Posted inଫୁରସତ

ଏହି ଦୁଇ ଭାଇ ଖାଆନ୍ତି ୧୩୦୦୦ କ୍ୟାଲୋରୀ ଖାଦ୍ୟ, ୨ କ୍ୱିଣ୍ଟାଲ ଉଠାଇବା ତାଙ୍କ ବାମ ହାତର ଖେଳ

ଦୁନିଆରେ ବହୁତ ଶକ୍ତିଶାଳୀ ଲୋକ ଅଛନ୍ତି, ଯାହାଙ୍କ ଶକ୍ତି ଯୋଗୁ ଅନ୍ୟମାନେ ପରାସ୍ତ ହୋଇଥାନ୍ତି। ଆଜିକାଲି ଲୋକମାନେ ବଡି ବିଲ୍ଡିଂ ମାଧ୍ୟମରେ ଶକ୍ତିଶାଳୀ ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଅନେକଙ୍କର ସ୍ବାସ୍ଥ୍ୟ ଭଲ ହୋଇ ନ ଥାଏ କାରଣ ସେମାନେ ସୁସ୍ଥ ଖାଦ୍ୟ ଖାଇ ନ ଥାନ୍ତି। ଏହି ଦୁଇ ଭାଇ ଏଭଳି ଲୋକମାନଙ୍କ ପାଇଁ ଏକ ପ୍ରେରଣାଠାରୁ କମ୍‌ ନୁହନ୍ତି। କାରଣ ଦୁହେଁ ଦୁନିଆର ସବୁଠାରୁ ଶକ୍ତିଶାଳୀ ଭାଇ ଏବଂ ସେମାନଙ୍କର ସ୍ବାସ୍ଥ୍ୟର ରହସ୍ୟ ଜାଣି ଯେକେହି ଆଶ୍ଚର୍ଯ୍ୟ ହେବେ।

ଏକ ରିପୋର୍ଟ ଅନୁଯାୟୀ, ଷ୍ଟୋଲଟ୍‌ମ୍ୟାନ ବ୍ରଦର୍ସ ନାମରେ ପ୍ରସିଦ୍ଧ ଏହି ଦୁଇ ଭାଇଙ୍କୁ ‘ଦୁନିଆର ସବୁଠାରୁ ଶକ୍ତିଶାଳୀ ଭାଇ’ ଭାବରେ ବିବେଚନା କରାଯାଏ। ଉଭୟ ଭାରୀ ଓଜନ ଉଠାନ୍ତି ଏବଂ ଏଥିରେ ରେକର୍ଡ ମଧ୍ୟ କରିଛନ୍ତି। ବଡ଼ ଭାଇ ଲୁକ (ଲୁକ୍‌ ଷ୍ଟୋଲଟମ୍ୟାନ) ପ୍ରଥମଥର ୟୁରୋପର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଆଖ୍ୟା ଅର୍ଜନ କରିଥିବାବେଳେ ସ୍କଟଲାଣ୍ଡର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବରେ ୫ ଥର ଟାଇଟଲ ଜିତିଛନ୍ତି।ସାନ ଭାଇ ଟମ୍‌ (ଟମ ଷ୍ଟୋଲଟମ୍ୟାନ) ବୟସ୍କଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ। ୨୦୨୦ରେ ସେ ୧୬.୧ ସେକେଣ୍ଡରେ ୧୦୦-୧୮୦ କିଲୋଗ୍ରାମର ବିଶାଳ କଂକ୍ରିଟ ବଲ୍‌ ଉଠାଇ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା ବେଳେ ୨୮୬ କିଲୋଗ୍ରାମର ଆଟ୍‌ଲାସ ପଥର ଉଠାଇବାର ରେକର୍ଡ ମଧ୍ୟ ତାଙ୍କ ନାମରେ ଅଛି। ଉଭୟଙ୍କ ପାଇଁ ୨୦୦ କିଲୋଗ୍ରାମ ପଥର ଉଠାଇବା ଏକ ସରଳ କଥା। ବର୍ତ୍ତମାନ ସେ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପଥର ଉଠାଇବା ପାଇଁ ନିଜକୁ ତାଲିମ ଦେଉଛନ୍ତି।

ଉଭୟ ଭାଇ ସେମାନଙ୍କ ଖାଦ୍ୟ ସହିତ ଜଡ଼ିତ ଅନେକ ରହସ୍ୟ କହିଛନ୍ତି। ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ କହିଥିଲେ, ସେ ପ୍ରତିଦିନ ୧୩୦୦୦ କ୍ୟାଲୋରୀ ଖାଦ୍ୟ ଖାଉଛନ୍ତ। ଦିନ ଆରମ୍ଭରେ ସେ ପ୍ରତିଦିନ ୧୦ଟି ଅଣ୍ଡା ଖାଉଛନ୍ତି। ତା’ପରେ ସେମାନେ ଦଲିଆ ଖାଆନ୍ତି। ପ୍ରାୟ ଦେଢ଼ଘଣ୍ଟା ପରେ ସେ ତାଙ୍କର ଦ୍ୱିତୀୟ ଭୋଜନ ଖାଇଥାନ୍ତି। ଏହା ହେଉଛି ସେମାନଙ୍କର ପ୍ରୋଟିନ ଉତ୍ସ। ଏଥିରେ, ସେମାନେ ୩୦୦ ଗ୍ରାମ ପର୍ଯ୍ୟନ୍ତ ଷ୍ଟିକ୍‌, ଚିକେନ କିମ୍ବା ଅନ୍ୟ କୌଣସି ମାଂସ ମଧ୍ୟ ଖାଇଥା’ନ୍ତି।

ଲୁକ୍‌ କହିଛନ୍ତି ଯେ, ଏହା ପରେ ସେମାନେ ମଧ୍ୟାହ୍ନ ଭୋଜନ ମଧ୍ୟ କରନ୍ତି। ସେ ଜିମ୍‌ ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ଏକ ବଡ ବର୍ଗର ଏବଂ ଚିପ୍ସ ଖାଆନ୍ତି। ପରେ ସେ ତାଲିମ ନେବାକୁ ଯାଆନ୍ତି। ପରେ ସେମାନେ ସନ୍ଧ୍ୟାରେ ସ୍ନାକ୍ସ ଭଳି ଚିକେନ କିମ୍ବା ଷ୍ଟିକ ମଧ୍ୟ ଖାଇଥା’ନ୍ତି। ରାତିରେ ସେ ଷ୍ଟିକ ବର୍ଗର, ୪୦୦ ଗ୍ରାମ ଆଳୁ ଏବଂ କିଛି ପନିପରିବା ଖାଇଥାନ୍ତି। ଏହି ଉପାୟରେ ସେ ପ୍ରତିଦିନ ୧୦୦୦୦ କ୍ୟାଲୋରୀର ଖାଦ୍ୟ ଗ୍ରହଣ କରନ୍ତି। ଏକାସାଙ୍ଗରେ କୌଣସି ପ୍ରତିଯୋଗିତାର ଏକ ସପ୍ତାହ ପୂର୍ବରୁ, ସେ ୧୨,୦୦୦ରୁ ୧୩,୦୦୦ କ୍ୟାଲୋରୀର ଖାଦ୍ୟ ଗ୍ରହଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚରେ ‘ସୀତାରାମ-ସୀତାରାମ’ ଜପ କରୁଥିଲେ ଆର୍ଯ୍ୟବୀର; ରୋମାଞ୍ଚକର ଘଟଣା ବିଷୟରେ ବାପାଙ୍କୁ ଜଣାଇଥିଲେ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୬।୧୧: ଭାରତୀୟ ଅଣ୍ଡର-୧୯ କ୍ରିକେଟ ଦଳ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଏସିଆ କପ ଟାଇଟଲ ଜିତିଛି। ଏହି ରୋମାଞ୍ଚକର ମୁକାବିଲାରେ ଭାରତ ଶେଷ ବଲରେ…

‘ଆମେ ମଣିଷ, ମେସିନ୍‌ ନୁହେଁ’; ଗମ୍ଭୀରଙ୍କ ବୟାନ ପରେ ଏଭଳି କହିଲେ ଆୟର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍‌ ଦଳର ବ୍ୟାଟରଙ୍କ ଖରାପ ପ୍ରଦର୍ଶନକୁ ନେଇ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଚିନ୍ତା ପ୍ରକଟ କରିଥିବା ବେଳେ ଏଥିରେ ଭିନ୍ନ…

‘ଦୀପାବଳିରେ ପାକିସ୍ତାନ ଆମକୁ ଗାଳିଗୁଲଜ କରିଥିଲା’: ଆକ୍ରମଣାତ୍ମକ ଉତ୍ସବ ପାଳନ ପଛର ପ୍ରକୃତ କାରଣ କହିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୬।୧୧: ନଭେମ୍ବର ୧୪, ଶନିବାର ଭାରତ ପାକିସ୍ତାନକୁ ୧ ୱିକେଟରେ ପରାସ୍ତ କରି ‘ଅଣ୍ଡର-୧୯ ଏସିଆ କପ’ ଟାଇଟଲ ହାସଲ କରିଛି। ମୋହିତ ଉଲଭା ବିଜୟସୂଚକ ଶଟ…

କ୍ରିକେଟ ପ୍ରଶଂସକଙ୍କ ପାଇଁ ବଡ଼ ଖବର, କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଇସିସି (ICC) ମୁଖ୍ୟ ହେଲେ ଜୟ ଶାହା

ନୂଆଦିଲ୍ଲୀ,୧୬।୧୧: ସୋମବାର ସକାଳେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସିଛି: ଜୟ ଶାହାଙ୍କୁ ଆଇସିସି (ICC) ଅଧ୍ୟକ୍ଷ ଭାବରେ କ୍ରମାଗତ ଦ୍ୱିତୀୟ କାର୍ଯ୍ୟକାଳ…

ଭଙ୍ଗା ଆଜବେଷ୍ଟସ୍‌ ଘରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ା

ଆଳି,୧୫ା୧୧(ବନମାଳୀ ସେନାପତି): କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତା ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ବହୁ ବିଦ୍ୟାଳୟରେ ଉପଲବ୍ଧ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଗଛ ଲଗାଇବା ପ୍ରତି ଅଧିକ ଧ୍ୟାନଦେବା, ନିୟମ ମାନି ଚଳିଲେ…

ଭୁବନେଶ୍ୱର,୧୬।୧୧: ବର୍ତ୍ତମାନ ବହୁତ ପରିମାଣରେ ଗଛ କଟାଯାଉଛି। କମ୍ପାନୀ, ବଡ଼ ବଡ଼ ଅଟ୍ଟାଳିକା ପାଇଁ ଆମକୁ ଗଛ କାଟିବାକୁ ପଡ଼ୁଛି। ସେଥିପାଇଁ ଜଳବାୟୁ ପରିବର୍ତ୍ତନ ହେଉଛି। ଖରାଦିନେ…

ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଅତ୍ୟଧିକ ଚାପ ପକାଯାଉଛି; ସୟଦ ମୁସ୍ତାକ ଅଲି ଟ୍ରଫିରେ ଅଧିନାୟକ ଦାୟିତ୍ୱ ଦେବା ଏକ ଅତ୍ୟନ୍ତ ଖରାପ ନିଷ୍ପତ୍ତି

ନୂଆଦିଲ୍ଲୀ,୧୬।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ବିହାର ଦଳର ଅଧିନାୟକ ଭାବରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନିଯୁକ୍ତ କରିବାର ନିଷ୍ପତ୍ତି ଅତ୍ୟନ୍ତ ଅପରିପକ୍ୱ ଏବଂ…

ଡେବ୍ୟୁ କରିବାକୁ ଥିବା ଯଶ ଠାକୁରଙ୍କ ନାଁରେ ଏମିତି ରେକର୍ଡ, ସଚିନ ତେନ୍ଦୁଲକର-ଏମ.ଏସ. ଧୋନଙ୍କ ଲିଷ୍ଟରେ ସାମିଲ

ନୂଆଦିଲ୍ଲୀ,୧୬।୧୧: ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଦିନିକିଆ (ODI) ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ବିଜୟୀ ହୋଇଛି ଏବଂ ଏହି ସିରିଜକୁ ୩-୧ ବ୍ୟବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?