ରାଜ୍ୟରେ ହେବ ‘ଶାଶୁ-ବୋହୂ’ ସମ୍ମିଳନୀ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ଜନସଂଖ୍ୟା ନିୟନ୍ତ୍ରଣ ଓ ପରିବାର ନିୟୋଜନ ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ‘ଶାଶୁ-ବୋହୂ’ ସମ୍ମିଳନୀ ଆୟୋଜନ କରିବେ। ଏହା ବର୍ଷକୁ ଦୁଇଥର ହେବ। ଏହି ସମ୍ମିଳନୀ ଆୟୋଜନ ଦାୟିତ୍ୱ ଆଶାକର୍ମୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ସମ୍ମିଳନୀରେ ଶାଶୁ ଓ ବୋହୂମାନଙ୍କୁ ପରିବାର ନିୟୋଜନ ସଂକ୍ରାନ୍ତରେ ସଚେତନ କରାଯିବ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।
ସୂଚନାନୁସାରେ, ପ୍ରଥମ ପର୍ଯ୍ୟାୟରେ ଚଳିତମାସ ଶେଷ ଆଡ଼କୁ ଏହି ‘ଶାଶୁ-ବୋହୂ’ ସମ୍ମିଳନୀ’ ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ୨୦୧୭ ମସିହା ସମ୍ମିଳନୀ ଢାଞ୍ଚାରେ ଏହାର ଆୟୋଜନ କରାଯିବ। ଏଥିରେ ନବ ବିବାହିତା, ଗର୍ଭବତୀ ମହିଳା ଓ ପରିବାର ନିୟୋଜନ ଶୈଳୀ ଆପଣାଇ ପିଲା ଜନ୍ମ କରୁଥିବା ମହିଳାମାନେ ଯୋଗଦେବେ। ନବ ବିବାହିତାଙ୍କୁ ବିବାହ ଉପହାର ଭାବେ କଣ୍ଡୋମ ଓ ଗର୍ଭନିରୋଧକ ବଟିକା ଦିଆଯିବ। ଜନସଂଖ୍ୟାରେ ସ୍ଥିରତା ଆଣିବା ପାଇଁ ଦୁଇଟି ପିଲା ଜନ୍ମର ଅବଧି ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ ମହିଳାଙ୍କୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପରାମର୍ଶ ଦିଆଯିବ।
କେନ୍ଦ୍ର ସରକାର ୨୦୧୭ରେ ଦେଶର ୧୪୬ଟି ଜିଲାରେ ଜନ୍ମହାରକୁ ନିୟନ୍ତ୍ରଣ କରିବା ନିମନ୍ତେ ‘ମିଶନ ପରିବାର ବିକାଶ’ କାର୍ଯ୍ୟକ୍ରମ କରିଥିଲେ। ଓଡ଼ିଶାରେ ଜନ୍ମହାର ଜାତୀୟ ହାରରୁ କମ୍‌ ରହିଥିଲେ ମଧ୍ୟ ଆଧୁନିକ ଗର୍ଭନିରୋଧକ ଶୈଳୀର ଉପଯୋଗ, ଅବାଞ୍ଛିତ ମାତୃତ୍ୱ ଓ ଗର୍ଭପାତ ଆଦିରେ ସୁଧାର ଆସିପାରି ନ ଥିବାରୁ ଏଭଳି ସମ୍ମିଳନୀ ଏକ୍ଷେତ୍ରରେ ବେଶ୍‌ ସହାୟକ ହେବ। ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ‘ଶାଶୁ-ବୋହୂ’ ସମ୍ମିଳନୀ ଦ୍ୱାରା ଶାଶୁ ଓ ବୋହୂଙ୍କ ମଧ୍ୟରେ ଭାବଗତ ଆଦାନ ପ୍ରଦାନରେ ସୁଧାର ଆସିବା ସହ ପରିବାର ନିୟୋଜନ ପାଇଁ ବାଟ ଫିଟିବ। ମହିଳାଙ୍କ ଏହି ସମାବେଶ ଦ୍ୱାରା ଶାଶୁ ଓ ବୋହୂଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମ ମିଳିବ, ଯେଉଁଠି ମହିଳା ସଦସ୍ୟମାନେ ନିଜ ନିଜର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରିବାର ସୁଯୋଗ ପାଇପାରିବେ। ଏହି କାର୍ଯ୍ୟକ୍ରମକୁ ଅଧିକ ରୁଚିପୂର୍ଣ୍ଣ ଢଙ୍ଗରେ କରିବା ନିମନ୍ତେ ପ୍ରୟାସ କରାଯାଉଛି ବୋଲି ନିର୍ଦ୍ଦେଶକ ଡା. ପାଣିଗ୍ରାହୀ କହିଛନ୍ତି। ସୂଚନାଯୋଗ୍ୟ, ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ(ଏନ୍‌ଏଫ୍‌ଏଚ୍‌ଏସ୍‌-୫) ଅନୁସାରେ ଓଡ଼ିଶାରେ ଗର୍ଭନିରୋଧକ ଶୈଳୀ ଭାବେ ବଟିକା ଉପଯୋଗ ୧୨%ରୁ ୧୦.୮ ପ୍ରତିଶତକୁ ହ୍ରାସ ପାଇଛି। ତେବେ କଣ୍ଡୋମ ଉପଯୋଗ ୩.୪%ରୁ ୫.୫%କୁ ବୃଦ୍ଧି ପାଇଛି। ହେଲେ ରାଜ୍ୟରେ ୨୦୧୧ରୁ ୨୦୨୦ ମସିହା ମଧ୍ୟରେ ସରକାରୀ ଭାବେ କଣ୍ଡୋମ ଯୋଗାଣ ହାର ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri