Posted inଜାତୀୟ

ମୋଦିଙ୍କ କ୍ୟାଟିନେଟ୍‌ରୁ ହଟିବେ ଏହି ୨୦ ମନ୍ତ୍ରୀ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୯।୬: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମୋଦିଙ୍କ ନୂତନ କ୍ୟାବିନେଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥର ମୋଦି ୩.୦ ସରକାରରେ କେଉଁ ଚେହେରା ଅନ୍ତର୍ଭୂକ୍ତ କରାଯିବ ସେନେଇ ଲୋକମାନେ ଆଲୋଚନା କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୋଦିଙ୍କ ସହ ୬୫ ନେତା ମନ୍ତ୍ରୀ ଭାବରେ ଶପଥ ନେବେ।
ଏଥର ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ ଏବଂ ଏନଡିଏ ସହଯୋଗୀଙ୍କ ଶକ୍ତିରେ ଏହା ତୃତୀୟ ଥର ପାଇଁ ସରକାର ଗଠନ କରୁଛି। ଏଭଳି ପରିସ୍ଥିତିରେ ଏନଡିଏର ସହଯୋଗୀମାନଙ୍କୁ ମଧ୍ୟ କ୍ୟାବିନେଟରେ ସ୍ଥାନ ଦିଆଯାଉଛି। ଏହି କାରଣରୁ ଏଥର କିଛି ବଡ ଭାଜପା ନେତାଙ୍କୁ କ୍ୟାବିନେଟରୁ ହଟାଇବାକୁ ପଡୁଛି। ଏଥିରେ ସ୍ମୃତି ଇରାନୀ, ରାଜୀବ ଚନ୍ଦ୍ରଶେଖରଙ୍କ ପର୍ଯ୍ୟନ୍ତ ନେତାଙ୍କ ନାମ ଅଛି।
ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ସ୍ମୃତି ଇରାନୀଙ୍କ ଭଳି ରାଜୀବ ଚନ୍ଦ୍ରଶେଖରଙ୍କୁ ନେତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା। ସେହିଭଳି ଅନୁରାଗ ଠାକୁର ମଧ୍ୟ କ୍ରୀଡା ମନ୍ତ୍ରଣାଳୟର ପରିଚାଳନା କରୁଥିଲେ। ତେବେ ବର୍ତ୍ତମାନ ମୋଟ ୨୦ ନେତା ମୋଦି ୩.୦ ରେ ପ୍ରବେଶ କରିବାକୁ ଯାଉନାହାଁନ୍ତି, କାରଣ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସମ୍ଭାବ୍ୟ ମନ୍ତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏହି ନେତାମାନେ ପହଞ୍ଚି ନାହାଁନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଏଥର ମୋଦି କ୍ୟାବିନେଟରେ ଅନ୍ତର୍ଭୁକ୍ତ ହେବେ ନାହିଁ।

ଯେଉଁ ନେତାମାନେ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହେବେ ନାହିଁ ସେମାନଙ୍କ ମଧ୍ୟରେ ଅଛନ୍ତି, ସ୍ମୃତି ଇରାନୀ, ଅନୁରାଗ ଠାକୁର, ରାଜୀବ ଚନ୍ଦ୍ରଶେଖର, ଅଜୟ ମିଶ୍ର ଟେନି, ଜେନେରାଲ ଭି.କେ ସିଂ, ଅଶ୍ୱିନୀ ଚୌବେ ଏବଂ ନାରାୟଣ ରାଣେଙ୍କ ନାମ ରହିଛି। ସେହିଭଳି ଅଜୟ ଭଟ୍ଟ, ସାଧବୀ ନିରଂଜନ ଜ୍ୟୋତି, ମୀନାକ୍ଷୀ ଲେଖୀ, ରାଜକୁମାର ରଂଜନ ସିଂ, ଆର.କେ ସିଂ, ଅର୍ଜୁନ ମୁଣ୍ଡା, ନିଶିଥ ପ୍ରେମାନିକ, ସୁଭାଷ ସାର୍କ, ଜନ ବାର୍ଲା, ଭାରତୀ ପାନୱାର,ରାଓସାହେବ ଦାନଭେ, କପିଲ ପାଟିଲ, ନାରାୟଣ ରାଣେ ଏବଂ ଭାଗବତ କରଦରେ ସାମିଲ ହୋଇଛନ୍ତି।
ତେବେ ଏହି ନେତାଙ୍କ ମଧ୍ୟରୁ କେତେକ ଅଛନ୍ତି, ଯେଉଁମାନେ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିବାବେଳେ ଏଥର ଭାଜପାକୁ ଲୋକ ସଭା ଟିକେଟ ମଧ୍ୟ ଦିଆଯାଇ ନାହିଁ। ଏହା ବ୍ୟତୀତ କିଛି ନେତା ଅଛନ୍ତି ଯେଉଁମାନେ ଟିକେଟ ପାଇ ନିର୍ବାଚନରେ ଜିତିଥିଲେ ମଧ୍ୟ ସେମାନଙ୍କୁ କ୍ୟାବିନେଟ ଠାରୁ ଦୂରରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri