ତୈମୁରଙ୍କୁ କପି କରୁଛନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ଷ୍ଟାର କିଡ୍ସଙ୍କ ମଧ୍ୟରେ କରୀନା କପୁର ଖାଁ ଓ ସୈଫ ଅଲୀ ଖାଁଙ୍କ ପୁଅ ତୈମୁର ଅଲୀ ଖାଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ଫଟୋ ଓ ଭିଡିଓକୁ ନେଇ ତ କେତେବେଳେ ନିଜ କାର୍ଯ୍ୟକଳାପକୁ ନେଇ। ସେହିପରି ସୋହା ଅଲୀ ଖାଁଙ୍କ ଝିଅ ଇନାୟା ମଧ୍ୟ ଇଣ୍ଟରନେଟ ବେଶ୍‌ ସକ୍ରିୟ ରହିଥାନ୍ତି। ଏହି ୨ ଷ୍ଟାରକିଡ୍ସଙ୍କୁ ପ୍ରଶଂସକ ବେଶ୍‌ ପସନ୍ଦ ମଧ୍ୟ କରନ୍ତି। ତେବେ ଷ୍ଟାର କିଡ୍‌ ଭାବେ ତୈମୁର ଏତେ ପପୁଲାର ଯେ, ସବୁ କିଡ୍ସମାନେ ତାଙ୍କୁ ଅନୁକରଣ କରିବାକୁ ଚାହିଁଥାନ୍ତି। ଜାଣିଛନ୍ତି କି, ସୋହାଙ୍କ ଝିଅ ଇନାୟା ମଧ୍ୟ ତୈମୁରଙ୍କୁ ଫଲୋ କରନ୍ତି। ଇନାୟା ଓ ତୈମୁର ସମ୍ପର୍କରେ ଭାଇ ଭଉଣୀ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ବୟସର ତାରତମ୍ୟ ମାତ୍ର ୯ମାସ। ତେଣୁ ପ୍ରାୟ ସମୟରେ ୨ଜଣ ଏକାଠି ସମୟ ବିତାଇଥାନ୍ତି। ଦୁହିଁଙ୍କୁ ଦେଖିଲେ ସେମାନଙ୍କ ଭିତରେ ଥିବା ବଣ୍ଡିଂ ସ୍ପଷ୍ଟ ବାରି ହୋଇପଡ଼େ। କିନ୍ତୁ ଇନାୟା ସବୁବେଳେ ତୈମୁରଙ୍କୁ କପି କରିଥାନ୍ତି। ଏହି କଥା ଆମେ କହୁନାହୁଁ ବରଂ ଇନାୟାଙ୍କ ମା’ ସୋହା କହିଛନ୍ତି।

ନିକଟରେ ସୋହା ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ଇନାୟା ଓ ତୈମୁର ଦୁହେଁ ବେଟମ୍ୟାନର କଷ୍ଟ୍ୟୁମ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଦୁହିଁଙ୍କୁ ମଧ୍ୟରୁ କେହି ରୋବିନ ହେବାକୁ ଚାହୁଁ ନ ଥିଲେ ବୋଲି ସୋହା କହିଛନ୍ତି। ଇନାୟା ତୈମୁରଙ୍କ ପ୍ରତି କଥାକୁ ବେଶ୍‌ ଧ୍ୟାନ ସହକାରେ ଶୁଣନ୍ତି ଏବଂ ତାଙ୍କର ପ୍ରତିଟି କାର୍ଯ୍ୟକଳାପକୁ ଫଲୋ କରିବାକୁ ଚେଷ୍ଟା କରିଥାନ୍ତି। କେବଳ ସେତିକି ନୁହେଁ ସେ ତୈମୁରଠାରୁ ଅଧିକ ଚାଲକ୍‌ ହେବାକୁ ଚାହାନ୍ତି ବୋଲି ମା’ ସୋହା ଅଲୀ ଖାଁ କହିଛନ୍ତି। କୁହାଯାଏ ଘରେ ବଡ଼ ଭାଇ କିମ୍ବା ଭଉଣୀ ଥିଲେ ତାଙ୍କଠାରୁ ସାନ ଭାଇ ଓ ଭଉଣୀମାନେ ଖୁବ୍‌ଶୀଘ୍ର ସବୁ ଜିନିଷ୍‌ ଶିଖିବାକୁ ଚେଷ୍ଟା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri