ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ତାତି ଶିଥିଳ

କାମାକ୍ଷାନଗର, ୪।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ୭ଟି ଗ୍ରାମକୁ ନେଇ ଓଡ଼ିଶା ଥର୍ମାଲ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ (ଓଟିପିସିଏଲ୍‌) ପକ୍ଷରୁ ପ୍ରସ୍ତାବିତ ତାପଜ ବିଦ୍ୟୁତ୍‌ ପ୍ରକଳ୍ପରେ ଶିଥିଳତା ଦେଖାଦେଇଛି। ୨୦୧୧ରୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଇତିମଧ୍ୟରେ ଜମି ଅଧିଗ୍ରହଣ, ବିସ୍ଥାପିତଙ୍କ ଲାଗି ପୁନର୍ବାସ କଲୋନୀ ନିର୍ମାଣ କାର୍ଯ୍ୟ ସରିଛି। ହେଲେ ପ୍ଲାଣ୍ଟ ନିର୍ମାଣ ଲାଗି ଯେଉଁ ତତ୍ପରତା ଦେଖାଯିବା କଥା, ତାହା ପରିଲକ୍ଷିତ ହେଉନାହିଁ। ଇତିମଧ୍ୟରେ ଅଧିକାଂଶ ଜମିହରା ପରିବାର ଯଦିଓ ପ୍ରାପ୍ୟ ପାଇସାରିଲେଣି, ତଥାପି ପ୍ରକଳ୍ପ ହେଲେ ଚାକିରି ପାଇବେ ବୋଲି ସେମାନେ ଯେଉଁ ଆଶା ବାନ୍ଧିଥିଲେ; ତାହା ଏବେ ମରି ମରି ଯାଉଥିବା ଅଭିଯୋଗ ହେଉଛି।
କାମାକ୍ଷାନଗର ବ୍ଲକ କୁସୁମଯୋଡ଼ି, କଣ୍ଟାପାଳ, କାଟେଣି, ଧୋବାବାହାଳି, ଅଁଳାବେରେଣୀ, ଆଲୁଅଝରଣ, ଅନ୍ନପୂର୍ଣ୍ଣା ଖମାର (ଖ) ଆଦି ୭ଟି ଗ୍ରାମକୁ ନେଇ ୩୨୦୦ ମେଗାଓ୍ବାଟ୍‌ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ। ସାଧାରଣ କୋଇଲାଭିତ୍ତିକ ବିଦ୍ୟୁତ୍‌ ପ୍ରକଳ୍ପଠାରୁ ଏହା ଭିନ୍ନ ହେବ। ଏଥିରେ ଅତ୍ୟାଧୁନିକ ସୁପର କ୍ରିଟିକାଲ ଜ୍ଞାନକୌଶଳ ଉପଯୋଗ କରାଯିବାକୁ ନିଷ୍ପତ୍ତି ହେବା ପରେ ପ୍ରକଳ୍ପର ସମ୍ପୂର୍ଣ୍ଣ ଦାୟିତ୍ୱ ଓଟିପିସିଏଲ୍‌କୁ ଦିଆଯାଇଥିଲା। ଏହି ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ପ୍ରାୟ ୭୯୭ ହେକ୍ଟର ଜମିର ଆବଶ୍ୟକତା ଥିଲା। ତନ୍ମଧ୍ୟରେ ୪୦୦ ହେକ୍ଟର ସରକାରୀ, ୪୪ ହେକ୍ଟର ଜଙ୍ଗଲ କିସମ ଏବଂ ୯୮୩ ଏକର ଘରୋଇ ଜମି ରହିଛି। ଇତିମଧ୍ୟରେ ୭୫୫.୨୨୫ ଏକର ଘରୋଇ ଜମି ଏବଂ ୬୩୫.୨୪୨ ଏକର ସରକାରୀ ଜମି ଓଟିପିସିଏଲ୍‌୍‌ ହାତକୁ ନେଇସାରିଛି। ଘରୋଇ ଜମି ମଧ୍ୟରୁ ଆଲୁଅଝରଣର ୧.୧୦, ଅଁଳାବେରେଣୀର ୭୪.୩୨, ଧୋବାବାହାଳିର ୫.୮୯, କାଟେଣିର ୨୫.୭୨, କଣ୍ଟାପାଳର ୪୫.୪୭, କୁସୁମଯୋଡ଼ିର ୨୩୨.୩୧, ଅନ୍ନପୂର୍ଣ୍ଣା ଖମାର (ଖ)ର ୩୮୧.୪୧୫ ଏକର ଜମି ଅଧିଗ୍ରହଣ ହୋଇଛି। ପ୍ରକଳ୍ପରେ ବିସ୍ଥାପିତ ହେବାକୁ ଥିବା ଅନ୍ନପୂର୍ଣ୍ଣା ଖମାର (ଖ) ଗ୍ରାମର ୧୩୩ ପରିବାର ଲାଗି ପୁନର୍ବାସ ଓ ଥଇଥାନ କଲୋନୀ ନିର୍ମାଣ କରାଯାଇଛି। ବଜାର ନିମନ୍ତେ ଜମି ଅଧିଗ୍ରହଣ ଶେଷ ହୋଇ ପାଚେରି ନିର୍ମାଣ କାମ ସରିଛି। ହେଲେ ପ୍ରକଳ୍ପ କାମ କେବଳ ଜମି ଅଧିଗ୍ରହଣ, ପୁନର୍ବାସ କଲୋନୀ ନିର୍ମାଣ ଏବଂ ସୀମିତ ଭିତ୍ତିଭୂମି ବିକାଶରେ ଅଟକି ରହିଛି। କାମାକ୍ଷାନଗର ତହସିଲ କାର୍ଯ୍ୟାଳୟ ପରିସରରେ ଜମି ଅଧିଗ୍ରହଣ ବାବଦ ପ୍ରାପ୍ୟ ପ୍ରଦାନ ଲାଗି ଏକ ଅସ୍ଥାୟୀ କାର୍ଯ୍ୟାଳୟ ଥିଲେ ମଧ୍ୟ ଅଧିକାରୀଙ୍କ ନିକଟରେ ପ୍ରକଳ୍ପ ନିର୍ମାଣ ସମ୍ପର୍କିତ କୌଣସି ତଥ୍ୟ ନାହିଁ। ଅଧିକୃତ ଜମିରେ ପ୍ରକଳ୍ପ ନିର୍ମାଣ ପାଇଁ ଇଟା ଖଣ୍ଡେ ମଧ୍ୟ ପଡ଼ିନାହିଁ। ପୁନର୍ବସତି ଥଇଥାନ ନୀତି-୨୦୦୬ ଅନୁଯାୟୀ କୌଣସି ପ୍ରକଳ୍ପରେ ଜମି ହରାଇଥିବା ପରିବାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବାକୁ ନିୟମ ରହିଛି। ହେଲେ ଓଟିପିସିଏଲ୍‌ ପକ୍ଷରୁ ପ୍ରସ୍ତାବିତ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୭ ଗ୍ରାମର ପରିବାର କମ୍ପାନୀ ହାତକୁ ଜାଗା ଟେକିଦେଇ ଆଶା ଆଶଙ୍କାରେ ଦିନ ବିତାଉଛନ୍ତି।
ଏ ନେଇ ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କୁହନ୍ତ, ପ୍ରକଳ୍ପ ନିର୍ମାଣ କରାଯିବା ଉପରସ୍ତରର ନିଷ୍ପତ୍ତି। ଆମେ କେବଳ ଉପରୁ ଆସୁଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ରହିଛୁ। କମ୍ପାନୀ ହେବ କି ନାହିଁ, ସେ ନିଷ୍ପତ୍ତି ସରକାର ନେବେ। ହେଲେ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରାୟ ସରିଛି। ପୁନର୍ବସତି କଲୋନୀ ନିର୍ମାଣ ହୋଇଛି। ଓଟିପିସିଏଲ୍‌ ପକ୍ଷରୁ ପ୍ରକଳ୍ପ ନିର୍ମାଣ ନ ହେଲେ ଓଟିପିସିଏଲ୍‌୍‌ ମାଧ୍ୟମରେ ଅନ୍ୟ କମ୍ପାନୀ ଆସି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri