‘ତ୍ରିମୁଖୀ ନୁହେଁ, ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ’

ବ୍ରଜରାଜନଗର,୨୦ା୫(ଡି.ଏନ୍‌.ଏ.): ବ୍ରଜରାଜନଗର ଉପନିର୍ବାଚନରେ ତ୍ରିମୁଖୀ ନୁହେଁ, ଚତୁର୍ମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କହିଛନ୍ତି ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ। ଏକ ଖବରଦାତା ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି। ସିପିଆଇର ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଭରସା କରି ଟିକେଟ ଦେଇଛନ୍ତି। ଏହାକୁ ସେ ସାକାର କରି ଦେଖାଇବେ।

ସେ ଆହୁରି କହିଛନ୍ତି, ଏହି ସ୍ଥାନ ହେଉଛି ସ୍ବର୍ଗତ ପ୍ରସନ୍ନ ପଣ୍ଡାଙ୍କ ମାଟି। ଏ ମାଟିର ସନ୍ତାନମାନେ ସର୍ବଦା ଅଣସରକାରରେ ଲଢ଼େଇ କରି ନିଜ ଅଧିକାର ସାବ୍ୟସ୍ତ କରିଆସିଛନ୍ତି। ଏଠାରୁ ସ୍ବର୍ଗତ ପଣ୍ଡା ୬ଥର ବିଧାୟକ ଭାବେ ନିିର୍ବାଚିତ ହୋଇ ଓଡ଼ିଶା ବିଧାନସଭାରେ ବ୍ରଜରାଜନଗରକୁ ଚର୍ଚ୍ଚାରେ ରଖିଆସୁଥିଲେ। ୧୯୯୭ରେ ତାଙ୍କ ଦେହାନ୍ତ ପରେ ଆଜିପର୍ଯ୍ୟନ୍ତ ଯେତେ ନେତା ବିଧାନସଭା ଯାଇଛନ୍ତି, ସେମାନେ କେବଳ ନିଜ ସମସ୍ୟା ବିଷୟରେ ଚିନ୍ତା କରିଛନ୍ତି। ଏଠାରେ କଳକାରଖାନା ଥାଇ ମଧ୍ୟ ସ୍ଥାନୀୟ ନିଯୁକ୍ତି ନାହିଁ। ବନ୍ଦ ପଡ଼ିଥିବା ପେପର ମିଲ୍‌ ଖୋଲିବା ଦିଗରେ କୌଣସି ରାଜନୈତିକ ଦଳ ଆନ୍ତରିକତା ଦେଖାଇନାହାନ୍ତି। ବାସଚ୍ୟୁତଙ୍କୁ ଥଇଥାନ କରିବା ହେଉ କି ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ଦିଗରେ ସ୍ଥାନୀୟ ନେତା ବା ଅନ୍ୟ ଦଳର ସରକାର ପଦକ୍ଷେପ ନେଇନାହାନ୍ତି। ଆଗାମୀ ଦିନରେ ଏହି ଦିଗରେ ଆନ୍ଦୋଳନ ଜାରି ରହିବ। ତାଙ୍କ ଦଳ ପ୍ରତି ବିପୁଳ ଜନସମର୍ଥନ ରହିଛି। ତେଣୁ ଚଳିତ ଉପନିର୍ବାଚନରେ ଚତୁର୍ମୁଖୀ ଲଢ଼େଇ ହେବ ବୋଲି ପ୍ରାର୍ଥୀ ତ୍ରିପାଠୀ ପ୍ରକାଶ କରିଥିଲେ। ଖବରଦାତା ସମ୍ମିଳନୀରେ ଦଳର ଅନିତ ଚକ୍ରବର୍ତ୍ତୀ, ଅଭୟ ସାହୁ, ଅଶୋକ ଦାସ ପ୍ରମୁଖ ରାଜ୍ୟ ନେତୃତ୍ୱ ମଞ୍ଚାସୀନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri