ଆହୁରି ୨୪ ଘଣ୍ଟା ରହିବ କୋହଲା ପାଗ

ଭୁବନେଶ୍ବର, ୨୦।୨: ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ କୋହଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଯୋଗ୍ୟ, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ କୋରାପୁଟ ଜିଲାର ଲମତାପୁଟରେ ବର୍ଷାର ପରିମାଣ ଅଧିକ ରହିଛି। ଏପରି କି କଳାହାଣ୍ଡି, ସୋନପୁର, ରାୟଗଡ଼ା କୋରାପୁଟ, ମାଲକାନଗିରି, ଦେବଗଡ଼, ନୂଆପଡ଼ା ଆଦି ଜଲାର କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼, କନ୍ଧମାଳ, ଗଜପତି ଓ ବଲାଙ୍ଗୀର ଜିଲାର କିଛି ସ୍ଥାନରେ ବର୍ଷା ହେବା ସହ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି। ସେହିଭଳି ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବ।