ଯଦି ଏପରି କାମ କରିବେ ଜୀବନରେ ଧନର ଅଭାବ ରହିବ ନାହିଁ

ଅର୍ଥ ମଣିଷ ଜୀବନରେ ନିତ୍ୟାନ୍ତ ଆବଶ୍ୟକ। ଆଧୁନିକ ଯୁଗରେ ମଣିଷ ପାଇଁ ପ୍ରତିଟି କ୍ଷେତ୍ରରେ ଅର୍ଥ ଦରକାର ପଡୁଛି। ଯେବେ ମଣିଷ ନିକଟରେ ଅର୍ଥର ଅଭାବ ଦେଖାଯାଏ ତାର ସମସ୍ତ ଯୋଜନା ଭାଙ୍ଗିଯାଇ ଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ବସ୍ତୁବାଦୀ ଯୁଗରେ ଅର୍ଥର ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ଏପରି କିଛି କାମ କରୁଥିବେ ତେବେ ଜୀବନରେ କେବେ ବି ଧନର ଅଭାବ ରହିବ ନାହିଁ ବୋଲି ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି। ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ…

ଯତ୍ନବାନ ଏବଂ ଧୈର୍ଯ୍ୟ
ଟଙ୍କା ରୋଜଗାର କ୍ଷେତ୍ରରେ ଜଣେ ବ୍ୟକ୍ତି ଯତ୍ନବାନ ଏବଂ ଧୈର୍ଯ୍ୟ ବଜାୟ ରଖିବା ଉଚିତ୍‌। ଯେଉଁ ବ୍ୟକ୍ତି ନିଜ କାର୍ଯ୍ୟକୁ ଆନ୍ତରିକତାର ସହିତ କରନ୍ତି ଲକ୍ଷ୍ମୀଙ୍କ ଆର୍ଶୀବାଦ ପ୍ରାପ୍ତ ହୁଏ। ତେଣୁ ଟଙ୍କା ରୋଜଗାର କରିବା ପାଇଁ ଏହି ଜିନିଷଗୁଡ଼ିକୁ କେବେବି ଭୁଲିଯିବା ଉଚିତ ନୁହେଁ।

କଠିନ ପରିଶ୍ରମ
କଠିନ ପରିଶ୍ରମ ସଫଳତା ଆଣିଥାଏ। ସଫଳ ବ୍ୟକ୍ତି ପାଖରେ କଦାପି ଟଙ୍କାର ଅଭାବ ରୁହେନାହିଁ। ତେଣୁ କାମ କରିବାଠାରୁ କେବେ ବି ପଛଘୁଞ୍ଚା ଦିଅନ୍ତୁ ନାହିଁ। ପରିଶ୍ରମର ଫଳ ସବୁବେଳେ ମିଠା ହୋଇଥାଏ।

ଠିକ୍‌ ପଥ ଅନୁସରଣ କରନ୍ତୁ
ଭୁଲ ପଥରେ ଯାଇ ରୋଜଗାର କରିଥିବା ଅର୍ଥ ସ୍ଥାୟୀ ନୁହେଁ। ଏହା ବ୍ୟକ୍ତିର ଜୀବନକୁ ଭୁଲ ବାଟରେ ନେଇଯାଏ। ତେଣୁ, ଅର୍ଥ ପ୍ରସଙ୍ଗରେ, ଏହାକୁ ସର୍ବଦା ଧ୍ୟାନରେ ରଖିବା ଉଚିତ। ଠିକ ଏବଂ ଶୃଙ୍ଖଳିତ ମାର୍ଗରେ ଟଙ୍କା ରୋଜଗାର କରାଯିବା ଉଚିତ।

ଅହଙ୍କାରଠାରୁ ଦୂରରେ ରୁହନ୍ତୁ
ହିନ୍ଦୁ ଧର୍ମ ବିଶ୍ୱାସ ଅନୁଯାୟୀ, ଧନର ଦେବୀ ଲକ୍ଷ୍ମୀ ଅହଙ୍କାରକୁ ପସନ୍ଦ କରନ୍ତି ନାହିଁ। ଯେଉଁମାନେ ଅହଙ୍କାର କରନ୍ତି, ମା’ ଲକ୍ଷ୍ମୀ ଏପରି ବ୍ୟକ୍ତିଙ୍କୁ ଅତି ଶୀଘ୍ର ଛାଡି ଦେଇଥାନ୍ତି। ତେଣୁ ଜଣେ ଅହଙ୍କାରଠାରୁ ଦୂରରେ ରହିବା ଉଚିତ୍‌। ଅହଙ୍କାର ଯୋଗୁ ଜଣେ ବ୍ୟକ୍ତି ନିଜର ଶତ୍ରୁମାନଙ୍କର ସଂଖ୍ୟା ବୃଦ୍ଧି କରିଥାଏ, ଯାହା ପରେ ଅସୁବିଧା ସୃଷ୍ଟି କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri