ରାଜ୍ୟର ଆଉ ୨ଟି ସ୍ଥାନରେ ପ୍ଲାଜମା ବ୍ୟାଙ୍କ: ସୁସ୍ଥ ହେଉଥିବା ରୋଗୀ ଦାନ କରିବାକୁ ଆଗେଇ ଆସନ୍ତୁ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟର ଆଉ ୨ଟି ସ୍ଥାନରେ ପ୍ଲାଜମା ବ୍ୟାଙ୍କ ହେବ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ହେବ। ଏନେଇ ଗୁରୁବାର ଖବରଦାତା ସମ୍ମିଳନୀରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଏହି ଅବସରରେ ସେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଅପିଲ ମଧ୍ୟ କରିଛନ୍ତି। ସରକାର ଉକ୍ତ ବ୍ୟକ୍ତିଙ୍କ ଖର୍ଚ୍ଚ ବହନ କରିବେ। କଟକରେ ରହଣୀ ବ୍ୟବସ୍ଥା ସହ ଯାବତୀୟ ଖର୍ଚ୍ଚ ବହନ କରାଯିବ। ଏଥିସହ ସରକାରଙ୍କ ପକ୍ଷରୁ ପ୍ଲାଜମା ଦାନକାରୀଙ୍କୁ
ପ୍ରଶଂସା ପତ୍ର ମଧ୍ୟ ଦିଆଯିବ ବୋଲି ସେ କହିଛନ୍ତି।