ଟୋଲ୍‌ଗେଟ୍‌କୁ ନେଇ ବଢ଼ିଲା ଅସନ୍ତୋଷ

ବାରିପଦା ଅଫିସ,୮।୪- ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୧୮ ଓ ୪୯ନଂ. ଜାତୀୟ ରାଜପଥର ୩ଟି ସ୍ଥାନରେ ଟୋଲଗେଟ୍‌ ନିର୍ମାଣ ପରେ ଶୁଳ୍କ ଆଦାୟ ଆରମ୍ଭ ହୋଇଛି। ଜିଲାବାସୀ ଉକ୍ତ ରାଜପଥ ଦେଇ ମୁଖ୍ୟାଳୟକୁ ଆସିବାକୁ ହେଲେ ଦୁଇଟି ଗେଟରେ ଶୁଳ୍କ ଦେବାକୁ ପଡ଼ୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ା ଆଦିବାସୀ ଅଧ୍ୟୁଷିତ ଏହି ଜିଲାବାସୀଙ୍କ ପାଇଁ ନିଶୁଳ୍କ ବ୍ୟବସ୍ଥା ଗ୍ରହଣ କରିବା ଦାବିରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ବିଭିନ୍ନ ସଙ୍ଗଠନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।
ଜିଲାଦେଇ ଯାଇଥିବା ୧୮ନଂ. ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିିଛି। ଝାରପୋଖରିଆଠାରୁ ୧୩ କି.ମି. ଦୂର କୁଳିଅଣା ନିକଟ ଶୁକୁଆପଡ଼ା ଓ ସେହିଠାରୁ ୭୩.୪୩୮କି.ମି. ଦୂର ବୈଶିଙ୍ଗା ନିକଟ ପଦ୍ମଲାଭପୁର ଏବଂ ଝାରପୋଖରିଆ-କେନ୍ଦୁଝରକୁ ସଂଯୋଗ କରୁଥିବା ୪୯ନଂ. ଜାତୀୟ ରାଜପଥର ଯଶିପୁର ନିକଟ ହାଣ୍ଡିପୁହାଣ ଆଦି ତିନୋଟି ସ୍ଥାନରେ ଟୋଲଗେଟ କାର୍ଯ୍ୟକ୍ଷମ ହୋଇଛି। ଝାରପୋଖରିଆ ଠାରୁ ପଡ଼ୋଶୀ ବାଲେଶ୍ୱର ଜିଲା ନହରପାଟଣା ପର୍ଯ୍ୟନ୍ତ ୮୧କି.ମି. ଓ ଝାରପୋଖରିଆରୁ କେନ୍ଦୁଝର ରାଜପଥର କାର୍ଯ୍ୟ ସରିଥିବା ବେଳେ ଗଳାପୋଲ ଓ ଫ୍ଲାଏ ଓଭରର କାର୍ଯ୍ୟ ଚାଲୁ ରହିଛି। ଭାରତ ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉକ୍ତ ରାଜପଥରୁ ଟୋଲଗେଟ ମାଧ୍ୟମରେ ଶୁକ୍କ ଆଦାୟ କରିବାର ନିୟମ ରହିଛି। ଉଭୟ ଟୋଲଗେଟର ୨୦କି.ମି. ପରିସୀମାରେ ଥିବା ଜନସାଧାରଣ ମାସିକିଆ ଏକକାଳୀନ ୧୯୦ଟଙ୍କା ଶୁଳ୍କ ଦେଇ ଯାତାୟାତ କରିପାରିବେ ବୋଲି ଫଳକରେ ସୂଚନା ଦିଆଯାଇଛି। ତେବେ ୨୦ କି.ମି ପରିଧି ମଧ୍ୟରେ ଥିବା ଜନ ସାଧାରଣ ନିଶୁଳ୍କ ବ୍ୟବସ୍ଥା ଗହଣ କରିବା ପାଇଁ ଦାବି କରିଛନ୍ତି।
ଜାତୀୟ ରାଜପଥ ନିୟମାନୁଯାୟୀ ଅତିକମ୍‌ରେ ୬୦କି.ମି. ଦୂରତାରେ ଗୋଟିଏ ଲେଖାଏ ଟୋଲଗେଟ ସ୍ଥାପନ ହେବାକୁ ଥିବା ବେଳେ ୧୮ନଂ. ଜାତୀୟ ରାଜପଥର ପଦ୍ମଲାଭପୁର ଟୋଲଗେଟଠାରୁ ଜାତୀୟ ରାଜପଥ ୧୬ନଂ.ର ଶେରଗଡ଼ ଟୋଲଗେଟ ଦୂରତ୍ୱ ୨୦କି.ମି.ା ମୟୂରଭଞ୍ଜ ଜିଲାବାସୀଙ୍କୁ ଏହି ରାସ୍ତାରେ କଟକ ଓ ଭୁବନେଶ୍ୱର ଯିବା ଆସିବା କରିବା ପାଇଁ ୨୦କି.ମି. ଦୂରତ୍ୱରେ ୨ଟି ଟୋଲଗେଟରେ ଶୁଳ୍କ ଦେବାକୁ ପଡ଼ୁଛି। ସେହିପରି ଯଶିପୁର ଓ କରଞ୍ଜିଆ ଅଞ୍ଚଳରୁ ମୁଖ୍ୟାଳୟ ବାରିପଦାକୁ ଆସିବାକୁ ହେଲେ ହାଣ୍ଡିପୁହାଣ ଓ ଶୁକୁଆପୋଡ଼ାଠାରେ ଦୁଇଥର ମଧ୍ୟ ଶୁଳ୍ପ ଦେବାକୁ ପଡ଼ୁଛି। ଏହା ଜିଲାବାସୀଙ୍କ ପାଇଁ ଏକ ପ୍ରକାରର ଶୋଷଣ ବୋଲି ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ଭାରତ ସରକାରଙ୍କ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୁଖ୍ୟ ପରିଚାଳକ(ବୈଷୟିକ) ଜେ.ପି.ବର୍ମା କୁହନ୍ତି, ଶେରଗଡ଼ ଓ ପଦ୍ମଲାଭପୁର ଗେଟ୍‌ ଜାତୀୟ ରାଜପଥର ଭିନ୍ନ ଭିନ୍ନ (୧୮ନଂ. ଓ ୧୬ନଂ.) ଅଂଶରେ ଥିବାରୁ ୬୦କି.ମି. ଦୂରତା ନିୟମ ପ୍ରଜୁଯ୍ୟ ହେଉନାହିଁ ା ତେବେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟୋଲଗେଟ୍‌ ସ୍ଥାନ ନିରୁପଣ ସମୟରେ ପଦ୍ମଲାଭପୁର ପରିବର୍ତ୍ତେ ଶେରଗଡ଼ ଠାରୁ ୬୦ କି.ମି. ଦୂରରେ ଗେଟ ନିର୍ମାଣ କରିଥିଲେ ଜିଲାରେ ଦୁଇଟି ଗେଟ ସ୍ଥାପନ ହୋଇପାରନ୍ତା। ଏପରିକି ଜିଲା ସଦର ମହକୁମାକୁ ଆସୁଥିବା ଜନସାଧାରଣଙ୍କୁ ଖର୍ଚ୍ଚାନ୍ତରରୁ ମୁକ୍ତି ମିଳନ୍ତା ବୋଲି ବାରିପଦା ବାସିନ୍ଦା ଅମରେନ୍ଦ୍ର ଗୋପାଲ ପାଣି ପ୍ରକାଶ କରିଛନ୍ତି ା ଜିଲାରୁ ଦୁଇଜଣ ଭାଜପା ଏମ୍‌ପି ରହିଥିବା ବେଳେ ଏଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି। ସମସ୍ତଙ୍କୁ ସୁହାଇବା ପରି ଟୋଲ ଶୁଳ୍କ ଧାର୍ଯ୍ୟ ପାଇଁ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବଡ଼ସାହି ବିଧାୟକ ସନାତନ ବିଜୁଳି କହିଛନ୍ତି ା ତେବେ ଜିଲାବାସୀଙ୍କୁ ଟୋଲଗେଟରେ ନିଶୁଳ୍କ ସେବା ଯୋଗାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri