ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ ଦେଶର ନେତାମାନେ ସାମିଲ ଅଛନ୍ତି। ଆସନ୍ତା ବର୍ଷ ୭ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ଆଖି ଆଗରେ ରଖି ଭାଜପା ଏହି ନୂତନ ଦଳ ଗଠନ କରିଛି।
ଓଡ଼ିଶାରୁ ୨ ଜଣଙ୍କୁ ନୀତିନ ନବୀନଙ୍କ ଟିମ୍‌ରେ ନିଆଯାଇଛି। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ପୁନଃ ଦାୟିତ୍ୱ ଦିଆଯାଇଛି। ସେହିପରି ନର୍ଥ ଇଷ୍ଟର ସଂଯୋଜକ ଭାବେ ସମ୍ବିତ ପାତ୍ରଙ୍କୁ ନିଯୁକ୍ତ କରାଯାଇଛି।
ଉଭୟ ବୈଜୟନ୍ତ ପଣ୍ଡା ଏବହ ସମ୍ବିତ ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ମୋଦିଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ଟିମ ସଂଗଠନକୁ ନୂତନ ଗତି ଦେବ ଏବଂ ଟିମର ସମସ୍ତ ସଦସ୍ୟ ନିଷ୍ଠାବାନ କାର୍ଯ୍ୟକର୍ତ୍ତା ଭାବ ସଂଗଠନକୁ ମଜଭୁତ କରିବେ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

 

Share