ରାନିବଖରୀରେ ହେବ ରାଜକୀୟ ରେଷ୍ଟୁରାଣ୍ଟ

ସମ୍ବଲପୁର,୨୦ା୧୨ (ବ୍ୟୁରୋ): ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ କରି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅନେକ ଯୋଜନା କରୁଛନ୍ତି। ଏଥିରେ ଯୋଡିହୋଇଛି ନିମନ୍ତ୍ରଣ ଯୋଜନା। ଏହି ଯୋଜନାରେ ସମ୍ବଲପୁର, ପୁରୀ ଓ ଭୁବନେଶ୍ୱରରେ ଓଡିଆ ବ୍ୟଞ୍ଜନ ଯୋଗାଇଦେବାର ବ୍ୟବସ୍ଥା କରୁଛନ୍ତି। ସମ୍ବଲପୁର ସହରର ରାନିବଖରୀରେ ରାଜକୀୟ ଢାଞ୍ଚାରେ ରେଷ୍ଟୁରାଣ୍ଟ ନିର୍ମାଣ କରାଯିବ। ଏଥିରେ ପର୍ଯ୍ୟଟକମାନଙ୍କୁ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାର ପାରମ୍ପରିକ, ନିତିଦିନିଆ ଖାଦ୍ୟ ସହତି ଓଡ଼ିଆ ବ୍ୟଞ୍ଜନ ପରଷାଯିବ। ଏଥିପାଇଁ ଓଟିଡିସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଜିଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନ କହିଛନ୍ତି, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କୀର୍ତ୍ତିରାଜି ସମ୍ପନ୍ନ ରାନିବଖରୀ ସହରର ମୁଖ୍ୟ ସ୍ଥାନରେ ଥିବାବେଳେ ନିକଟରେ ସମଲେଇ ମନ୍ଦିର ଓ ଅନ୍ୟ ମନ୍ଦିର ରହିଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଢାଞ୍ଚାରେ ନିର୍ମାଣ କରାଯିବ। କୋଭିଡ୍‌ କଟକଣା ପରେ ଟୁରିଷ୍ଟମାନଙ୍କ ଯିବାଆସିବ ସ୍ବାଭାବିକ ହୋଇଗଲେ କାମ ଆରମ୍ଭ ହୋଇଯିବ। ଏବେ ମହାନଗର ନିଗମ ପକ୍ଷରୁ ଏହାର ପରିଚାଳନା କରାଯାଉଛି। ପରେ ଏହାକୁ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯିବ। ସୂଚନାଯୋଗ୍ୟ ଯେ, ୨୦୨୦ ସେପ୍ଟେମ୍ବର ୧୯ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟଟନର ବିକାଶ ସହିତ ପର୍ଯ୍ୟଟକଙ୍କୁ କିଭଳି ସୁରକ୍ଷା ଦିଆଯିବ ସେ ନେଇ ପଦକ୍ଷେପ ନେବାକୁ କହିଥିଲେ। ପ୍ରାୟ ୨ବର୍ଷ ହେବ ରାନିବଖରୀରେ ନିର୍ମାଣ କାମ କରାଯାଇଥିଲା।

ଐତିହାସିକ ରାଜପ୍ରାସାଦ ରାନିବଖରୀ ୩ ମହଲା ବିଶିଷ୍ଟ କୋଠାରେ ମୋଟ ୧୫ଟି କୋଠରି ରହିଛି। ତଳେ ୭, ମଝିରେ ୬ ଓ ସବା ଉପରେ ୨ ସୁସଜ୍ଜିତ କୋଠରି ଓ ଗୋଟିଏ ବାରଣ୍ଡା ରହିଛି। ପ୍ରାସାଦ ସମ୍ମୁଖରେ ମୁକ୍ତ ରଙ୍ଗମଞ୍ଚ ସାଙ୍ଗକୁ ଦର୍ଶକମାନଙ୍କ ସକାଶେ ଗ୍ୟାଲେରି ଉପଲବ୍ଧ ଅଛି। ଅତ୍ୟାଧୁନିକ ଆଲୋକୀକରଣରେ ଝଟକୁଛି ପ୍ରାସାଦ। କୋଠରିଗୁଡିକରେ ଝୁମର୍‌ ଖଞ୍ଜାଯାଇଛି। ସମ୍ପୂର୍ଣ୍ଣ ପ୍ରାସାଦକୁ ଶ୍ୱେତ ରଙ୍ଗରେ ରଙ୍ଗାୟିତ କରାଯାଇଥିବା ବେଳେ ସୂକ୍ଷ୍ମ କାରୁକାର୍ଯ୍ୟରେ ଗେରୁଆ ରଙ୍ଗ ଦିଆଯାଇଛି। ଐତିହାସିକ କୀର୍ତ୍ତିରାଜିର ସଂରକ୍ଷଣ କରିବା ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ରାନିବଖରୀକୁ ଚମକାଇଛନ୍ତି। ସମ୍ବଲପୁର ପାଟଣେଶ୍ୱରୀ ମନ୍ଦିର ନିକଟରେ ରାଜସ୍ଥାନୀ ଶୈଳୀରେ ତିନିମହଲା ବିଶିଷ୍ଟ ପ୍ରାସାଦ ରହିଛି। ସମ୍ବଲପୁରର ପଞ୍ଚମ ରାଜା ବଳିୟାର ସିଂହ ୧୬୬୦ରୁ ୧୬୭୦ ମସିହା ମଧ୍ୟରେ ଏହାର ନିର୍ମାଣ କରିଥିଲେ। ଦୀର୍ଘଦିନ ହେଲା ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା। ରାନିବଖରୀର ପୁନରୁଦ୍ଧାର କାର୍ଯ୍ୟ ଇନ୍‌ଟାକ୍‌ର ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ କରାଯିବା ସହ ନକ୍ସା ପ୍ରସ୍ତୁତ ହୋଇଥିଲା। ପ୍ରାସାଦର ବାହ୍ୟ ଓ ଆଭ୍ୟନ୍ତରୀଣ ପ୍ଲାଷ୍ଟର ବାହାର କରିଦିଆଯାଇଥିଲା। ସିମେଣ୍ଟ ପରିବର୍ତ୍ତେ ଚୂନ, ବେଲଅଠା, ମେଥି, ଗୁଡ, ବିରି ମିଶ୍ରଣରେ ପ୍ରଲେପ ପ୍ରସ୍ତୁତ କରି କାନ୍ଥ ଓ ଛାତରେ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri