ରାସ୍ତା ପାର୍ଶ୍ୱରେ ବିପଦ

ଖଣ୍ଡପଡ଼ା,୩ା୨(ସ୍ବ.ପ୍ର.): ଖଣ୍ଡପଡ଼ା ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ଥିବା ଏକାଧିକ ଟ୍ରାନ୍ସଫର୍ମର ଓ ସବ୍‌ଷ୍ଟେଶନ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଟିପିସିଓଡିଏଲର ଖାମଖିଆଲ ମନୋଭାବ ଯୋଗୁ ଉକ୍ତ ଟ୍ରାନ୍ସଫର୍ମରଗୁଡ଼ିକ ଖୋଲା ପଡ଼ିଛି । ଟ୍ରାନ୍ସଫର୍ମର ଏବଂ ସବ୍‌ଷ୍ଟେଶନ ଚତୁଃପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଉନାହଁି । ଫଳରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜୀବନହାନୀ ଘଟିବାର ଆଶଙ୍କା ରହିଛି ।

ଖଣ୍ଡପଡ଼ା ଓ କଣ୍ଟିଲୋର ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ୍‌ ସେବା ଯୋଗାଇବା ଲକ୍ଷ୍ୟରେ ଦୀର୍ଘ ୫୦ ବର୍ଷ ହେବ ଜନବସତି ନିକଟ ଏବଂ ରାସ୍ତାପାର୍ଶ୍ୱରେ ସବ୍‌ଷ୍ଟେଶନ ସ୍ଥାପନ କରାଯାଇଛି । ନିୟମାନୁସାରେ ଖୋଲାରେ ଥିବା ସବ୍‌ଷ୍ଟେଶନ ଓ ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ସୁରକ୍ଷା ପ୍ରାଚୀର କିମ୍ବା ତାର ବାଡ ନିର୍ମାଣ ହେବା କଥା । ସେହିପରି ବିଦ୍ୟୁତ୍‌ ସରବରାହ ହେଉଥିବା ୩ ଫେଜ୍‌ ଜୀବନ୍ତ ତାରଗୁଡ଼ିକ ଭୂମିପତନଠାରୁ ମାତ୍ର ୩ରୁ ୪ଫୁଟ ଉଚ୍ଚରେ ଖୋଲାରେ ରହିଥିବାରୁ ସର୍ବଦା ବିପଦ ଲାଗି ରହିଛି ା ବିଶେଷ କରି ଖଣ୍ଡପଡ଼ା କୋର୍ଟ ଓ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ୧୦୦ କେଭିର ୨ଟି ଟ୍ରାନ୍ସଫର୍ମର ଓ ସବ୍‌ଷ୍ଟେଶନ ଫାଙ୍କା ଅବସ୍ଥାରେ ରହିଛି । ପ୍ରତ୍ୟେହ ବିଭିନ୍ନ କାର୍ଯ୍ୟରେ ତହସିଲ ଓ କଚେରୀକୁ ଲୋକମାନେ ଆସୁଛନ୍ତି। ସାମାନ୍ୟ ଅସାବଧାନ ହେଲେ ଜୀବନ ଚାଲିଯିବାର ଆଶଙ୍କା ରହିଛି । ଅପରପକ୍ଷେ ସେହି ରାସ୍ତା ଦେଇ ଶତାଧିକ ଗୋରୁ ଚଳପ୍ରଚଳ କରୁଛନ୍ତି। ସେହି ଗୋରୁମାନେ ବି ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇବାର ଭୟ ରହିଛି । ଖଣ୍ଡପଡ଼ା ବ୍ଳକ ଅଧୀନ ଉମାଦେବୀ ଛକ, ଦୋସନ୍ଧି ସାହି, ରଥଗଡ଼ା ଛକ, କାଦୁଆ ସାହି, ଥାନା ପାଖ, ଗଉଡ଼ ସାହି, କୁମ୍ଭାରସାହି, କୁନ୍ଦୁରା ସାହି, ହରିଜନ ସାହି, ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପାଖ, ନୂଆପୋଖରୀ ପାଖ, ମଠସାହି, କଚେରୀପାଖ, ଗଡ଼ଭିତର ସାହି, ବାଇପାସ୍‌ ରାସ୍ତା ପାର୍ଶ୍ୱ, ଫାୟାର ଷ୍ଟେଶନ ପାଖ, ମଧୁବନ ସାହି, ଗିରି ହନୁମାନ ମନ୍ଦିର ପାଖ, ନୂଆସାହାସପୁର, ତୁଳସୀବାରି, ଟିଙ୍କଚୁଆ, କଳସପଲ୍ଲୀ, କରଡ଼ାବଣି, ଶାଳବଣି, ମେଡିକାଲ, ଡାକଘର ଓ ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଏସବୁ ସବ୍‌ଷ୍ଟେଶନ ତଥା ଟ୍ରାନ୍ସଫର୍ମର ଚାରିପାଖରେ କୌଣସି ସୁରକ୍ଷା ପ୍ରାଚୀର ନାହିଁ ବୋଲି ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଖଣ୍ଡପଡ଼ା ଉପଖଣ୍ଡ ସହକାରୀ ଯନ୍ତ୍ରୀ ଅନୀଲ କୁମାର ସାହୁଙ୍କ ସହ ଯୋଗାଯୋଗ କରାଯାଇଥିଲା । ସେ କହିଛନ୍ତି, ସମସ୍ତ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଚାରିପାଖରେ ସୁରକ୍ଷା ପ୍ରାଚୀର ନିର୍ମାଣ ପର୍ଯ୍ୟାୟ କ୍ରମେ କରାଯିବ । ଅଧିକ ବିପଦ ସଙ୍କୁଳ ଅବସ୍ଥାରେ ଥିବା ସବ୍‌ଷ୍ଟେଶନ ପ୍ରତି ପ୍ରଥମେ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri