‘ତ୍ରିମୁଖୀ ନୁହେଁ, ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ’

ବ୍ରଜରାଜନଗର,୨୦ା୫(ଡି.ଏନ୍‌.ଏ.): ବ୍ରଜରାଜନଗର ଉପନିର୍ବାଚନରେ ତ୍ରିମୁଖୀ ନୁହେଁ, ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କହିଛନ୍ତି ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ। ଏକ ଖବରଦାତା ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। ସିପିଆଇର ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଭରସା କରି ଟିକେଟ ଦେଇଛନ୍ତି। ଏହାକୁ ସେ ସାକାର କରି ଦେଖାଇବେ।

ସେ ଆହୁରି କହିଛନ୍ତି, ଏହି ସ୍ଥାନ ହେଉଛି ସ୍ବର୍ଗତ ପ୍ରସନ୍ନ ପଣ୍ଡାଙ୍କ ମାଟି। ଏ ମାଟିର ସନ୍ତାନମାନେ ସର୍ବଦା ଅଣସରକାରରେ ଲଢ଼େଇ କରି ନିଜ ଅଧିକାର ସାବ୍ୟସ୍ତ କରିଆସିଛନ୍ତି। ଏଠାରୁ ସ୍ବର୍ଗତ ପଣ୍ଡା ୬ଥର ବିଧାୟକ ଭାବେ ନିିର୍ବାଚିତ ହୋଇ ଓଡ଼ିଶା ବିଧାନସଭାରେ ବ୍ରଜରାଜନଗରକୁ ଚର୍ଚ୍ଚାରେ ରଖିଆସୁଥିଲେ। ୧୯୯୭ରେ ତାଙ୍କ ଦେହାନ୍ତ ପରେ ଆଜିପର୍ଯ୍ୟନ୍ତ ଯେତେ ନେତା ବିଧାନସଭା ଯାଇଛନ୍ତି, ସେମାନେ କେବଳ ନିଜ ସମସ୍ୟା ବିଷୟରେ ଚିନ୍ତା କରିଛନ୍ତି। ଏଠାରେ କଳକାରଖାନା ଥାଇ ମଧ୍ୟ ସ୍ଥାନୀୟ ନିଯୁକ୍ତି ନାହିଁ। ବନ୍ଦ ପଡ଼ିଥିବା ପେପର ମିଲ୍‌ ଖୋଲିବା ଦିଗରେ କୌଣସି ରାଜନୈତିକ ଦଳ ଆନ୍ତରିକତା ଦେଖାଇନାହାନ୍ତି। ବାସଚ୍ୟୁତଙ୍କୁ ଥଇଥାନ କରିବା ହେଉ କି ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ଦିଗରେ ସ୍ଥାନୀୟ ନେତା ବା ଅନ୍ୟ ଦଳର ସରକାର ପଦକ୍ଷେପ ନେଇନାହାନ୍ତି। ଆଗାମୀ ଦିନରେ ଏହି ଦିଗରେ ଆନ୍ଦୋଳନ ଜାରି ରହିବ। ତାଙ୍କ ଦଳ ପ୍ରତି ବିପୁଳ ଜନସମର୍ଥନ ରହିଛି। ତେଣୁ ଚଳିତ ଉପନିର୍ବାଚନରେ ଚତୁର୍ମୁଖୀ ଲଢ଼େଇ ହେବ ବୋଲି ପ୍ରାର୍ଥୀ ତ୍ରିପାଠୀ ପ୍ରକାଶ କରିଥିଲେ। ଖବରଦାତା ସମ୍ମିଳନୀରେ ଦଳର ଅନିତ ଚକ୍ରବର୍ତ୍ତୀ, ଅଭୟ ସାହୁ, ଅଶୋକ ଦାସ ପ୍ରମୁଖ ରାଜ୍ୟ ନେତୃତ୍ୱ ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?