୧୫୫.୯୨ କୋଟିରେ ହେବ ୩ କ୍ୟାନ୍ସର ୟୁନିଟ୍‌

ଭୁବନେଶ୍ୱର,୨୨ା୪: ଓଡ଼ିଶାର ୩ ମେଡିକାଲ କଲେଜରେ ନୂଆ କ୍ୟାନ୍ସର କେୟାର ସେଣ୍ଟର ଖୋଲିବା ପାଇଁ ଗୁରୁବାର ରାଜ୍ୟ ସରକାର ୧୫୫.୯୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କ୍ୟାନ୍ସର କେୟାର ସେଣ୍ଟର ସ୍ଥାପନ ଲାଗି ୭୬.୨୯ କୋଟି ଟଙ୍କା ବ୍ୟୟ ହେବ। ଏଥିପାଇଁ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ସମେତ ଏକ ଜି+୩ ବିଲ୍ଡିଂ ନିର୍ମାଣ କରାଯିବ। ସେହିପରି କୋରାପୁଟର ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ ଓ ହସ୍ପିଟାଲରେ ୪୧.୧୪ କୋଟି ଏବଂ ବୁର୍ଲାସ୍ଥିତ ଭିମ୍‌ସାରରେ ୩୮.୪୮ କୋଟି ଟଙ୍କା ବ୍ୟୟରେ ଜି+୧ ବିଲ୍ଡିଂ ନିର୍ମାଣ କରାଯିବ। ସୂଚନାଯୋଗ୍ୟ, ଓଡ଼ିଶା ସରକାର ଉତ୍ତମ ସ୍ବାସ୍ଥ୍ୟସେବା ବିଶେଷ କରି କ୍ୟାନ୍‌ସର ରୋଗୀଙ୍କ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି।