ବ୍ୟବସାୟରେ ଲାଭ ହେଉନାହିଁ କି? ଏସବୁ ଉପାୟ ଆପଣାଇ ଦିନ କେଇଟାରେ ଦେଖନ୍ତୁ ଫରକ

ବ୍ୟବସାୟୀଙ୍କ ମନରେ ବେପାର ନ ହେବାର ଡ଼ର ସବୁବେଳେ ରହିଥାଏ। କାରଣ ଅନେକ ସମୟରେ ପରିଶ୍ରମ ସତ୍ତ୍ୱେ ବ୍ୟବସାୟରେ ଆଶାତୀତ ସଫଳତା ମିଳି ନ ଥାଏ। ଏଣୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଜ୍ୟୋତିଷ ଏବଂ ବାସ୍ତୁଶାସ୍ତ୍ର ସମ୍ବନ୍ଧିତ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ୱାରା ଆପଣଙ୍କ ବ୍ୟବସାୟରେ ଫାଇଦା ମିଳିପାରେ।

ଅଶ୍ୱସ୍ଥ ପତ୍ରର ବ୍ୟବହାର: ପ୍ରତ୍ୟେକ ମଙ୍ଗଳବାର ଅଶ୍ୱସ୍ଥର ୧୧ ପତ୍ର ନିଅନ୍ତୁ। ଲାଲ ଚନ୍ଦନରେ ପ୍ରତ୍ୟକ ପତ୍ର ଉପରେ ରାମ-ରାମ ଲେଖନ୍ତୁ। ଏହାପରେ ଏହି ପତ୍ରକୁ ହନୁମାନ ମନ୍ଦିରରେ ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣ କେବେହେଲେ ବ୍ୟବସାୟରେ ଅସଫଳ ହେବେ ନାହିଁ। ତେବେ ଏହି ଉପାୟ ସବୁବେଳେ କରନ୍ତୁ। ହେଲେ କାହାକୁ ଏନେଇ କୁହନ୍ତୁ ନାହିଁ।

ଏହି ଉପାୟ କଲେ ଲାଭ ବଢ଼ିବ:
ବ୍ୟବସାୟରେ ମାଲ କିଣିବାକୁ ଯିବା ପୂର୍ବରୁ କୌଣସି ଏକ ଗୁପ୍ତ ସ୍ଥାନରେ ୨୧ଟଙ୍କା ରଖି ଦିଅନ୍ତୁ। ସେଠାରୁ ଫେରିବା ପରେ ଉକ୍ତ ଟଙ୍କାକୁ କୌଣସି ସାଧୁ, ସନ୍ଥ କିମ୍ବା ପଣ୍ଡିତଙ୍କୁ ଖାଇବାକୁ ଦିଅନ୍ତୁ ନଚେତ ଦାନ କରନ୍ତୁ। ଏହାଦ୍ୱାରା ବ୍ୟାପାରରେ ଲାଭ ହେବ।

ସୁଗନ୍ଧିତ ଧୂପକାଠି ଜଳାନ୍ତୁ:
ଦୋକାନ ଏବଂ ପ୍ରତିଷ୍ଠାନରେ ସନ୍ଧ୍ୟା ସମୟରେ ଦୀପ ଏବଂ ଧୂପକାଠି ପ୍ରଜ୍ୱଳିତ କରନ୍ତୁ। ଏଭଳି କରିବା ଦ୍ୱାରା ଦୋକାନରେ ସକରାତ୍ମକ ଉର୍ଜା ଖେଳିଯାଇଥାଏ।

କର୍ପୁର ଏବଂ କୁଙ୍କୁମ ବ୍ୟବହାର କରନ୍ତୁ:

କର୍ପୁର ଏବଂ କୁଙ୍କୁମ ମିଶାଇ ଜଳାଇବେ ଏବଂ ଦୀପାବଳି ଦିନ ଏହି ଅଙ୍ଗାରକୁ କାଗଜରେବାନ୍ଧି ଏକ ପୁଡ଼ିଆ କରିବେ। ଉକ୍ତ ପୁଡ଼ିଆକୁ ବେକରେ ବାନ୍ଧି ରଖନ୍ତୁ। ଏପରି କଲେ ବ୍ୟବସାୟରେ ଲାଗୁଥିବା ନଜର ଦୋଷ କଟିଯିବ।

ଏହାଛଡ଼ା କ’ଣ କରିବେ?

-ପ୍ରତ୍ୟେକ ଶନିବାର ଦୋକାନର ମୁଖ୍ୟ ଦ୍ୱାରରେ ଦାଗ ନ ଥିବା ଲେମ୍ବୁ ଏବଂ ୭ଟି କଳାଲଙ୍ଗା ଟାଙ୍ଗନ୍ତୁ।
-ଦୋକାନ ମୁହଁରେ ଶୁଭ ବେଳା ଦେଖି ନଡ଼ିଆକୁ ଲାଲ କପଡ଼ାରେ ଗୁଡ଼ାଇ ରଖିଦିଅନ୍ତୁ।
-ପ୍ରତି ଦିନ ସନ୍ଧ୍ୟାରେ ମା’ ଲକ୍ଷ୍ମୀଙ୍କ ସମ୍ମୁଖରେ ଘିଅ ଦୀପ ଜଳାନ୍ତୁ।
-ଅଫିସ କିମ୍ବା ଦୋକାନର ଦକ୍ଷିଣରେ ଶିବଲିଙ୍ଗ ସ୍ଥାପନ କରନ୍ତୁ। ସନ୍ଧ୍ୟା ସମୟରେ ଦୀପ ଏବଂ ଧୂପକାଠି ପ୍ରଜ୍ୱଳିତ କରନ୍ତୁ। ଏପରି କରିବା ଦ୍ୱାରା ଲାଭ ମିଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri