ହନୁମାନ ଜୟନ୍ତୀରେ ସମ୍ବଲପୁରରେ ବାହାରିବ ନାହିଁ ଶୋଭାଯାତ୍ରା

ସମ୍ବଲପୁର,୯।୪: ଚଳିତ ବର୍ଷ ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଶୋଭାଯାତ୍ରା କରିବା ଉପରେ ଜିଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ହନୁମାନ ଜୟନ୍ତୀରେ ବାଇକ୍‌ ରାଲି ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଶାନ୍ତି କମିଟି ବୈଠକ ପରେ ଜିଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

ଗତବର୍ଷ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ସଂଘର୍ଷର ରୁପ ନେଇଥିଲା। ଦୁଇ ଗୋଷ୍ଠୀଙ୍କ ପଥର ମାଡ଼ରେ ୧୦ ପୋଲିସ କର୍ମଚାରୀଙ୍କ ସମେତ ୫୦ରୁ ଅଧିକ ହନୁମାନ ଜୟନ୍ତୀ ସମନ୍ବୟ ସିମିତିର କର୍ମକର୍ତ୍ତା ଆହତ ହୋଇଥିଲେ।