ସେମାନେ ବି ମଣିଷ

ଗୁରୁ ଶିଷ୍ୟମାନଙ୍କୁ ନିଜ ଜୀବନର ଏକ ଘଟଣା ସମ୍ପର୍କରେ ଆଲୋକପାତ କରୁଛନ୍ତି। ତାଙ୍କର ଯେତେବେଳେ ଦୁଇଟି ଯାକ କିଡ୍‌ନୀ ନଷ୍ଟ ହେବା କଥା ଡାକ୍ତର କହିଲେ ସେତେବେଳେ ସେ ଗୃହ ତ୍ୟାଗକରି ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ। ସେ କାଶୀଠାରେ ଅବସ୍ଥାନ କରିଥିଲେ। ଦିନେ ଦେଖିଲେ ଗଙ୍ଗା ନଦୀରେ ଏକ ଶବ ଭାସୁଛି। ସେ ହାତ ଉପରକୁ କରି ରକ୍ଷା କରିବା ପାଇଁ ଇସାରା ଦେଉଛି। ସେ ଆଶ୍ଚର୍ଯ୍ୟ ହୋଇଗଲେ ଶବ ପୁଣି ହାତ ଠାରୁଛି। ସେ ବିଳମ୍ବ ନ କରି ଗଙ୍ଗାନଦୀରେ ପ୍ରବେଶ କରି ଶବକୁ ଉଦ୍ଧାର କଲେ। ବାହାରକୁ ଆଣିଲେ। ଉପସ୍ଥିତ ଲୋକେ କହିଲେ, ଜଣେ କୁଷ୍ଠ ରୋଗୀର ଶବକୁ କାହିଁକି ଆଣୁଛ। ସେ ମରିଯାଉ, କାହିଁକି ବଞ୍ଚାଉଛନ୍ତି। ତା’ର ଜୀବନ ଅଛି, ସେ ମରିବ କାହିଁକି ? ମୁଁ ତା’ର ସେବା କରିବି। ଆଉ ଡାକ୍ତରଖାନାକୁ ନେଲି। କେତେ ଦିନର ଚିକିତ୍ସା ପରେ ଟିକେ ଭଲ ହୋଇଗଲେ ତା’ପରେ ଏକ କୁଷ୍ଠାଶ୍ରମରେ ନେଇକି ଛାଡ଼ିଦେଲି।
ଯେତେବେଳେ ମୁଁ ତାକୁ ଗଙ୍ଗାରୁ ଉଦ୍ଧାର କରୁଥିଲି ସେତେବେଳେ ସେ ଯେଉଁ କରୁଣାପୂର୍ଣ୍ଣ ନୟନରେ ମୋତେ ଚାହିଁ ରହିଥିଲା ମୋତେ ଲାଗିଲା ମୋର ପ୍ରଭୁଙ୍କ ଦର୍ଶନ ହୋଇଗଲା। ସତକୁ ସତ ପରବର୍ତ୍ତୀ ସମୟରେ ମୋତେ କିଏ ଚିକିତ୍ସା କରୁଥିଲା ? ମୁଁ କେମିତି ହଜାର ହଜାର ଶିଷ୍ୟାଶିଷ୍ୟମାନଙ୍କର ଗୁରୁ ହେଲି ପରମେଶ୍ବର ହିଁ ଜାଣିଛନ୍ତି। ମୋତେ କେବଳ ଏତିକି ଅନୁଭବ ଆସୁଛି ନିରୀହତା ମଧ୍ୟରେ ପ୍ରଭୁଙ୍କର କରୁଣା ଲୁଚି ରହିଛି। ଯେଉଁମାନେ ନିରୀହ, ସରଳ, ଅସହାୟ, ରୋଗଗ୍ରସ୍ତ ସେହିମାନଙ୍କର ସେବା, ଶୁଶ୍ରୂଷା କରିବା ଦ୍ବାରା ସେମାନଙ୍କଠାରୁ ପ୍ରାପ୍ତ ଆଶୀର୍ବାଦ ମାଧ୍ୟମରେ ଈଶ୍ୱରୀୟ ଅନୁଭବ ମିଳିଥାଏ। ସାଧାରଣ ଲୋକଙ୍କ ସେବା ସହ ଏପରି ଦୁଃସ୍ଥ ଲୋକଙ୍କ ସେବାରେ ନିୟୋଜିତ କରିପାରିଲେ ତମ ଭିତରେ ପରମ ସତ୍ତାର ଉପଲବ୍ଧି ଆସିବ।
ସମସ୍ତେ ଜାଣିଛେ ଜଣେ କୁଷ୍ଠ ରୋଗୀର ସ୍ଥାନ ହେଉଛି ଗାଁ କିମ୍ବା ସହର ବାହାରର ଏକ ପରିତ୍ୟକ୍ତ ସ୍ଥାନରେ। ତାଙ୍କ ସହ କୌଣସି ସାଧାରଣ ମଣିଷ ସମ୍ପର୍କ ରଖିବା ପାଇଁ ଚାହେଁ ନାହିଁ। ସମସ୍ତଙ୍କ ଚିନ୍ତା ସେ ବଞ୍ଚି କିଛି ଲାଭ ନାହିଁ। ସମାଜରେ ଏପରି ଅନେକ ଜିଅନ୍ତା ଶବ ଅଛନ୍ତି ସେମାନେ ପ୍ରକୃତରେ ମରିବା ପାଇଁ ଚାହାନ୍ତି ନାହିଁ। ସେମାନେ ମଧ୍ୟ ବଞ୍ଚିବା ପାଇଁ ଚାହାନ୍ତି। ସେମାନଙ୍କର ଆବଶ୍ୟକ ହୋଇଥାଏ ବିଭିନ୍ନ ପ୍ରକାର ଔଷଧପତ୍ର, ଆସବାବପତ୍ର, ଉତ୍ତମ ଖାଦ୍ୟପେୟ। ସମୟ ଥିଲା ସେମାନେ ମଧ୍ୟ ସମାଜରେ ରହୁଥିଲେ। ସମସ୍ତଙ୍କ ଭିତରେ ସେମାନଙ୍କ ଆଦର ସମ୍ମାନ ଥିଲା। ସେମାନେ ମଧ୍ୟ ଘରର ମୁରବି ଥିଲେ। କିନ୍ତୁ କୁଷ୍ଠ ରୋଗ ହେଲାପରେ ସମସ୍ତେ ତାଙ୍କୁ ପର କରିଦେଲେ।
କୁଷ୍ଠରୋଗୀ ବଞ୍ଚିବାର ଏକମାତ୍ର ଉପାୟ ଭିକ୍ଷାବୃତ୍ତି ବା ସରକାରୀ ସାହାଯ୍ୟ। ଏପରି ଅବସ୍ଥାରେ ମଧ୍ୟ ଭିକ୍ଷାବୃତ୍ତି କରି ଦୈନନ୍ଦିନ ଜୀବନକୁ ଅତିବାହିତ କରିଥାଏ। ନିଜ କାମ ନିଜେ କରିଥାଏ। କୁଷ୍ଠରୋଗୀ ଅସ୍ପୃଶ୍ୟ ନୁହନ୍ତି। କିନ୍ତୁ ସଭ୍ୟ ସମାଜରେ ସେମାନେ ଘୃଣ୍ୟ ହୋଇ ରହିଛନ୍ତି। ସଭ୍ୟ ସମାଜରେ ତାଙ୍କ ପ୍ରତି ମନୋଭାବ ବର୍ତ୍ତମାନ ମଧ୍ୟ ପରିବର୍ତ୍ତନ ହୋଇନାହିଁ। ଦିନେ ଯିଏ ପରିବାରର ସର୍ବସ୍ବ ଥିଲା ସେ ଆଜି ଅନାଦର, ଅଲୋଡ଼ା ଓ ପରିତ୍ୟକ୍ତ। ସେମାନଙ୍କ ପାଖରେ ଥିବା ଜୀବନର ଅଭିଜ୍ଞତା, ପ୍ରଜ୍ଞାକୁ ଜାଣିବାକୁ କେହି ଛାହିଁ ନ ଥାନ୍ତି। ସମାଜରେ ଏମିତି ଅନେକ ବ୍ୟକ୍ତିଥିଲେ ଯେଉଁମାନେ କୁଷ୍ଠାଶ୍ରମରେ, କୁଷ୍ଠରୋଗୀଙ୍କ ବସ୍ତିକୁ ଯାଇ ସେବା କରୁଥିଲେ। ସେମାନଙ୍କ ମଧ୍ୟରେ ଗାନ୍ଧିଜୀ, ମଦର ଟେରେସା ଅନ୍ୟତମ ଥିଲେ। ଏବେ ମଧ୍ୟ ଅନେକ ମହାନ୍‌ ବ୍ୟକ୍ତି ଓ ସେବା ସଂଗଠନ ରହିଛନ୍ତି, ଯେଉଁମାନେ କୁଷ୍ଠରୋଗୀଙ୍କର ସେବାରେ ନିୟୋଜିତ ଅଛନ୍ତି। କୌଣସି କୁଷ୍ଠ ରୋଗୀ ମୃତ୍ୟୁବରଣ କଲେ ଦେଖାଯାଏ ତାଙ୍କ ପରିବାରର କେହି ମଧ୍ୟ ଶବ ସତ୍କାର କରିବାକୁ ଆସି ନ ଥାନ୍ତି, ସେତେବେଳେ ଏମିତି ବ୍ୟକ୍ତି ଓ ସଂଗଠନ ଶବ ସତ୍କାର କରି ସଭ୍ୟ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥାନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ତଥ୍ୟ ପ୍ରଦାନ କରିଥିବା ‘ହୁ’ର ଆକଳନ ହେଉଛି ଭାରତରେ ପ୍ରତି ୧୦,୦୦୦ ଜନସଂଖ୍ୟାରେ ଜଣକ ମଧ୍ୟରେ କୁଷ୍ଠରୋଗୀ ଦେଖାଯାଉଛନ୍ତି। ଭାରତରେ କୁଷ୍ଠରୋଗୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏକ ଆକଳନ ଅନୁସାରେ ୨୦୧୪-୧୫ରେ କୁଷ୍ଠରୋଗୀଙ୍କ ସଂଖ୍ୟା ୧୨୫,୭୮୫ ଥିଲା, ଯାହା ୨୦୨୧-୨୨ରେ ୭୫,୩୯୪କୁ ହ୍ରାସ ଘଟିଛି। ଗତ ଜାନୁଆରୀ ମାସରେ ଭାରତରେ ଏନ୍‌ଏସ୍‌ପି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାର ଲକ୍ଷ୍ୟ ହେଲା ୨୦୨୭ରେ ଶୂନ୍ୟ କୁଷ୍ଠରୋଗୀ ସୃଷ୍ଟି କରିବା। ସେଥିପାଇଁ କାମ ଆରମ୍ଭ ହୋଇଯାଇଛି। ବିଶେଷକରି ପ୍ରାରମ୍ଭରୁ କୁଷ୍ଠରୋଗୀ ଚିହ୍ନଟକୁ ଗୁରୁତ୍ୱ ଦିଆଯାଇଛି।
ଏନ୍‌ଏଲ୍‌ଇପିର ୨୦୨୨-୨୩ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ୧୦,୦୦୦ରେ ଛତିଶଗଡ଼ରେ ୨.୩%, ଝାଡଖଣ୍ଡରେ ୧.୪%, ମହାରାଷ୍ଟ୍ରରେ ୧.୨%, ଓଡ଼ିଶାରେ ୧.୨%, ଚଣ୍ଡିଗଡରେ ୧.୪%, ଦାଦ୍ରାନଗର ହାବେଳିରେ ୧.୦% ଥିବାବେଳେ ତ୍ରିପୁରା ଓ ଲାକ୍ଷାଦ୍ୱୀପରେ କୁଷ୍ଠରୋଗୀ ସଂଖ୍ୟା ଶୂନ୍ୟ ରହିଛି। ଅନ୍ୟସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧%ରୁ ଅତିକମ୍‌ କୁଷ୍ଠରୋଗୀଙ୍କ ସଂଖ୍ୟା ରହିଛି। ଯଦି ସମସ୍ତେ ମିଳିମିଶି ଏବେଠାରୁ କୁଷ୍ଠରୋଗୀ ଚିହ୍ନଟ, ଚିକିତ୍ସା, ସରକାରୀ ସହାୟତା, ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର କରିବା ଦ୍ବାରା କୁଷ୍ଠରୋଗୀ ଉପକୃତ ହେବେ ଓ ୨୦୨୭ ବେଳକୁ କୁଷ୍ଠରୋଗୀ ଶୂନ୍ୟ ଭାବରେ ଭାରତବର୍ଷ ପରିଣତ ହୋଇପାରିବ।
ଏହି ସଫଳତା ପାଇବା ପାଇଁ ହେଲେ ପ୍ରଥମେ କୁଷ୍ଠରୋଗୀ ପ୍ରତି ଥିବା ମନୋଭାବ ପରିବର୍ତ୍ତନ କରିବାର ଅଛି। କୁଷ୍ଠରୋଗୀ ଅସ୍ପୃଶ୍ୟ ନୁହେଁ। ଏହା ଆଧୁନିକ ଯୁଗର ମଣିଷ ଜାଣିବା ଉଚିତ। ଏବେ ପର୍ଯ୍ୟନ୍ତ ମଧ୍ୟ ବିଜ୍ଞାନ ଯୁଗରେ କୁଷ୍ଠରୋଗୀ ପ୍ରତି ଥିବା ଅନ୍ଧବିଶ୍ୱାସର ଅନ୍ତ ହୋଇନାହିଁ।
କୁଷ୍ଠରୋଗୀମାନଙ୍କ ପାଇଁ ଅଧିକରୁ ଅଧିକ କୁଷ୍ଠାଶ୍ରମ ପ୍ରତିଷ୍ଠା କରିବା, କୁଷ୍ଠରୋଗୀ ଚିହ୍ନଟ କରି ଥଇଥାନ ବ୍ୟବସ୍ଥା କରିବା। ସେମାନଙ୍କ ପ୍ରତି ସହାନୁଭୂତି ସେମାନଙ୍କର ମନୋବଳକୁ ଦୃଢ଼ କରିବା ସହିତ କୁଷ୍ଠରୋଗୀ ଯେମିତି ଅନୁଭବ କରିବ ନାହିଁ ମୁଁ ଏକ ଜିଅନ୍ତା ଶବ, କାରଣ କୁଷ୍ଠରୋଗୀ ମଧ୍ୟ ଜଣେ ମଣିଷ।

  • ମୋହନ ଚରଣ ବିଷି
    ଗଡ଼ରାମାଲ, କୋକସରା
    କଳାହାଣ୍ଡି, ମୋ:୯୭୭୭୪୬୮୮୪୧

Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri