାଡିୟମରେ ଜଣେ ସମର୍ଥକ ‘ପାକିସ୍ତାନ ଜିନ୍ଦାବାଦ’ ବୋଲି ସ୍ଲୋଗାନ ଦେବାରୁ ପୋଲିସ ସମ୍ପୃକ୍ତ ବ୍ୟକ୍ତିକୁ ସେଥିରୁ ନିବୃତ୍ତ କରୁଥିବା ଲକ୍ଷ୍ୟ କରାଯାଇଥିଲା।

Share