Posted inଜାତୀୟ

ବନ୍ଦ ଥିଲା କରୋନା ରୋଗୀଙ୍କ ଘର, ପରେ ଏମିତି କିଛି ଘଟିଲା

ରାଞ୍ଚି,୨୦।୭: ଦେଶରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ଭଳି ନିୟମ ଲାଗୁ କରାଯାଇଛି। କରୋନା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଘରକୁ ପ୍ରଶାସନ ସିଲ୍‌ କରିଦେଉଛି। ଏହାର ଫାଇଦା ଉଠାଉଛନ୍ତି ଚୋର। ଝାଡଖଣ୍ଡର ଜାମସେଦପୁରରେ ଜଣେ କରୋନା ସଂକ୍ରମିତଙ୍କ ଘର ସିଲ୍‌ ଥିବାବେଳେ ଚୋରମାନେ କୌଣସି ମତେ ଘରେ ପଶି ମାଂସ ରୋଷେଇ କରି ଖାଇବା ସହ ଘରୁ ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଛନ୍ତି। ସ୍ଥାନୀୟ ଲୋକେ ଘର ତାଲା ଭଙ୍ଗାଥିବା ଦେଖି ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ। ସେମାନେ ପୋଲିସକୁ ଜଣାଇବା ପରେ ମାମାଲାର ତଦନ୍ତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଜାମସେଦପୁରର ପରସୁଡିହ ଥାନା ଅଞ୍ଚଳର ଶିକ୍ଷକ ଡି ସିଂହ ପୂର୍ତ୍ତି ଜୁଗସଲାଇ ନଗର ପରିଷଦ ଅଞ୍ଚଳରେ କରୋନା ଡ୍ୟୁଟିରେ ଥିବାବେଳେ ସେ ନିଜେ ସଂକ୍ରମିତ ହୋଇଯାଇଥିଲେ। ତାଙ୍କ ଟାଟା ମେନ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଘରେ ଆଉ କୌଣସି ବ୍ୟକ୍ତି ନ ଥିବା କାରଣରୁ ପ୍ରଶାସନ ପୂର୍ତ୍ତିଙ୍କ ଘରକୁ ସିଲ୍‌ କରିଦେଇଥିଲା। ତାଙ୍କ ପରିବାର ଲୋକେ ଗାଁରେ ରହୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତଙ୍କ ନିଯୁକ୍ତି ଅସାମ୍ବିଧାନିକ: ପାଓ୍ବାର ଗୋଷ୍ଠୀ

ନୂଆଦିଲ୍ଲୀ,୯।୯: ଅଜିତ ପାଓ୍ବାର ରାଷ୍ଟ୍ରୀୟତାବାଦୀ କଂଗ୍ରେସ(ଏନ୍‌ସିପି)ର ଜାତୀୟ ଅଧ୍ୟକ୍ଷ ନୁହଁନ୍ତି ଏବଂ ତାଙ୍କ ନିଯୁକ୍ତି ଅସାମ୍ବିଧାନିକ ବୋଲି ଶରଦ ପାଓ୍ବାର ଗ୍ରୁପ ନିର୍ବାଚନ କମିଶନଙ୍କୁ ଜଣାଇଛି। ଅଜିତ...

କୋଭିଡ-୧୯ ପାଇଁ ଚଳିତ ବର୍ଷ ହେବନାହିଁ ଜନଗଣନା

ନୂଆଦିଲ୍ଲୀ,୮।୬: ଚଳିତ ବର୍ଷ ଏପ୍ରିଲ-ସେପ୍ଟେମ୍ବରରେ ହେବାକୁ ଥିବା ଜନଗଣନା, ହାଉସ ଲିଷ୍ଟିଂ ଓ ଏନ୍‌ପିଆର୍‌କୁ ଏବେ ସ୍ଥଗିତ ରଖାଯାଇଛି। ତେବେ ଜୁନ୍‌ ମାସ ପରେ ସମସ୍ତ...

ଝାଡ଼ଖଣ୍ଡରେ ମହିଳାଙ୍କୁ ଗଣବଳାତ୍କାର : ରିପୋର୍ଟ ତଲବ କଲା ଏନ୍‌ସିଡବ୍ଲ୍ୟୁ

ନୂଆଦିଲ୍ଲୀ,୧୦।୧୨- ଝାଡ଼ଖଣ୍ଡର ଡୁମକା ଜିଲାରେ ଜଣେ ମହିଳାଙ୍କୁ ୧୭ ଜଣ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି। ରାଜ୍ୟ ପୋଲିସକୁ ଏହି ଘଟଣାର ରିପୋର୍ଟ ତଲବ କରିଛି...

ଆତଙ୍କବାଦୀଙ୍କ ଉପରେ ଚାଲିବ ଯୋଗୀଙ୍କ ଆଇନ, ଉତ୍ତରପ୍ରଦେଶ ଜେଲ୍‌ରେ ୨୬ ଆତଙ୍କବାଦୀ…

ଲକ୍ଷ୍ନୌ,୨୩।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣାର ବୃଦ୍ଧିକୁ ରୋକିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଜମ୍ମୁ-କଶ୍ମୀରର ଜେଲରେ ବନ୍ଦୀ ଥିବା ‘ଏ’ ଏବଂ ‘ବି’...

ଗୃହରେ ମୁଖ୍ୟମନ୍ତ୍ରୀ-ବାଚସ୍ପତିଙ୍କ ମଧ୍ୟରେ ପ୍ରବଳ ଝଗଡା

ପାଟନା,୧୪।୩: ବିହାର ବିଧାନସଭାରେ ସୋମବାର ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ବିଧାନସଭା ଭିତରେ ବିବାହର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବାଚସ୍ପତି ବିଜୟ ସିହ୍ନାଙ୍କ...

ଶେୟାର ବଜାର: ନିବେଶକମାନେ ୩ ଲକ୍ଷ କୋଟି ହରାଇଲେ, ସେନସେକ୍ସ ୮୦୦ ପଏଣ୍ଟ ହ୍ରାସ ପାଇଛି, ନିଫ୍ଟି ୧୯୯୫୦ରୁ ଖସିଲା..

ମୁମ୍ବାଇ,୨୦।୯ : ବୁଧବାର ଷ୍ଟକ ମାର୍କେଟରେ ବଡ ବିକ୍ରି ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ବା ଏକ ପ୍ରତିଶତ...

ତୁନିଶା ଶର୍ମା ଆତ୍ମହତ୍ୟା ମାମଲା: ଶିଜାନଙ୍କୁ ଜାମିନ

ନୂଆଦିଲ୍ଲୀ,୪।୩: ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ବନ୍ଧୁ ଶିଜାନ ଖାନଙ୍କୁ ଜାମିନ ମିଳିଛି। ମହାରାଷ୍ଟ୍ର କୋର୍ଟ ତାଙ୍କୁ ଶନିବାର ଜାମିନ ପ୍ରଦାନ କରିଥିବା...

କଂଗ୍ରେସକୁ ଭୋଟ ଦେବାକୁ ଭଗବାନ ରଘୁନାଥଙ୍କ ରାଣ ପକାଇଲେ କୁଲ୍ଲୁ ବିଧାୟକ

କୁଲ୍ଲୁ,୨୧।୪: ଲୋକ ସଭା ନିର୍ବାଚନ ପ୍ରଚାରରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ନାନା ପ୍ରକାର ବିବାଦୀୟ ମନ୍ତବ୍ୟ ଜାରି ରହିଛି। ଏହି ମର୍ମରେ ହିମାଚଳପ୍ରଦେଶ କୁଲ୍ଲୁର...

Advertisement
Archives

Model This Week