ପରଦାରେ ରୋମାନ୍ସ, ହେଲେ ପ୍ରକୃତ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏହି ୧୦ କଳାକାର

ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା ସମ୍ପର୍କ ବାସ୍ତବ ଜୀବନରେ ସେଭଳି ନ ଥାଏ। ଟେଲିଭିଜନ ଧାରାବାହିକରେ ଏଭଳି ଅନେକ ଯୋଡ଼ି ଅଛନ୍ତି ଯେଉଁମାନେ ପରସ୍ପରକୁ ଆଦୌ ପସନ୍ଦ କରନ୍ତି ନାହିଁ। ଏପରିକି କଥା ମଧ୍ୟ ହୁଅନ୍ତି ନାହିଁ। କେବଳ ପରଦା ଉପରେ ସେମାନଙ୍କର ରୋମାନ୍ସ ଦେଖିବାକୁ ମିଳିଥାଏ।

ଷ୍ଟାର ପ୍ଲସରେ ପ୍ରସାରିତ ଧାରାବାହିକ ‘ୟେ ହୈ ମୋହବତେ’ର ଦିବ୍ୟଙ୍କା ତ୍ରିପାଠୀ ଏବଂ କରଣ ପଟେଲ ଲୋକପ୍ରିୟ ଯୋଡ଼ି ଭିତରୁ ଅନ୍ୟତମ। ଦର୍ଶକମାନେ ଉଭୟଙ୍କ କେମିଷ୍ଟ୍ରୀଙ୍କୁ ବହୁତ ପସନ୍ଦ କରନ୍ତି। ହେଲେ ସେମାନଙ୍କ ଭିତରେ ଭଲ ସମ୍ପର୍କ ନ ଥିବା କୁହାଯାଏ।

ହିନା ଖାନ୍‌ ଏବଂ କରଣ ମେହେରା ‘ହେ ରିସ୍ତା କ୍ୟା କହଲାତା ହେ’ରେ ନାୟିକା ନାୟକ ସାଜିଥିଲେ। ଦର୍ଶକଙ୍କୁ ଏହି ଯୋଡ଼ି ଭରପୂର ମନୋରଞ୍ଜନ ଦେଇଥିଲା। ହେଲେ ପ୍ରକୃତ ଜୀବନରେ କଥାଟି ଓଲଟା। ଶୁଟିଂ ସେଟ୍‌ରେ ଉଭୟ ଅଲଗା ଅଲଗା ବସୁଥିବା ସହ କଥା ମଧ୍ୟ ହେବାକୁ ପସନ୍ଦ କରନ୍ତି ନାହିଁ।

ସୁପରହିଟ୍‌ ଧାରାବାହିକ ‘ବାଳିକା ବଧୁ’ର ମୁଖ୍ୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଏବଂ ତୋରଲ ରାସପୁତ୍ରାଙ୍କ ସମ୍ପର୍କକୁ ଦର୍ଶକେ ବେଶ୍‌ ପସନ୍ଦ କରନ୍ତି। ହେଲେ ଏକଦା ହନିମୁନ୍‌ ଦୃଶ୍ୟ ଶୁଟିଂ ବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରଠାରୁ ଉଭୟ ଶୁଟିଂ ସେଟ୍‌ରେ ଅଲଗା ରହୁଥିଲେ।

ଐତିହାସିକ ଧାରାବାହିକ ‘ଯୋଦ୍ଧା ଆକବର’ରେ ନଜର ଆସୁଥିବା ରଜତ ଟୋକସ୍‌ ଏବଂ ପରିଧି ଶର୍ମା ପରସ୍ପରକୁ ପସନ୍ଦ କରନ୍ତି ନାହିଁ। ଶୁଟିଂ ସେଟ୍‌ରେ ପଦଟିଏ ମଧ୍ୟ କଥା ହୁଅନ୍ତି ନାହିଁ। ରଜତ ନିଜକୁ ପରିଧିଙ୍କ ସିନିୟର ବୋଲି ଭାବୁଥିବାରୁ କଥା ହେଉ ନ ଥିବା କୁହାଯାଏ।

ଲୋକପ୍ରିୟ ଧାରାବାହିକ ‘ଦିୟା ଔର ବାତି ହମ୍‌’ରୁ ଦର୍ଶକଙ୍କ ହୃଦୟ ଜିତିଥିଲେ ଦୀପିକା ସିଂହ ଏବଂ ଅନସ ରଶିଦ। ପରଦା ଉପରେ ଭଲ ସ୍ବାମୀସ୍ତ୍ରୀ ଦେଖାଯାଉଥିଲେ ହେଁ ପ୍ରକୃତ ଜୀବନରେ ଉଭୟ ଉଭୟଙ୍କୁ ପସନ୍ଦ କରୁ ନ ଥିଲେ। ଏକଦା ଖରାପ ଭାବେ ଛୁଇଁଥିବା କହି ଦୀପିକା ଅନଶଙ୍କୁ ଚାପୁଡ଼ା ମାରିଥିଲେ। ଏହାପରଠାରୁ ଉଭୟ କଥା ହେବା ବନ୍ଦ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧ ବିଲିୟନ ଡଲାର କ୍ଲବରେ ‘ମାଇକେଲ୍‌’

ଲସ୍‌ ଆଞ୍ଜେଲସ୍‌, ୧୪।୭: କିଙ୍ଗ୍‌ ଅଫ୍‌ ପପ୍‌ ଭାବେ ପରିଚିତ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ୍‌’ ବିଶ୍ୱ ବକ୍ସ ଅଫିସରେ ନୂଆ ରେକର୍ଡ…

ଗୌରୀଙ୍କ ସହ ବିବାହର ୧୦ ଦିନ ଭିତରେ ଗୁଡ୍‌ନ୍ୟୁଜ୍‌ ଦେଲେ ଆମିର, ଖବର ଶୁଣି ସମସ୍ତେ ଚକିତ

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ଗତ ଜୁଲାଇ ୫ ତାରିଖରେ ନିଜ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟ୍‌ଙ୍କୁ ବିବାହ କରିଛନ୍ତି। ବିବାହ ପରେ ଏହି ନବଦମ୍ପତି ନିଜ…

‘ଜୁରାସିକ୍‌ ପାର୍କ’ ଅଭିନେତା ସାମ୍‌ ନିଲ୍‌ଙ୍କ ପରଲୋକ

ଓ୍ବେଲିଙ୍ଗଟନ, ୧୪।୭: ହଲିଉଡ୍‌ର ଅଲଟାଇମ୍‌ ସୁପରହିଟ ଫିଲ୍ମ ‘ଜୁରାସିକ୍‌ ପାର୍କ’ ଏବଂ ‘ଦି ପିଆନୋ’ ପାଇଁ ବିଶ୍ୱପ୍ରସିଦ୍ଧ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ଅଭିନେତା ସାମ୍‌ ନିଲ୍‌ଙ୍କର ୭୮ବର୍ଷ ବୟସରେ…

ଖୁସି ଖବର ଦେଲେ ଗୋବିନ୍ଦା: ୭ ବର୍ଷ ପରେ…

‘ହିରୋ ନମ୍ବର ୧’ ଗୋବିନ୍ଦା ପୁଣି ବଡ଼ ପରଦାରେ ଧମାଲ କରିବାକୁ ଯାଉଛନ୍ତି। ସେ ‘ରୂପା’ ଚଳଚ୍ଚିତ୍ରରେ ନଜର ଆସିବେ। ଗୋବିନ୍ଦା ନିଜେ ଏହି ପ୍ରୋଜେକ୍ଟ ଘୋଷଣା…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri