ଖେଳ ସରିବାକୁ ଆଉ ଥିଲା ଅଢେଇ ମିନିଟ୍‌: କବାଡି କୋର୍ଟରେ ଟଳି ପଡ଼ିଲେ ଖେଳାଳି

ନୂଆପଡ଼ା,୧୪।୧୦।( ମକାରୁ ବେମାଲ): ଖେଳ ସରିବାକୁ ଅଢ଼େଇ ମିନିଟ୍‌ ଥିଲା। କେଇଟା ମୁହୁତ୍ତର୍ତ୍ତ ପରେ ବିଜୟ ସ୍ୱାଦ ଚାଖି ଥାଆନ୍ତେ। ଆଉ ପୁରସ୍କୃତ ହୋଇଥାଆନ୍ତେ। ହେଲେ ତା’ ପୂର୍ବରୁ କବାଡି କୋର୍ଟରେ ଟଳି ପଡ଼ିଲେ ଖେଳାଳି। ଏଭଳି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲାରେ। ମୃତ ଖେଳାଳି ହେଉଛନ୍ତି ଛତିଶଗଡ଼ ଖଗେଶ୍ୱର ରାଠିଆ।

ପ୍ରତିବର୍ଷ ପରି ଚଳିତବର୍ଷ ଦୁର୍ଗା ପୂଜା ଉପଲକ୍ଷେ କୋମନା ଥାନା ତରବୋଡ ଗାଁରେ ଆନ୍ତଃ ରାଜ୍ୟ କବାଡି ଟୁର୍ଣ୍ଣାମେଣ୍ଟ ହୋଇଥିଲା। ଏଥିରେ ବିଭିନ୍ନ ରାଜ୍ୟର ୨୧ଟି ଟିମ୍‌ ଭାଗ ନେଇଥିଲେ। ଆଜି ଫାଇନାଲ୍‌ ମ୍ୟାଚ୍‌ ଖେଳା ଯାଉଥିଲା। ସକାଳେ ନିର୍ଦ୍ଧାରିତ ସମୟରେ ଖେଳ ଆରମ୍ଭ ହୋଇଥିଲା। ମୁହାଁମୁହିଁ ହୋଇଥିଲେ ନୂଆପଡାର ହାତୀସରା ଟିମ୍‌ ଓ ଛତିଶଗଡ ମହାସମୁନ୍ଦ ଜିଲ୍ଲା ସରାଇପାଲି ଡୁଡୁମଚୁଆ ଗାଁର ଟିମ୍‌।

ପ୍ରଥମ ହାପ୍‌ରୁ ଡୁଡୁମଚୁଆ ଟିମ୍‌ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା। ପ୍ରତିପକ୍ଷ ଟିମ୍‌କୁ ଚକମା ଦେଇ ପଏଣ୍ଟ ହାସଲ କରୁଥିଲେ। ପ୍ରଥମ ପରି ଦ୍ୱିତୀୟ ହାପ୍‌ରେ ମଧ୍ୟ ଡୁଡୁମଚୁଆ ଟିମ୍‌ ଭଲ ଖେଳ ପ୍ରଦର୍ଶିତ କରି ପଏଣ୍ଟ ହାତେଇ ଥିଲା। ଟିମ୍‌ ବିଜୟ ଦ୍ୱାରରେ ପହଞ୍ଚିଥିଲା। ଖେଳ ସରିବାକୁ ଆଉ ଅଢ଼େଇ ମିନିଟ୍‌ ବାକିଥିଲା। ଶେଷ ପର୍ଯ୍ୟାୟରେ ଡୁଡୁମଚୁଆ ଟିମ୍‌ର ଧୂରନ୍ଦର ଖେଳାଳୀ ୨୬ ବର୍ଷୀୟ ଖଗେଶ୍ୱର ରାଠିଆ ରେଡ୍‌ କରିବାକୁ ଯାଇଥିଲେ। ହେଲେ ପ୍ରତିପକ୍ଷ ଟିମ୍‌ର ଡିଫେଣ୍ଡରମାନେ ତାଙ୍କୁ ଧରି ପକାଇଥିଲେ। ଯେଉଁଥିପାଇଁ ଖଗେଶ୍ୱର ରାଗି ଯାଇଥିଲେ।

ରାଗ ତମ୍‌ତମ ହୋଇ ଖଗେଶ୍ୱର ନିଜ ପାର୍ଶ୍ୱକୁ ଫେରୁଥିବା ବେଳେ ତଳେ ପଡ଼ି ଯାଇଥିଲେ। ଆଉ ଉଠି ପାରି ନ ଥିଲେ। ସାଥୀ ଖେଳାଳୀ ଓ ଆୟୋଜକମାନେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ତରବୋଡ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଶୋକର ଛାୟା ଖେଳି ଯାଇଛି।

ମୃତ କବାଡି ଖେଳାଳୀଙ୍କ ଘର ଛତିଶଗଡ଼ ଡୁଡୁମଚୁଆ ଗାଁରେ। ପୋଲିସ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା। ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକ ଖଗେଶ୍ୱରଙ୍କ ମୃତଦେହକୁ ଧରି ଗାଁକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri