Posted inଫୁରସତ

ଆଜିବି ଲକ ଡାଉନ ଭଳି ଜୀବନ ବଞ୍ଚୁଛନ୍ତି ଏହି ପରିବାର

ଆସେକ୍ସ: ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଯେଉଁ ସମୟ ଥିଲା ତାହା ଆଜିବି ସଭିଙ୍କ ମନରେ ରହିଛି। ଲୋକମାନେ ଏହି ସମୟରେ ବାହାରକ ବାହାରିବା, ପ୍ରିୟଜନଙ୍କୁ ଭେଟିବା ବନ୍ଦ କରି ଦେଇଥିଲେ। ରାଶନଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ଲୋକେ ଅନଲାଇନରେ ମଗାଇବାକୁ ପସନ୍ଦ କରୁଥିଲେ। ଏହାର କାରଣ ଥିଲା ପ୍ରାଣଘାତି କରୋନା ଭାଇରସ। ଏବେ କିନ୍ତୁ ସମୟ ବଦଳିଛି। ଜୀବନ ପୁଣି ଟ୍ରାକକୁ ଫେରିଛି। ସବୁକିଛି ସାମାନ୍ୟ ହୋଇଯାଇଛି। ହେଲେ ଇଂଲଣ୍ଡରେ ଏମିତି ଏକ ପରିବାର ରହିଛନ୍ତି ଯିଏ ଆଜିବି ଲକଡାଉନ ଭଳି ଜୀବନ ବଞ୍ଚୁଛନ୍ତି। ଯାହା ସେମାନେ ୪ ବର୍ଷ ପୂର୍ବେ ପାଳନ କରୁଥିଲେ।
ମିରର ଓ୍ବେସାଇଟର ରିପୋର୍ଟ ଅନୁଯାୟୀ, ୫୯ ବର୍ଷୀୟ କପଲ ଗାର୍ଡନ-ମ୍ୟାଣ୍ଡି ଇଂଲଣ୍ଡର ଏସେକ୍ସରେ ରୁହନ୍ତି। ଏମାନଙ୍କର ୩ଟି ସନ୍ତାନ ଅଛନ୍ତି। ଏମାନଙ୍କ ମଧ୍ୟରୁ ତାଙ୍କର ସାନପୁଅ ମୌସମଙ୍କ ବୟସ ୨୨ ବର୍ଷ। ଜାଣି ଆପଣମାନେ ଆଶ୍ଚର୍ଯ୍ୟ ହେବେ ଯେ ଏହି ପରିବାର ଆଜିବି କରୋନା ଭାଇରସ ସମୟରେ ପାଳନ କରୁଥିବା ନିୟମ ପାଳନ କରୁଛନ୍ତି। ବହୁବାର ହାତ ଧୋଉଛନ୍ତି, ସୋସିଆଲ ଡିଷ୍ଟାନସିଂ ମେଣ୍ଟେନ କରୁଛନ୍ତି। ଘରକୁ ଆସୁଥିବା ଜିନିଷକୁ ସଫା କରୁଛନ୍ତି ଇତ୍ୟାଦି।
ତେବେ ଏହା ପଛର କାରଣ ହେଉଛି ମୌସମ କ୍ରନ (crohns)ନାମକ ଏକ ରୋଗରେ ପୀଡିତ ଥିବା କଥା ୨୦୧୭ରେ ଜଣାପଡିଥିଲା। ଏହି ରୋଗରେ ପେଟରୁ ଆରମ୍ଭ କରି ମସଲସ ପର୍ଯ୍ୟନ୍ତ ଭୟଙ୍କର ପେନ୍‌ ହୋଇଥାଏ। ସେବେଠାରୁ ସେ କେମୋଥେରାପି ଟାବଲେଟ ନେଉଛନ୍ତି ଏବଂ ପ୍ରତି ସପ୍ତାହରେ ଇଞ୍ଜେକସନ ନେଉଛନ୍ତି। ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ନାହିଁ କହିଲେ ଚଳେ। ତେଣୁ ଏହି ଯୁବକଙ୍କୁ ଯେ କୌଣସି ରୋଗ ସହଜରେ ଆକ୍ରାନ୍ତ କରିପାରେ। ତେଣୁ ତାଙ୍କର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପରିବାର ଆଜିବି ଲକଡାଉନ ଭଳି ଜୀବନ ବଞ୍ଚୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri