Posted inଖେଳ

୨୦୨୮ ଅଲିମ୍ପିକ୍ସ୍‌ରେ ହେବ ଚୌକା-ଛକା ମାଡ଼, କ୍ରିକେଟ ହେବ ସାମିଲ୍‌…

ନୂଆଦିଲ୍ଲୀ,୧୦।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ବୃହତ ସଫଳତା ପରେ, ବର୍ତ୍ତମାନ ସମସ୍ତଙ୍କ ଆଖି ଆଗାମୀ ଅଲିମ୍ପିକ୍ସ ଉପରେ କେନ୍ଦ୍ରୀତ ହୋଇଛି। ଏହି ସମୟରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି। ୨୦୨୮ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବାର ପ୍ରୟାସ ଅଛି ବୋଲି ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିଶ୍ଚିତ କରିଛି। ଆଇସିସି ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏନେଇ ଏକ ୱାର୍କିଂ ଗ୍ରୁପ ଗଠନ କରାଯାଇଛି, ଯାହା ଅଲିମ୍ପିକ ଗେମ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବାର ପ୍ରକ୍ରିୟା ପାଇଁ କାର୍ଯ୍ୟ ରହିବ। ଅଲିମ୍ପିକ୍ସ ୨୦୨୮, ୨୦୩୨ ଏବଂ ଆଗାମୀ ଅଲିମ୍ପିକ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରାଯିବ ବୋଲି ଆଇସିସି କହିଛି।
ଅଲିମ୍ପିକ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବାର ଯୋଜନା ଦୀର୍ଘ ଦିନ ଧରି ଜାରି ରହିଛି। ଭାରତ ପକ୍ଷରୁ ବିସିସିଆଇ ଏହା ମଧ୍ୟ କହିଛି ଯେ ଯଦି ଏଭଳି ଘଟେ ତେବେ ଭାରତ ନିଶ୍ଚିତ ଭାବେ ଏଥିରେ ଅଂଶଗ୍ରହଣ କରିବ। ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସ ୨୦୨୦ ଶେଷ ହେବା ପରେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଆମେ ଭବିଷ୍ୟତ ପ୍ରତି ଦୃଷ୍ଟି ଦେଉଥିବା ବିସିସିଆଇ କହିଛି।
ଆଇସିସି କହିଛି ଯେ ଆମେରିକାରେ ପ୍ରାୟ ୩୦ ନିୟୁତ କ୍ରିକେଟ ପ୍ରଶଂସକ ରହିଛନ୍ତି। ତେଣୁ ଆମେ ୨୦୨୮ରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରୁଛୁ। ଯଦି କ୍ରିକେଟ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ ହୁଏ, ତେବେ ଏହା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ବର୍ତ୍ତମାନ ସୁଦ୍ଧା କ୍ରିକେଟ କେବଳ ଥରେ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ ହୋଇଥିଲା, ଏଥିରେ ମଧ୍ୟ ଦୁଇଟି ଟିମ୍‌ ଅଂଶଗ୍ରହଣ କରିଥିଲେ। ସମ୍ପ୍ରତି ଯେତେବେଳେ ଭାରତୀୟ ମହାଦେଶ ସମେତ ବିଶ୍ୱର ବହୁ ଦେଶରେ କ୍ରିକେଟ ବହୁତ ଲୋକପ୍ରିୟ ହୋଇପାରିଛି, ସେତେବେଳେ ଏହାକୁ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ କରିବାକୁ ଉଦ୍ୟମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

ବାଜିଲା ବାଂଲାଦେଶ ନିର୍ବାଚନ ବିଗୁଲ, ଲଢ଼ିପାରିବନି ଶେଖ ହସିନାଙ୍କ ପାର୍ଟି

ନୂଆଦିଲ୍ଲୀ,୧୧ା୧୨: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନ  ଆସନ୍ତା ଫେବୃଆରୀ 12 ତାରିଖରେ ଅନୁଷ୍ଠିତ ହେବ । ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ଗୋଆ ନାଇଟ କ୍ଲବ ମାଲିକ ଲୁଥ୍ରା ବ୍ରଦର୍ସଙ୍କୁ ବଡ଼ ଝଟକା, ଆଗୁଆ ଜାମିନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ,୧୧।୧୨: ଗୋଆର ପ୍ରସିଦ୍ଧ ବିର୍ଚ ବାଇ ରୋମିଓ ନାଇଟ କ୍ଲବରେ ଅଗ୍ନିକାଣ୍ଡ ଘଟଣାରେ ଦିଲ୍ଲୀର ରୋହିଣୀ କୋର୍ଟ ରେଷ୍ଟୁରାଣ୍ଟ ମାଲିକ ଗୌରବ ଲୁଥ୍ରା ଏବଂ ସୌରଭ...

‘ଧୁରନ୍ଧର’ ଷ୍ଟାଇଲରେ ମୋଦି, ପୁଟିନଙ୍କ ସହ ଜବରଦସ୍ତ କେମେଷ୍ଟ୍ରି, ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କଲା…

ନୂଆଦିଲ୍ଲୀ,୧୧।୧୨: ମଧ୍ୟପ୍ରଦେଶ ସରକାର ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଧୁରନ୍ଧର ଷ୍ଟାଇଲ’ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ସହିତ ଏକ କ୍ୟାପସନ ଅଛି ଯାହା...

କାହିଁକି ଆପଲକୁ ନୋଟିସ ପଠାଇଲେ ସରକାର? ୟୁଜର୍ସଙ୍କୁ ଏଭଳି ଆଲର୍ଟ ପଠାଇଥିଲା କମ୍ପାନୀ

ନୂଆଦିଲ୍ଲୀ,୧୧ା୧୨: ଗତ କିଛିଦିନ ତଳେ ଆପଲ୍ ଏବଂ ଗୁଗୁଲ ନିଜ ୟୁଜର୍ସଙ୍କୁ ଆଲର୍ଟ ପଠାଇଥିଲେ । ସ୍ପାଇବେୟାରରେ ଦ୍ବାରା ୟୁଜର୍ସଙ୍କୁ ନିଶାନା କରାଯାଇପାରେ ବୋଲି ମେସେଜ...

କୋହଲିଙ୍କ ସହ ରିଲ୍ସ କରି ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଅର୍ଶଦୀପ, ଜାଣନ୍ତୁ କାହିଁକି ଆରମ୍ଭ କରିଥିଲେ YouTube

ନୂଆଦିଲ୍ଲୀ,୧୧।୧୨: ଟିମ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ କେବଳ ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri