ମହିଳା ବିଲ୍‌ ଆଣିବା ପଛରେ ରହିଥିଲା ଛଳନା: ଜୟଦେବ ଜେନା

କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲା କଂଗ୍ରେସ ପକ୍ଷରୁ ମହିଳା ବିଲ ଓ ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ଏକ ପ୍ରେସ୍‌ମିଟ୍‌ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଉପସ୍ଥିତ ରହି ଉକ୍ତ ବିଷୟରେ କହିଥିଲେ।
ମହିଳା ବିଲ୍‌ ୨୦୨୩ରେ ସର୍ବ ସମ୍ମତି କ୍ରମେ ପାସ ହୋଇଯାଇଛି। ଏବେ ପୁଣି ବିଲ୍‌ ଆଣି ପାସ୍‌ କରିବା ଆଳରେ ସୀମା ନିର୍ଦ୍ଧାରଣ ବିଲ୍‌ପାସ କରିବାକୁ ଉଦ୍ୟମ ହୋଇଥିଲା ତାହା ଏବେ ଦୁଇ ନେତା ଚନ୍ଦ୍ରବାବୁ ନାଇଡୁ ଓ ନୀତିଶ କୁମାରଙ୍କ ବିଫଳ ହୋଇଛି। ୨୦୨୭ରେ ଜନଗଣନା ସରିବ। ସେ ପର୍ଯ୍ୟନ୍ତ ଅପେକ୍ଷା ନ କରି ଏବେଠୁ ସୀମା ନିର୍ଦ୍ଧାରଣ। କଂଗ୍ରେସ ପ୍ରଥମ ରାଷ୍ଟ୍ରପତି, ପ୍ରଥମ ପ୍ରଧାନମନ୍ତ୍ରୀ, ପ୍ରଥମ ସ୍ପିକର, ପ୍ରଥମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଦେଇ କଂଗ୍ରେସ ନିଜର ମହିଳାଙ୍କ ପ୍ରତି ସମ୍ମାନ ଜଣାଇ ସାରିଛନ୍ତି। କଂଗ୍ରେସ ସରକାରଙ୍କ ସମୟରେ ଏହି ସବୁ ହୋଇଛି। ଏଣୁ ଭାଜପାର ନରେନ୍ଦ୍ର ମୋଦି ସବୁଦିନ ପ୍ରଧାନମନ୍ତ୍ରୀ ହୋଇ ରହିବାକୁ ଉଦ୍ୟମ କରୁଥିଲେ ଯାହାକି ଏହି ଘଟଣାରୁ ଧରା ପଡ଼ିଯାଇଛି। ଥରେ ମହିଳା ବିଲ୍‌ ପାସ ହୋଇଯାଇଥିବା ବେଳେ ପୁଣି ବିଲ୍‌ ଆଣିବା ପଛରେ ନିଶ୍ଚିତ ମନ୍ଦ ଉଦ୍ଦେଶ୍ୟ ରହିଛି।

ଜନଗଣନା ସରିବା ପୂର୍ବରୁ ସୀମା ନିର୍ଦ୍ଧାରଣ ବିଲକୁ ଆଣିବା କୌଣସି ପ୍ରାସଙ୍ଗିକତା ନାହିଁ। ଏଣୁ ପ୍ରଧାନମନ୍ତ୍ରୀ ଛଳନା କରି ସୀମା ନିର୍ଦ୍ଧାରଣ ବିଲ୍‌ ପାସ କରିବାକୁ ଉଦ୍ୟମ ଧରା ପଡ଼ିଗଲା ପରେ ଏବେ ବିରୋଧୀଙ୍କୁ ମହିଳା ବିରୋଧୀ କରି ଭୂୟାଁ ବଜାଉଛନ୍ତି, ଯାହାକି ଲୋକେ ଜାଣି ପାରିଛନ୍ତି ଓ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଛଳନାପୂର୍ଣ୍ଣ ବିଲ୍‌କୁ ପାସ୍‌ କରିବାରେ ଉଦ୍ୟମ କଲେ। ମିଛକୁ ସତ୍ୟ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଲୋକ ସଭାରେ ମେଜରିଟି ନ ଥାଇ ପୂର୍ବରୁ ପାସ୍‌ ହୋଇଥିବା ବିଲ୍‌କୁ ପୁଣି ଥରେ ଆଣି ନିଜର ସୁବିଧା ପାଇଁ ସୀମା ନିର୍ଦ୍ଧାରଣ ବିଲ୍‌କୁ ପାସ୍‌ କରିବାକୁ ଭାଜପାର ଉଦ୍ୟମ ଧରାପଡ଼ିଯାଇଛି। ପ୍ରଥମଥର ପାଇଁ ହାରିଛନ୍ତି। ମହିଳା କାନି ତଳେ ପାସ୍‌ ହେବାକୁ ଉଦ୍ୟମ କରୁଥିଲେ ଏବଂ ବିଫଳ ହେଲେ। ଏଣୁ ସେ ଆଉ ପ୍ରଧାନମନ୍ତ୍ରୀ ରହିବେ ନାହିଁ। ତାଙ୍କ ପାଖରେ ଲୋକ ମତ ନାହିଁ । କେବଳ ଇଭିଏମ ହେର୍‌ ଫେର କରି ଜିତିବାକୁ ଉଦ୍ୟମ ଚଳାଇ ଆସୁଛନ୍ତି ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି। ମିଛ ସୌଦାଗର ଭାବେ ଦେଶକୁ ନିଜ ନିୟନ୍ତ୍ରଣରେ ସବୁଦିନ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ସବୁଠାରୁ ବଡ଼ ପରାଜୟ।

ଅନ୍ୟମାନଙ୍କ ମଧ୍ୟରେ ଜିଲା ସଭାପତି ମନୋଜ ଜେନା, ମୋହନ ପରିଡ଼ା, ଆଲୋକ ମିଶ୍ର, ସଂଗ୍ରାମ ଦାସ, ସୁନେଶ ଧୀର, ଇଂ ବିନୋଦ ନାୟକ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ପ୍ରତିଭା ମଞ୍ଜରୀ ନାୟକ, ଶୁଭମ ରାଜ, ସବିତା ସାହୁ, ସୁଜୁନି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share