ଜୋନ୍‌-୧ରେ ରାଜ୍ୟର ଏହି ୧୦ ଜିଲା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ୫୦ରୁ ଅଧିକ ସକ୍ରିୟ କେସ୍‌ ରହିଥିବା ୧୦ ଜିଲାକୁ ମଙ୍ଗଳବାର ଜୋନ୍‌-୧ ଭାବେ ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା ଆଦି ଜିଲା ଏଥିରେ ରହିଛି। ଏସବୁ ଜିଲାରେ ସପ୍ତାହର ଶେଷ ଦିନ ଅର୍ଥାତ ଶନିବାର ଏବଂ ରବିବାର ଶଟ୍‌ଡାଉନ୍‌ ଜାରି ରହିବ। ସ୍ଥାନୀୟ ପ୍ରଶାସନ ଚାହିଁଲେ ଗାଡ଼ି ଚଳାଚଳ ବନ୍ଦ କରିପାରିବେ। ଏଥିସହ ଦୋକାନ ବଜାର ମଧ୍ୟ ବନ୍ଦ କରିପାରିବେ। ଉକ୍ତ ୧୦ ଜିଲାକୁ ଛାଡ଼ି ବାକି ସମସ୍ତ ଜିଲା ଜୋନ୍‌-୨ରେ ରହିବେ ବୋଲି ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।