ଏଣିକି ଓଟିପି ଆସିବାରେ ହେବ ବିଳମ୍ବ, ଏହି ସିମ୍‌ ରଖିଥିଲେ ଜାଣିନିଅନ୍ତୁ ବଡ଼ ନିୟମ

ନୂଆଦିଲ୍ଲୀ,୨୯।୧୧: ସାଧାରଣତଃ ମୋବାଇଲକୁ କେଇ ମିନିଟ ମଧ୍ୟରେ ଓଟିପି ଆସିଯାଏ । ଯାହା ଫଳରେ ଜଣେ ସାଧାରଣ ବ୍ୟକ୍ତି ସହଜରେ ନିଜ କାର୍ଯ୍ୟ କରିପାରେ । ମାତ୍ର ଏଣିକି ଓଟିପି ଆସିବାରେ ବିଳମ୍ବ ହେବ ବୋଲି ଜଣା ପଡିଛି । ଟ୍ରାଇର ନୂଆ ନିୟମ ଆସିବାକୁ ଯାଉଛି ।

ଡିସେମ୍ବର ୧ ରୁ ହେବ ବଡ଼ ପରିବର୍ତ୍ତନ। ଡିସେମ୍ବର ୧ରୁ ବିଳମ୍ବରେ ଓଟିପି ଆସିବା ନେଇ ଚର୍ଚ୍ଚା ହେଉଛି । ଏମିତି ହେଲେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ସଂପର୍କରେ ସ୍ଫଷ୍ଟୀକରଣ ରଖିଛି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (TRAI) ।

ଟ୍ରାଇ ପକ୍ଷରୁ କୁହାଯାଇଛି ଯେ, ଯଦି ଆପଣ ଜିଓ,ଏୟାରଟେଲ, ବିଏସଏନଏଲ ଓ ଭୋଡାଫୋନ ଆଇଡିଆ ବ୍ୟବହାର କରୁଛନ୍ତି ତେବେ ଚିନ୍ତା କରନ୍ତୁନାହିଁ । ସେମାନେ ଏହି ସମସ୍ୟାର ସମ୍ମୁଖୀନ ହେବେନାହିଁ । ଏହି ଘୋଷଣା କରି ଗ୍ରାହକଙ୍କୁ ଆଶ୍ବସ୍ତ କରିଛି ଟ୍ରାଇ। ଏଥି ସହ ଗୁରୁତ୍ୱପୂର୍ଣ୍ଣ ମେସେଜ ଗୁଡିକ ବିଳମ୍ବ ହେବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛି ଟ୍ରାଇ। ନେଟ ବ୍ୟାଙ୍କିଂ ଓ ଆଧାର ଓଟିପି ପାଇବାରେ ବିଳମ୍ବ ହେବ ନାହିଁ ।

ତେବେ ଟ୍ରାଇ ଏହା ସ୍ବୀକାର କରିଛି ଯେ, ଡିସେମ୍ବର ପହିଲାରୁ ଟେଲିକମ କମ୍ପାନିଗୁଡିକ ମେସେଜ ଟ୍ରେସେବିଲିଟି ସୁବିଧା ଲାଗୁ କରିବେ । ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ ବା ଟ୍ରାଇ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନ ଦ୍ରୁତ ଗତିରେ ବଢୁଥିବା ସାଇବର ଠକେଇକୁ ନଜରରେ ରଖି ମେସେଜର ସୋର୍ସ ବା ଉତ୍ସକୁ ଜାଣିବା ପାଇଁ ଉଦ୍ୟମ କରାଯାଉଛି । ତେଣୁ ଡିସେମ୍ବର ୧ରୁ କିଛି ପରିବର୍ତ୍ତନ ହେବ । ଏହା ଦ୍ୱାରା ଓଟିପି ଆସିବାରେ ବିଳମ୍ବ ହୋଇପାରେ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହେବନାହିଁ । ଓଟିପି ଆଳରେ ହେଉଥିବା ଠକେଇ ଉପରେ ନିୟନ୍ତ୍ରଣ ଲଗାଇବାକୁ ଏପରି କରାଯାଉଛି ।

ମେସେଜ ଟ୍ରେସେବିଲିଟି କଣ: ସାଧରଣତଃ ଏହା ଏକ ସିଷ୍ଟମ ଯାହାକି ଟେଲିକମ ଅପେରଟର୍ମାନଙ୍କୁ ସାହାଯ୍ୟ କରେ, ବଲ୍କ ମେସେଜ ବା ଏଧିକ ସଂଖ୍ୟାରେ ମେସେଜ କେଉଁଠୁ ଆସିଛି ତାହା ଜାଣିବାରେ । ଏହାର ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଏହାଦ୍ୱାରା ଜଣାପଡିଯିବ କେଉଁଠୁ ଆସିଛି ଫେକ ମେସେଜ ଓ କିଏ କରିଛି ଏହି ମେସେଜ । ଯାହାଫଳରେ ଠକମାନଙ୍କୁ ସହଜରେ ଚିହ୍ନଟ ସହ ବଡ଼ ଠକାମୀ ମଧ୍ୟ ରୋକା ଯାଇପାରିବ । ଟ୍ରାଇ ସମସ୍ତ ଟେଲିକମ କମ୍ପାନୀମାନଙ୍କୁ ଏହାକୁ ଲାଗୁ କରିବା ପାଇଁ ସମୟସୀମା ଦେଇଛି । ଥରେ ଯଦି ଏହା ଲାଗୁ ହୁଏ ତେବେ ସହଜରେ ଫେକ ମେସେଜ କରୁଥିବା ଲୋକଙ୍କୁ ଧରିହେବ ।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri