ନିର୍ବାଚନ ପରେ ବିରୋଧୀଙ୍କ ଦେଖାପାଇବେନି

ସୋନପୁର/ବିନିକା/ଉଲୁଣ୍ଡା/ଅମରପାଲି,୬।୫(ମୃତ୍ୟୁଞ୍ଜୟ ତପଥୀ/ରାମଗୋପାଳ ବାଘ/ଉରୁକ୍ରମ ପାଣ୍ଡିଆ/ପୀତାମ୍ବର ସାହୁ):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ରବିବାର ସୁବର୍ଣ୍ଣପୁର ଜିଲା ସୋନପୁର ନିର୍ବାଚନମଣ୍ଡଳୀର ସିଆଲି ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀର କଇରାଝୁଲିରେ ନିର୍ବାଚନୀ ପ୍ରଚାର କରିଛନ୍ତି। ବିନିକା ବ୍ଲକ ସିଆଲି ଯାତ୍ରା ପଡିଆରେ ଆୟୋଜିତ ପ୍ରଚାର ସଭାରେ ଯୋଗଦେଇ ଦଳର ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଏମ୍‌ପି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ବିଜୟୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିବାକୁ ସେ ନିବେଦନ କରିଛନ୍ତି।
ପାଣ୍ଡିଆନ କହିଥିଲେ, ଗତବର୍ଷ ଜୁଲାଇ ୪ରେ ଏହି ଜିଲାକୁ ଆସି ଲୋକଙ୍କ ଅଭିଯୋଗ ଶୁଣିଥିଲି। ଆଜି ମୁଁ ହିସାବ ନେଇ ଆପଣଙ୍କ ପାଖକୁ ଆସିଛି। ସୋନପୁର ନିର୍ବାଚନମଣ୍ଡଳୀର ରାମପୁର ଓ ଡୁଙ୍ଗୁରିପାଲିକୁ ଏନ୍‌ଏସି କରାଯାଇଛି। ଚାଷୀଙ୍କ ସକାଶେ ଅଙ୍ଗ କେନାଲ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ୨୩୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ସୁରେଶ୍ୱରୀ ମନ୍ଦିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୨କୋଟି, ସୁବର୍ଣ୍ଣମେରୁ ମନ୍ଦିର ଉନ୍ନତି ଲାଗି ୫୦ ଲକ୍ଷ, ତରଭା ବ୍ଲକ ଚୂଡାଖାଇ ପାହାଡର ବିକାଶ ପାଇଁ ୧ କୋଟି, ବାରପାହାଡ ପୀଠର ବିକାଶ ପାଇଁ ୫୦ ଲକ୍ଷ, ରାମପୁରର ପୂଜାଡୁଙ୍ଗୁରୀ ଉନ୍ନତି ପାଇଁ ୧ କୋଟି ମଞ୍ଜୁର ହୋଇଛି। ୧୧୦ କୋଟି ବ୍ୟୟରେ ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ହୋଇଛି। ଏହି ଜିଲା ସହିତ ମୋର ସ୍ବତନ୍ତ୍ର ସମ୍ପର୍କ ରହିଛି। ଚାକିରି ଆରମ୍ଭ ସମୟରେ ବିନିକାରେ ତାଲିମ ନେଇଥିଲି। ସେତେବେଳେ ନିରଞ୍ଜନ ପୂଜାରୀ ବିନିକା ବିଧାୟକ ଥିଲେ। ତାଙ୍କ ସହିତ ମିଶି କାମ କରିଛି। ଆପଣମାନେ ବିଜେଡିର ବିଧାୟକ ଓ ଏମ୍‌ପି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ଜିତାନ୍ତୁ ସେମାନେ ଅପଣଙ୍କ ସୁଖଦୁଃଖରେ ରହିବେ। ନିର୍ବାଚନ ସମୟରେ ବିରୋଧି ଦଳ ଆପଣଙ୍କ ପାଖକୁ ଆସି ମିଥ୍ୟା ଅପପ୍ରଚାର କରିବେ। ବଡବଡ କଥା କହିବେ। ନିର୍ବାଚନ ପରେ ଆପଣ ସେମାନଙ୍କୁ ଖୋଜିଲେ ବି ପାଇବେନି ବୋଲି ପାଣ୍ଡିଆନ କହିଥିଲେ।
ସୋନପୁର ବିଧାନସଭା ପ୍ରାର୍ଥୀ ନିରଞ୍ଜନ ପୂଜାରୀ କହିଥିଲେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି। ମମତା ଯୋଜନା, ମିଶନ ଶକ୍ତି ଯୋଜନା ଓ ଲକ୍ଷ୍ମୀବସ୍‌ ଯୋଜନାରୁ ମହିଳାମାନେ ଉପକୃତ ହେଉଛନ୍ତି। ଭତ୍ତା ଟଙ୍କାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ଜିଲାରେ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆସିଛି। ବଲାଙ୍ଗୀର ଏମ୍‌ପି ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ ଲୋକଙ୍କ ସେବା ଓ ଅଞ୍ଚଳର ବିକାଶ ପାଇଁ ତାଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ପରେ ପାଣ୍ଡିଆନ ନିର୍ବାଚନମଣ୍ଡଳୀର ସରପଞ୍ଚ ଓ ସମିତି ସଭ୍ୟଙ୍କ ସହିତ ଆଲୋଚନ କରିଥିଲେ।
ଉଲୁଣ୍ଡା ବ୍ଲକର କଇରାଝୁଲି ମଞ୍ଚରେ ପାଣ୍ଡିଆନଙ୍କ ସହିତ ବଲାଙ୍ଗୀର ଏମ୍‌ପି ପ୍ରାର୍ଥୀ ଭୋଇ ଓ ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଯୋଗଦେଇଥିଲେ। ପଦ୍ମନାଭ ତାଙ୍କ ବକ୍ତବ୍ୟରେ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନା ଉପରେ କହିଥିଲେ। ଆମ ମୁଖ୍ୟମନ୍ତ୍ରୀ କଥା କମ୍‌ କାମକୁ ବେଶି ଗୁରୁତ୍ୱ ଦିଅନ୍ତି ବୋଲି କହିବା ସହିତ ବିଜୁ ଜନତା ଦଳକୁ ଆଶୀର୍ବାଦ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଏମ୍‌ପି ପ୍ରାର୍ଥୀ ରାଜ୍ୟର ବିକାଶରେ ନବୀନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ବରିଷ୍ଠ ନେତା ପାଣ୍ଡିଆନ ନିଜ ବକ୍ତବ୍ୟ ଜୟ ଜଗନ୍ନାଥ, ମା ମେଟାକାନୀରୁ ଆରମ୍ଭ କରିଥିଲେ। ଏହି ଅବସରରେ ସେ ବିକାଶର ହିସାବ ଦେବାକୁ ଆସିଥିବା କହିଥିଲେ। ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜ୍ୟର ସର୍ବାଧିକ ୩ଟି ଏନ୍‌ଏସି ଘୋଷଣା ମୁଖ୍ୟମନ୍ତ୍ରୀ କରିଛନ୍ତି। ବୀରମହାରାଜପୁର, ସୁବଳୟା ଓ ଉଲୁଣ୍ଡାକୁ ଏନ୍‌ଏସି ଘୋଷଣା କରାଯାଇଛି। ଉକ୍ତ ନିର୍ବାଚନମଣ୍ଡଳୀରେ ତିନି ହଜାର କୋଟି ଟଙ୍କା ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେଉଛି। ଏହା ସହିତ ପ୍ରସିଦ୍ଧ ପାତାଳି ଶ୍ରୀକ୍ଷେତ୍ର ପାଇଁ ୨୮ କୋଟି ଟଙ୍କାର ଅନୁଦାନ, ମେଟାକାନୀ ମନ୍ଦିରର ଉନ୍ନତୀକରଣ ପାଇଁ ଅନୁଦାନ ପ୍ରଦାନ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି କହିଥିଲେ। ସେ ନିଜ ବକ୍ତବ୍ୟର ବିରୋଧିଙ୍କୁ ସମାଲୋଚନା କରିବା ସହିତ ସେମାନଙ୍କୁ ନିର୍ବାଚନୀ ଟୁରିଷ୍ଟ ବୋଲି କଟାକ୍ଷ କରିଥିଲେ। କେନ୍ଦ୍ର ସରକାର ବର୍ଷକୁ ଦୁଇ କୋଟି ରୋଜଗାର ଦେବାକୁ ଦେଇଥିବା ପ୍ରତିଶ୍ରୁତି ଓ ଧାନର ଏମ୍‌ଏସ୍‌ପି ଦୁଇଗୁଣ ବୃଦ୍ଧି କରିବାକୁ ଦେଇଥିବା ପ୍ରତିଶୃତି ପାଳନ କରିନାହିଁ ବୋଲି ଆକ୍ଷେପ କରିଥିଲେ। ବିଜେଡିର ଉଭୟ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri