ଏପ୍ରିଲ୍‌ରେ ୫,୪୧,୯୪୬ ୟୁନିଟ ଗାଡ଼ି ବିକ୍ରି

ଭୁବନେଶ୍ୱର,୬।୫: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଚଳିତ ଆର୍ଥିକ ବର୍ଷ (୨୦୨୪-୨୫ ) କୁ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି। ଏପରିକି ୨୦୨୪ ଏପ୍ରିଲ୍‌ରେ କମ୍ପାନୀ ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ ସହ ଏହି ମାସରେ ୫,୪୧,୯୪୬ ୟୁନିଟ ଗାଡ଼ି ବିକ୍ରି କରିଥିଲାବେଳେ ୪୫%ର ବିକ୍ରି ଅଭିବୃଦ୍ଧି ହାସଲ କରିଛି। ସେହିଭଳି ଦେଶ ଭିତରେ କମ୍ପାନୀ ୪,୮୧,୦୪୬ ୟୁନିଟ ଗାଡ଼ି ବିକ୍ରି କରିଥିବାବେଳେ ୬୦,୯୦୦ ୟୁନିଟ ଗାଡ଼ି ରପ୍ତାନୀ କରିଛି। ଏପରିକି ଦେଶ ଭିତର କମ୍ପାନୀ ବିକ୍ରି କ୍ଷେତ୍ରରେ ୪୨% ଅଭିବୃଦ୍ଧି ହାସଲ କରିଥିବା ବେଳେ ରପ୍ତାନି କ୍ଷେତ୍ରରେ ୬୭%ର ଉଚ୍ଚ ଅଭିବୃଦ୍ଧି ହାସଲ କରିଛି।

୨୦୨୪ ଏପ୍ରିଲ୍‌ରେ କମ୍ପାନୀ ଗୁରୁଗ୍ରାମର ମାନେସରଠାରେ ଥିବା ଗ୍ଲୋବାଲ ରିସୋର୍ସ ଫ୍ୟାକ୍ଟ୍ରିରେ ଏକ ଅତ୍ୟାଧୁନିକ ଇଞ୍ଜିନ ଆସେମ୍ବଲି ଲାଇନ୍‌ ଆରମ୍ଭ କରିଥିଲା। ପୂର୍ବ ଭାରତରେ କମ୍ପାନୀ ଉଲ୍ଳେଖନୀୟ ମାଇଲଖଣ୍ଟ ହାସଲ କରିଛି। ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଉତ୍ତର ପୂର୍ବ ଭାରତରେ କମ୍ପାନୀ ୮ନିୟୁତ ଗାଡ଼ି ବିକ୍ରି କରିଛି। ଏହି ମାସରେ କମ୍ପାନୀ ଉତ୍ତରପ୍ରଦେଶର ଅଯୋଧ୍ୟା, ମହାରାଷ୍ଟ୍ରର ଠାଣେ ଓ ନୂଆଦିଲ୍ଲୀଠାରେ ବିଗ୍‌ ୱିଙ୍ଗ ଡିଲରଶିପ୍‌ ଖୋଲିଥିଲାବେଳେ ଉତ୍ତରପ୍ରଦେଶର ଦେଓରିଆରେ ରେଡ୍‌ ୱିଙ୍ଗ ଡିଲର୍‌ଶିପ୍‌ର ଶୁଭାରମ୍ଭ କରିଛି।

ସଡ଼କ ସୁରକ୍ଷା ପାଇଁ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ମହାରାଷ୍ଟ୍ରର ପୁଣେ, କେରଳର କୋଚି, ପଞ୍ଜାବର ପଟିଆଲା, ଝାଡ଼ଖଣ୍ଡର ରାଞ୍ଚତ୍ିି, ମହାରାଷ୍ଟ୍ରର ରତ୍ନଗିରି, ମଧ୍ୟପ୍ରଦେଶର ଗ୍ବାଲିୟର, ତାମିଲନାଡୁର ହୋସୁର, ଉତ୍ତରପ୍ରଦେଶର ନୋଏଡା, ଆନ୍ଧ୍ରପ୍ରଦେଶର ବିଜୟୱାଡା ଓ ନୂଆଦିଲ୍ଲୀଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହାଇଦ୍ରାବାଦ ଟ୍ରାଫିକ୍‌ ଟ୍ରେନିଂ ପାର୍କର ୯ମ ବାର୍ଷିକୀ ଉତ୍ସବ ପାଳନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ ଦୀପକେ, ସୌରଭ ଦାସଙ୍କ ସମେତ ୩ ଜଣଙ୍କୁ ହାଇକୋର୍ଟ ଦେଲେ ଅଲ୍‌ଟିମେଟମ୍‌: ୨୪ ଘଣ୍ଟା ମଧ୍ୟରେ…

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ହାଇକୋର୍ଟ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଦଳର ଅନ୍ୟ ତିନି ନେତା ଆଶୁତୋଷ ରାଙ୍କା, ରତ୍ନା ସିଂହ ଓ ସୌରଭ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?