ଏଣିକି ଓଟିପି ଆସିବାରେ ହେବ ବିଳମ୍ବ, ଏହି ସିମ୍‌ ରଖିଥିଲେ ଜାଣିନିଅନ୍ତୁ ବଡ଼ ନିୟମ

ନୂଆଦିଲ୍ଲୀ,୨୯।୧୧: ସାଧାରଣତଃ ମୋବାଇଲକୁ କେଇ ମିନିଟ ମଧ୍ୟରେ ଓଟିପି ଆସିଯାଏ । ଯାହା ଫଳରେ ଜଣେ ସାଧାରଣ ବ୍ୟକ୍ତି ସହଜରେ ନିଜ କାର୍ଯ୍ୟ କରିପାରେ । ମାତ୍ର ଏଣିକି ଓଟିପି ଆସିବାରେ ବିଳମ୍ବ ହେବ ବୋଲି ଜଣା ପଡିଛି । ଟ୍ରାଇର ନୂଆ ନିୟମ ଆସିବାକୁ ଯାଉଛି ।

ଡିସେମ୍ବର ୧ ରୁ ହେବ ବଡ଼ ପରିବର୍ତ୍ତନ। ଡିସେମ୍ବର ୧ରୁ ବିଳମ୍ବରେ ଓଟିପି ଆସିବା ନେଇ ଚର୍ଚ୍ଚା ହେଉଛି । ଏମିତି ହେଲେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ସଂପର୍କରେ ସ୍ଫଷ୍ଟୀକରଣ ରଖିଛି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (TRAI) ।

ଟ୍ରାଇ ପକ୍ଷରୁ କୁହାଯାଇଛି ଯେ, ଯଦି ଆପଣ ଜିଓ,ଏୟାରଟେଲ, ବିଏସଏନଏଲ ଓ ଭୋଡାଫୋନ ଆଇଡିଆ ବ୍ୟବହାର କରୁଛନ୍ତି ତେବେ ଚିନ୍ତା କରନ୍ତୁନାହିଁ । ସେମାନେ ଏହି ସମସ୍ୟାର ସମ୍ମୁଖୀନ ହେବେନାହିଁ । ଏହି ଘୋଷଣା କରି ଗ୍ରାହକଙ୍କୁ ଆଶ୍ବସ୍ତ କରିଛି ଟ୍ରାଇ। ଏଥି ସହ ଗୁରୁତ୍ୱପୂର୍ଣ୍ଣ ମେସେଜ ଗୁଡିକ ବିଳମ୍ବ ହେବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛି ଟ୍ରାଇ। ନେଟ ବ୍ୟାଙ୍କିଂ ଓ ଆଧାର ଓଟିପି ପାଇବାରେ ବିଳମ୍ବ ହେବ ନାହିଁ ।

ତେବେ ଟ୍ରାଇ ଏହା ସ୍ବୀକାର କରିଛି ଯେ, ଡିସେମ୍ବର ପହିଲାରୁ ଟେଲିକମ କମ୍ପାନିଗୁଡିକ ମେସେଜ ଟ୍ରେସେବିଲିଟି ସୁବିଧା ଲାଗୁ କରିବେ । ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ ବା ଟ୍ରାଇ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନ ଦ୍ରୁତ ଗତିରେ ବଢୁଥିବା ସାଇବର ଠକେଇକୁ ନଜରରେ ରଖି ମେସେଜର ସୋର୍ସ ବା ଉତ୍ସକୁ ଜାଣିବା ପାଇଁ ଉଦ୍ୟମ କରାଯାଉଛି । ତେଣୁ ଡିସେମ୍ବର ୧ରୁ କିଛି ପରିବର୍ତ୍ତନ ହେବ । ଏହା ଦ୍ୱାରା ଓଟିପି ଆସିବାରେ ବିଳମ୍ବ ହୋଇପାରେ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହେବନାହିଁ । ଓଟିପି ଆଳରେ ହେଉଥିବା ଠକେଇ ଉପରେ ନିୟନ୍ତ୍ରଣ ଲଗାଇବାକୁ ଏପରି କରାଯାଉଛି ।

ମେସେଜ ଟ୍ରେସେବିଲିଟି କଣ: ସାଧରଣତଃ ଏହା ଏକ ସିଷ୍ଟମ ଯାହାକି ଟେଲିକମ ଅପେରଟର୍ମାନଙ୍କୁ ସାହାଯ୍ୟ କରେ, ବଲ୍କ ମେସେଜ ବା ଏଧିକ ସଂଖ୍ୟାରେ ମେସେଜ କେଉଁଠୁ ଆସିଛି ତାହା ଜାଣିବାରେ । ଏହାର ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ଏହାଦ୍ୱାରା ଜଣାପଡିଯିବ କେଉଁଠୁ ଆସିଛି ଫେକ ମେସେଜ ଓ କିଏ କରିଛି ଏହି ମେସେଜ । ଯାହାଫଳରେ ଠକମାନଙ୍କୁ ସହଜରେ ଚିହ୍ନଟ ସହ ବଡ଼ ଠକାମୀ ମଧ୍ୟ ରୋକା ଯାଇପାରିବ । ଟ୍ରାଇ ସମସ୍ତ ଟେଲିକମ କମ୍ପାନୀମାନଙ୍କୁ ଏହାକୁ ଲାଗୁ କରିବା ପାଇଁ ସମୟସୀମା ଦେଇଛି । ଥରେ ଯଦି ଏହା ଲାଗୁ ହୁଏ ତେବେ ସହଜରେ ଫେକ ମେସେଜ କରୁଥିବା ଲୋକଙ୍କୁ ଧରିହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri