ଲୁଟିବାକୁ ଆସି ନେଲେ ଖାଲି ବ୍ୟାଗ

ଝାରସୁଗୁଡ଼ା ଅଫିସ,୨୨ା୧୦: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ବନ୍ଧବାହାଲ ଏମ୍‌ସିଏଲ୍‌ ମାର୍କେଟ୍‌ କମ୍ପ୍ଲେକ୍ସରେ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟାରେ ଦୁର୍ବୃତ୍ତମାନେ ଗୁଳି ଫୁଟାଇ ଜଣେ ସୁନା ଦୋକାନୀଙ୍କ ନିକଟରୁ ଏକ ବ୍ୟାଗ୍‌ ଲୁଟ୍‌ ଫେରାର ହୋଇଯାଇଛନ୍ତି। ଖବରପାଇ ବ୍ରଜରାଜନଗର ଏସ୍‌ଡିପିଓ ଦିଲୀପ ଦାସ ଓ ବନହରପାଲି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତରୁ ଜଣାପଡିଛି ବନ୍ଧବାହାଲରେ ଓଡ଼ିଶା ଅଳଙ୍କାରର ୨ଟି ଦୋକାନ ରହିଛି। ଉଭୟ ଦୋକାନ ବନ୍ଦକରି ୨ ଭାଇ ବାଇକ୍‌ରେ ଯାଉଥିବା ବେଳେ ୩ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ୩ ରାଉଣ୍ଡ ଗୁଳି କରିି ଗୋଟିଏ ବ୍ୟାଗ୍‌ ଲୁଟିନେଇଥିଲେ। ଲୁଟ୍‌ବେଳେ ସେମାନେ ହେଲ୍‌ମେଟ୍‌ ପିନ୍ଧିଥିଲେ। ଲୁଟ୍‌ ବ୍ୟାଗ୍‌ରେ କଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଦୋକାନ ଚାବି ରହିଥିବା ଜଣାପଡିଛି।