ପୁଣି ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୫ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ, ପୁରୀରୁ ୪ ଜଣ, କେନ୍ଦ୍ରାପଡାରୁ ୨ ଜଣ ଏବଂ ବଳାଙ୍ଗୀର, ନୟାଗଡ, ସୁବର୍ଣ୍ଣପୁର, ମୟୁରଭଞ୍ଜ, ରାୟଗଡା ଜିଲାରୁ ଜଣେ ଲେଖାଏ ମୃତ୍ୟୁ ଘଟିଛି।